1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ତୁଳସୀ ପାଣି, ଜାଣନ୍ତୁ ଫାଇଦା....

ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ। ତେବେ ତୁଳସୀ ପତ୍ରର ପାଣି ପିଇବା ମଧ୍ୟ ଶରୀର ପକ୍ଷେ ବେଶ ହିତକାରକ ।

Priyambada Rana
Priyambada Rana
ତୁଳସୀ ପତ୍ର ପାଣିର ଉପକାରିତା

ତୁଳସୀ ପତ୍ର ପାଣିର ଉପକାରିତା

ସକାଳୁ ସକାଳୁ ଆମେ କିଛି ପାନୀୟ ଗ୍ରହଣ କରିଥାଉ । ଯେପରିକି କିଛି ଲୋକଙ୍କର ଚା’ କିମ୍ବା କଫି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ବିଶେଷଜ୍ଞମାନେ ମଧ୍ୟ ସକାଳେ ଖାଲି ପେଟରେ ଏପରି କିଛି ଖାଦ୍ୟ ପାନୀୟ ସେବନ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ଯାହା ଶରୀରକୁ ପୋଷଣ ପ୍ରଦାନ କରିଥାଏ ।ତେବେ ଏପରି କିଛି ସ୍ୱାସ୍ଥ୍ୟକର ପାନୀୟ ରହିଛି ଯାହାକୁ ଆମେ ସକାଳେ ଖାଲି ପେଟରେ ପିଇପାରିବା ଫଳରେ ଆମ ଶରୀର ସୁସ୍ଥ ରହିବ । ସକାଳୁ ଚା’ କିମ୍ବା କଫି ପିଉଥିଲେ ସେହି ଅଭ୍ୟାସ ବଦଳାଇ ଦିଅନ୍ତୁ ।

ଆୟୁର୍ବେଦ ବିଜ୍ଞାନରେ ତୁଳସୀ ପତ୍ରକୁ ମହୌଷଧୀ ବୋଲି କୁହାଯାଇଥାଏ। କେବଳ ଥଣ୍ଡା ଜ୍ୱର ନୁହେଁ, ଏହି ଔଷଧୀୟ ବୃକ୍ଷରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ ଗୁଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ୍‌ କରିଥାଏ।  ତେବେ ତୁଳସୀ ପତ୍ରର ପାଣି ପିଇବା ମଧ୍ୟ ଶରୀର ପକ୍ଷେ ବେଶ ହିତକାରକ ।

 -ସକାଳୁ ଉଠିବା ପରେ ପ୍ରଥମେ ଉଷୁମ ପାଣି ପିଇବା ଉଚିତ। ତୁଳସୀ ମଞ୍ଜି ଓ ପାନମଧୁରୀ କେବଳ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ନିୟମିତ ସକାଳେ ଏହି ଦୁଇଟି ଜିନିଷକୁ ପାଣିରେ ବତୁରାଇ ପିଇବା ଦ୍ୱାରା କେଶ ଘନ ଓ ମଜଭୂତ ହୋଇଥାଏ। ତ୍ୱଚାରେ ମଧ୍ୟ ଏହାର ଉତ୍ତମ ପ୍ରଭାବ ଦେଖାଯାଏ।

-ସେଭଳି ସ୍ୱାସ୍ଥ୍ୟ ପାଇଁ ଉପକାରି ହେଉଛି ତୁଳସୀ ପତ୍ର । ଏହାକୁ ଚେରମୂଳୀର ରାଣୀ ବୋଲି ମଧ୍ୟ କୁହାଯାଏ। ତୁଳସୀପତ୍ରକୁ ପାଣିରେ ଭିଜାଇ ଏହାର ପାଣି ପିଇବା ଦ୍ୱାରା କୋଷ୍ଠକାଠିନ୍ୟ, ଏସିଡିଟି, ଛାତି ଓ ଗଳାରେ ହେଉଥିବା ଜଳାପୋଡା ସମସ୍ୟାକୁ ଦୂର କରିଥାଏ । ଏହା ଶରୀରକୁ ଶୀତଳତା ପ୍ରଦାନ କରିଥାଏ।

ସେହିପରି ପାନମଧୁରୀକୁ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ। ଏହାକୁ ମଧ୍ୟ ପାଣିରେ ବତୁରାଇ ଏହି ପାଣି ମଧ୍ୟ ପିଇପାରିବେ। ଏକ ଚାମଚ ପାନମଧୁରୀ କିମ୍ବା ତୁଳସୀ ମଞ୍ଜି ନିଅନ୍ତୁ। ରାତିରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ରଖନ୍ତୁ। ପରଦିନ ସକାଳେ ଉଠିବା ପରେ ଖାଲି ପେଟରେ ପିଅନ୍ତୁ। ଏଥିରେ ଆଣ୍ଟି-ଇନଫ୍ଲେମେଟରୀ ଗୁଣ ମଧ୍ୟ ରହିଛି। ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ଏସିଡିଟି ସମସ୍ୟା ମଧ୍ୟ ଦୂର କରିଥାଏ।

ତୁଳସୀ ର ବିଶେଷତ୍ୱ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments