
Know the benefits of mustard oil in winter
ସୋରିଷ ତେଲ ( mustard oil ) ସମସ୍ତଙ୍କ ଘରେ ପ୍ରାୟତଃ ମିଳିଥାଏ। ଖାଦ୍ୟର ସ୍ଵାଦ ବଢାଇବା ସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ। ତେବେ ଆସନ୍ତୁ ସୋରିଷ ତେଲର ଉପକାରିତା ସମ୍ପର୍କରେ ଜାଣିବା । ସୋରିଷ ତେଲ ଖାଦ୍ୟ ରାନ୍ଧିବାରେ ବ୍ୟବହାର କରାଯିବା ସହିତ, ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ମଧ୍ୟ ବ୍ୟବହାର କରାଯାଏ । ବିଶେଷ କରି ଶୀତଦିନେ ଏହି ତେଲର ଉପକାରିତା, ତ୍ୱଚା ପାଇଁ ବେଶ ଉପଯୋଗୀ ବୋଲି ସ୍ୟେନ୍ଦର୍ଯ୍ୟ ବିଷେଶଜ୍ଞଙ୍କ ମତ ।
ତେବେ ଆସନ୍ତୁ ଜାଣିବା ସୋରିଷ ତେଲର ଉପକାରିତା ବିଷୟରେ । ଏହାକୁ କେବଳ ରୋଷେଇ ପାଇଁ ନୁହେଁ ବରଂ ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତ କରିବାରେ ସୋରିଷ ତେଲର ବ୍ୟବହାର କରାଯାଇଥାଏ। ଏହା ଆଚାରକୁ ଏକ ଭିନ୍ନ ସ୍ୱାଦ ଦେବାସହ ଏହାକୁ ଅଧିକ ଦିନ ରଖିବାରେ ସାହାଯ୍ୟ କରିଥାଏ।
ସୌନ୍ଦର୍ଯ୍ୟ ପ୍ରସାଧନରେ ତେଲ ସହ ମୁଲତାନୀ ମାଟିର ପ୍ରୟୋଗ ଗୁଣକାରୀ। ଏଥିରେ ସୋରିଷ ଓ ଜଡ଼ା ତେଲ ମିଶାଇ ଯାଇପାରେ। ପ୍ରଥମେ ମୁଲତାନୀ ମାଟିକୁ ପାଣିରେ କିଛି ସମୟ ଭିଜାନ୍ତୁ। ତାପରେ ସେଥିରେ ତେଲ ମିଶାଇ ମାସ୍କ ପରି ଲଗାନ୍ତୁ। ହାଲକା ଉଷୁମ ପାଣିରେ ଧୁଅନ୍ତୁ। ଏହା ତ୍ୱଚାକୁ ଉଜ୍ବଳ କରିବ। ସୋରିଷ ତେଲରେ ହଳଦୀ ମିଶାଇ ମୁହଁ ଅବା ପୁରା ଶରୀରରେ ଲଗାଯାଇପାରେ। ତେଲ ହଳଦୀ ପ୍ରତ୍ୟହ ଲଗାଇଲେ ତ୍ୱଚା ଉଜ୍ବଳ ଓ କାନ୍ତିଯୁକ୍ତ ହୁଏ। ଓଠ ଫାଟିଲେ ରାତିରେ ଶୋଇବା ସମୟରେ ନାଭିରେ ଗୋଟିଏ ବୁନ୍ଦା ସୋରିଷ ତେଲ ପକାନ୍ତୁ, ଓଠ ଫାଟିବା ବନ୍ଦ ହୋଇଯିବ ।
ସୋରିଷ ତେଲରେ ଦେହ ମାଲିସ କରି ଖରାରେ ଠିଆ ହେଲେ ତ୍ୱଚା ସମସ୍ୟା ଦୂରହେବ। ୧୦୦ ଗ୍ରାମ ସୋରିଷ ତେଲରେ ଗୋଟିଏ ବୁନ୍ଦା ରସୁଣ ପକାଇ ଫୁଟାନ୍ତୁ, ତାପରେ ଥଣ୍ଡା ହେଲେ ଛାଣି କରି କେଶରେ ମାଲିସ କଲେ କେଶ ଝାଡ଼ିବା ବନ୍ଦ ହେବ। ସୋରିଷ ତେଲରେ ଦୁବ ପକାଇ ଧିମା ଆଞ୍ଚରେ ବସାନ୍ତୁ। ଥଣ୍ଡା ହେଲେ କେଶରେ ଲଗାନ୍ତୁ। କେଶ ଝାଡ଼ିବା ବନ୍ଦ ହୋଇଯିବ। ଗୋଇଠି ଫାଟିଲେ ସୋରିଷ ତେଲକୁ ରସୁଣ ସହ ମିଶାଇ ଉଷୁମ କରି ଲଗାଇଲେ ଏହି ସମସ୍ୟାରୁ ରକ୍ଷା ମିଳିବ।
ଶୀତ ଦିନ ଆରମ୍ଭ ହେବା ପୂର୍ବରୁ ସୋରିଷ ତେଲ ନିୟମିତ ମାଲିସ୍ କରିବା ତ୍ୱଚା ପାଇଁ ବେଶ ଲାଭଦାୟକ । କେଶରେ ଯଦି କୌଣସି କେମିକାଲ ଟ୍ରିଟମେଂଟ୍ କରିଥାନ୍ତି, ତେବେ କେଶ ଝଡିବା ସମସ୍ୟା ଦେଖାଯାଇଥାଏ । ଏପରି ସମସ୍ୟା ଦେଖାଦେଉଥିଲେ ସୋରିଷ ତେଲରେ ମେଥିଗୁଣ୍ଡ ମିଶାଇ, କେଶରେ ପ୍ୟାକ୍ ଭଳି ଲଗାଇ କିଛି ସମୟ ରଖିବା ପରେ ସାମ୍ପୁ କରି କେଶ ଧୋଇ ଦିଅନ୍ତୁ । ଶୀତଦିନେ ସୋରିଷ ତେଲକୁ ନଖ ଉଷୁମ କରି ତ୍ୱଚାରେ ଲଗାଇ ପାରିବେ । ଏପରି ନିୟମିତ ଭାବେ ତ୍ୱଚାରେ ଲଗାଇଲେ ତ୍ୱଚାରେ ଚମକ ଆସେ ।
ଅଧିକା ମେକ୍ଅପ୍ ନେଇ କୌଣସି ପାର୍ଟି,ଫଙ୍କସନକୁ ଯାଇଥିଲେ ଘରକୁ ଆସିବା ପରେ ସୋରିଷ ତେଲକୁ ମେକ୍ଅପ୍ ରିମୁଭର ଭାବେ ମଧ୍ୟ ବ୍ୟବହାର କରିପାରିବେ । ଏହା ଭଲ କାମ କରିଥାଏ । ତ୍ୱଚାରେ କଳାଦାଗ ହୋଇଥିଲେ, ବେସନରେ ସୋରିଷ ତେଲ ମିଶାଇ ତ୍ୱଚାରେ ପ୍ୟାକ୍ ଭଳି ଲଗାଇ ପାରିବେ । ଏହି ପ୍ୟାକ୍ ତ୍ୱଚାକୁ ପୋଷଣ ଯୋଗାଇଥାଏ ।
ଶୀତଦିନରେ ସୋରିଷ ତେଲରେ ବଡି ମସାଜ୍ କଲେ ଆରାମ ମିଳିଥାଏ। ଖାଲି ଆରାମ ନୁହେଁ ଶରୀର ପୂରାପୂରି ଗରମ ରହିଥାଏ। ଏହାସହ ତ୍ୱଚାକୁ କୋମଳ ମଧ୍ୟ ରଖିଥାଏ ସୋରିଷ ତେଲ। ସାଧାରଣତଃ ଟିକେ ବୟସ ହୋଇଗଲେ ଜଏଣ୍ଟ୍ ପେନ୍ ଆରମ୍ଭ ହୋଇଯାଇଥାଏ। ଯଦି ଆପଣ ପ୍ରତିଦିନ ସୋରିଷ ତେଲ ମାଲିସ୍ କରିବେ, ତା’ହେଲେ ଏହି ସମସ୍ୟା ଦେଖାଯିବ ନାହିଁ।
ଖାଲି ଏତିକି ନୁହେଁ ସୋରିଷ ତେଲର ବ୍ୟବହାର ଦ୍ୱାରା ଶରୀରର ହାଡ଼ ମଜବୁତ୍ ହେବାସହ ଅସହ୍ୟ ଥଣ୍ଡାରୁ ମୁକ୍ତି ମଧ୍ୟ ମିଳିଥାଏ। ଯଦି ଆପଣଙ୍କ ଦାନ୍ତ ଦରଜ ହେଉଛି ତା’ହେଲେ ଆପଣ ସୋରିଷ ତେଲରେ କିଛି ଲୁଣ ମିଶାଇ ଦାନ୍ତରେ ଲଗାନ୍ତୁ। ଯଦି ବି ଆପଣଙ୍କ ଦାନ୍ତ ଦରଜ ହେଉନାହିଁ ତା’ହେଲେ ମଧ୍ୟ ଆପଣ ସୋରିଷ ତେଲ ଓ ଲୁଣ ମିଶାଇ ଲଗାଇ ପାରିବେ। ଏହାଦ୍ୱାରା ଆପଣଙ୍କ ଦାନ୍ତ ଅଧିକ ଦିନ ପର୍ଯ୍ୟନ୍ତ ଶକ୍ତ ଓ ସଫା ରହିଥାଏ।
ଆଜ୍ମା ରୋଗୀଙ୍କ ପାଇଁ ସୋରିଷ ତେଲ ରାମବାଣ ସଦୃଶ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ତେଲର ବ୍ୟବହାର ଦ୍ୱାରା ଛାତିରେ କୌଣସି ପ୍ରକାରର ବ୍ଲକେଜ୍ ଆଉ ରହି ନ ଥାଏ। ଫଳରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ସମସ୍ୟା ହୋଇନଥାଏ। ସୋରିଷ ତେଲ କେଶ ମୂଳରେ ମାଲିସ କରିବା ଦ୍ୱାରା କେଶକୁ ପର୍ଯ୍ୟାପ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଫଳରେ କେଶ ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ମୁହଁରେ ପ୍ରତିଦିନ ସୋରିଷ ତେଲ ମାଲିସ କରିବା ଦ୍ୱାରା କଳାଦାଗ, ସନବର୍ଣ୍ଣରୁ ରକ୍ଷା ମିଳିଥାଏ। ସୋରିଷ ତେଲ ବ୍ୟବହାର ଦ୍ୱାରା ଆପଣଙ୍କୁ ଏହିସବୁ ଫାଇଦା ମିଳିଥାଏ। ତେଣୁ ଆଉ ବିଳମ୍ବ ନ କରି ଆଜି ସୋରିଷ ତେଲକୁ ଆପଣଙ୍କ ଡାଇଟ୍ ଓ ଡେଲି ରୁଟିନ୍ରେ ସାମିଲ କରନ୍ତୁ।
Share your comments