1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବଦଳି ଯିବ କଲରା ସ୍ୱାଦ ,ପିତା ନୁହେଁ ସ୍ୱାଦିଷ୍ଟ ଲାଗିବ

କାଲରା ମଧ୍ୟରେ ସବୁ ପ୍ରକାର ଗୁଣ ଭରପୁର ରହିଥିଲେ ମଧ୍ୟ ଏହା ପାଟିକୁ ପିତା ଓ ଆସ୍ବାଦୀଷ୍ଟ ଲାଗୁଥିବାରୁ ଅଧିକାଂଶ ଲୋକ ଏହାକୁ ଘୃଣା କରୁଥିବାର ଦେଖିବାକୁ ମିଳେ |

Rajashree
Rajashree
How to eat bitter melon

How to eat bitter melon

ପାରିବା ମଧ୍ୟରେ ସ୍ୱାସ୍ଥ୍ୟ ପାଇଁ ସବୁଠୁ ହିତକର ପାରିବା କଲରା ହୋଇଥାଏ | କଲରାରେ ଔଷଧୀୟ ଗୁଣ ଭରପୁର ରହିଥାଏ | ବିଭିହ୍ନ ପ୍ରକାର ରୋଗ ପାଇଁ ଏହା ମହା ଔଷଧି ଭାବରେ କାମ କରେ କହିଲେ ଅତ୍ୟୁକ୍ତି ହେବ ନାହିଁ | କାଲରା ମଧ୍ୟରେ ସବୁ ପ୍ରକାର ଗୁଣ ଭରପୁର ରହିଥିଲେ ମଧ୍ୟ ଏହା ପାଟିକୁ ପିତା ଓ ଆସ୍ବାଦୀଷ୍ଟକର ଲାଗୁଥିବାରୁ ଅଧିକାଂଶ ଲୋକ ଏହାକୁ ଘୃଣା କରୁଥିବାର ଦେଖିବାକୁ ମିଳେ | ଆଜି ଆମେ ଆପଣଙ୍କୁ କହିବୁ କେଉଁ ଭଳି ଭାବେ କଲରା ଖାଇଲେ ଏହାର ପିତାପଣ ଦୂର ହେବା ସହ ପାଟିକୁ ସ୍ୱାଦିଷ୍ଟ ଲାଗିବ |

- କଲରାର(Bitter gourd) ପିତା ଅଂଶକୁ ଦୂର କରିବା ପାଇଁ ଏଥିରେ ଲୁଣ ଲଗାଇ କିଛି ସମୟ ରଖି ଦିଅନ୍ତୁ | ଏହାପରେ ଅଳ୍ପ ସିଝାଇ ସିଝା ପାଣିକୁ ବାହାର କରି ରୋଷେଇ କରନ୍ତୁ | ଦେଖିବେ କଲରା ଆଉ ପିତା ଲାଗିବ ନାହିଁ |

- କଲରାକୁ ରୋଷେଇ କରିବା ପୂର୍ବରୁ ଏହାକୁ ଚାଞ୍ଛି ଦିଅନ୍ତୁ | କଲରାର ମଞ୍ଜି (Bitter gourd) ଅଧିକ ପିତା ଲାଗିଥାଏ, ତେଣୁ ଏହାକୁ କାଟି ଭିତରେ ଥିବା ସମସ୍ତ ମଞ୍ଜିକୁ କାଢ଼ି ଦିଅନ୍ତୁ ଏହାପରେ ରୋଷେଇ କରନ୍ତୁ | ଏହା କରିବା ଦ୍ୱାରା କଲରାର ପିତାପଣ ଦୂର ହୋଇଯିବ |

– କଲରାରୁ (Bitter gourd) ପିତାପଣ ଦୂର କରିବା ପାଇଁ ପ୍ରଥମେ ତାକୁ ଛୋଟ ଛୋଟ କାଟି ନିଅନ୍ତୁ। ଏହାପରେ ସେଥିରେ ଦହି ମିଶାଇ ଏକ ଘଣ୍ଟା ଭିଜାଇ ରଖନ୍ତୁ। ଏଭଳି କରିବା ଦ୍ୱାରା ଆଉ କଲରା ପିତା ଲାଗିନଥାଏ।

– କଲରାରୁ ପିତା ଅଂଶ ଦୂର କରିବା ପାଇଁ ପ୍ରଥମେ ଏହାକୁ ଚାଞ୍ଛି ଦିଅନ୍ତୁ। ଏହାପରେ ସେଥିରେ ଲୁଣ ଏବଂ ଅଟା ଗୋଳାଇ ଏକ ଘଣ୍ଟା ରଖନ୍ତୁ। ପରେ ଏହାକୁ ଧୋଇ ରୋଷେଇ କରନ୍ତୁ।

– କଲରା (Bitter gourd) ରୋଷେଇ କରିବା ସମୟରେ ସେଥିରେ ପିଆ, ପାନମଧୁରୀ କିମ୍ବା ବାଦମା ନିଶ୍ଚିତ ରୂପେ ବ୍ୟବହାର କରନ୍ତୁ। ଏସବୁ କଲରାର ପିତା ଅଂଶକୁ ଦୂର କରିବାରେ ସାହାଯ୍ୟ କରିଥାଏ।

କରିବା ଆସ କଲରା ଚାଷ

କଲରା ଆଚାର ଖାଇଛନ୍ତି କି ???

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments