
pumpkin seed oil may reduce high blood pressure
କଖାରୁ (pumpkin)ଏପରି ଏକ ପନିପରିବା ଯାହା ସମଗ୍ର ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହୁଏ, ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ, ଖାଇବା ଯେତିକି ସ୍ୱାଦିଷ୍ଟ ରାନ୍ଧିବା ବହୁତ ସହଜ । ଏହାର ହଜମ କରିବାରେ କୌଣସି ଅସୁବିଧା ନାହିଁ। ଆଉ ସବୁଠାରୁ ଭଲ କଥା ହେଲା କଖାରୁ ମଞ୍ଜି । ରୋଷେଇ କଲା ବେଳେ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡି ଦିଅନ୍ତି, କିନ୍ତୁ ଏହି ମଞ୍ଜିର ମଧ୍ୟ ବହୁ ଉପକାରୀ ଗୁଣ ରହିଛି । ଯଦି ଆପଣ ଏହାର ଲାଭ ବିଷୟରେ ଜାଣିବେ ତେବେ ଆଉ କଖାରୁ ମଞ୍ଜି (pumpkin seed)କୁ ଫୋପାଡିବେ ନାହିଁ ।
-୨୮ ଗ୍ରାମ୍ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍ ଫାଇବର, ୭ ଗ୍ରାମ୍ ପ୍ରୋଟିନ୍, ୪ ଗ୍ରାମ୍ ମନୋସାଚ୍ୟୁରେଟେଡ ଫ୍ୟାଟ୍,୬ ଗ୍ରାମ ଓମେଗା-୬ ଫ୍ୟାଟ୍, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଫସ୍ଫରସ ରହିଛି । ଏଥିରେ ଥିବା ଫାଇଟୋଷ୍ଟେରଲ ବ୍ଲଡ୍ କୋଲେଷ୍ଟରଲ୍ କମ କରିବାରେ ସାହାଯ୍ୟ କରେ ।
-କଖାରୁ ମଞ୍ଜି (pumpkin seed)ରୁ ପ୍ରସ୍ତୁତ ହେଉଥିବା ତେଲ ଖାଇବା ଦ୍ୱାରା ପ୍ରୋଷ୍ଟେଟ ଓ ୟୁରିନାରି ସମସ୍ୟା ବି ଦୂର ହୋଇଯାଏ । ଏହା ରକ୍ତଚାପ କମ୍ (high blood pressure) କରିବାରେ ମଧ୍ୟ ସାହାଯ୍ୟ କରେ ।
-କଖାରୁ ମଞ୍ଜି (pumpkin seed) ଖାଇଲେ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଯାଏ ।
-କଖାରୁ ମଞ୍ଜି (pumpkin seed)ମାନସିକ ସ୍ତରରେ ଉନ୍ନତି ଆଣିଥାଏ । କାରଣ ଏଥିରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ।
-କଖାରୁ ମଞ୍ଜି (pumpkin seed)କୁ ଆପଣ ସୁପ୍ରେ ମଧ୍ୟ ମିଶାଇ ଖାଇ ପାରିବେ । ଏହାଦ୍ୱାରା ନା କେବଳ ସୁପ୍ର ସ୍ୱାଦ ବଢ଼ିଥାଏ, ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ ଫାଇଦା ମିଳି ପାରିଥାଏ । କଖାରୁ ମଞ୍ଜି (pumpkin seed)କୁ ଆପଣ ସାଲାଡରେ ବି ପକାଇ ଖାଇ ପାରିବେ । ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ ।
-କଖାରୁ ମଞ୍ଜି (pumpkin seed)ରେ ଭିଟାମିନ୍ ଇ ମିଳିଥାଏ, ଯାହା ହିଁ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
-କଖାରୁ ମଞ୍ଜି (pumpkin seed) ବା ତେଲରେ ଥିବା ମନୋସାଚ୍ୟୁରେଟେଡ୍ ଫ୍ୟାଟ୍ ଓ ଓମେଗା-୬ ଫ୍ୟାଟ୍ ହାର୍ଟକୁ ସୁସ୍ଥ ରଖେ ।
-କଖାରୁ ମଞ୍ଜି (pumpkin seed)ରାତି ଅନିଦ୍ରାର ସମସ୍ୟାରୁ ମୁକ୍ତି ଦେବ । ଏହାକୁ ଖାଇବା ଫଳରେ ଇନସୋମାନିଆ ଦୂର ହୋଇଯାଇଥାଏ ।
Share your comments