1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରାକୃତିକ ଉପାୟରେ ପାଆନ୍ତୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି

ଯଦି ଆପଣଙ୍କର ଅତ୍ୟଧିକ ଦାନ୍ତ ଯନ୍ତ୍ରଣା ହେଉଛି ତେବେ ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାନ୍ତୁ ଏହା କରିବା ଦ୍ୱାରା ଲଗାଇବା ଦ୍ବାରା ଦାନ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ଓ ଆରାମ ଲାଗିଥାଏ |

Rajashree
Rajashree
relief from tooth pain

relief from tooth pain

ସାଧାରଣତଃ ଅନେକ ଲୋକଙ୍କର ଦାନ୍ତ ସମସ୍ୟା ଦେଖା ଯାଇଥାଏ | ଅତ୍ୟଧିକ ମୃଦ୍ୟୁ ପାନୀୟ ପିଇବା ଏବଂ ଥଣ୍ଡା ଖାଦ୍ୟ ସେବନ କରିବା କିମ୍ବା ଦାନ୍ତକୁ ସଠିକ୍ ଭାବରେ ସଫା ନକରିବା ଦ୍ୱାରା ଦାନ୍ତ ସମସ୍ୟା(Toothache) ଦେଖାଯାଇଥାଏ ଅଧିକାଂଶ ଲୋକଙ୍କର ପାନ ଖାଇବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ ଏବଂ ଯନ୍ତ୍ରଣା
(Toothache)ହୋଇଥାଏ |

ତେବେ ଆଜି ଆସନ୍ତୁ ଜାଣିବା ପ୍ରକୃତିକ ଓ ଘରୋଇ ଉପଚାର ଦ୍ୱାରା କିପରି ଆମେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା |

- ଯଦି ଆପଣଙ୍କର ଅତ୍ୟଧିକ ଦାନ୍ତ ଯନ୍ତ୍ରଣା ହେଉଛି ତେବେ ଦାନ୍ତରେ ୧ ବା ୨ ବୁନ୍ଦା ଲବଙ୍ଗ ତେଲ ଲଗାନ୍ତୁ ଏହା କରିବା ଦ୍ୱାରା ଲଗାଇବା ଦ୍ବାରା ଦାନ୍ତ ସମସ୍ୟାରୁ (clove for toothache)ମୁକ୍ତି ମିଳିଥାଏ ଓ ଆରାମ ଲାଗିଥାଏ |

- ଏକ ଚାମଚ ଲେମ୍ବୁ ରସ (Lemon Juice)ସହ ଏକ ଚୁଟକି ହେଙ୍ଗୁ ମିଶାଇ ପେଷ୍ଟ ତିଆରି କରନ୍ତୁ | ଏହାକୁ 5 ରୁ 10 ମିନିଟ ବାହାରେ ରଖିଦିଅନ୍ତୁ ପରେ ଏହାକୁ ଦାନ୍ତରେ ଲଗାନ୍ତୁ ଏହା କରିବା ଦ୍ବାରା ଯନ୍ତ୍ରଣା ଯଥେଷ୍ଟ କମିଥାଏ |

- ପିଆଜ (Onion) ମଧ୍ୟ ଆପଣଙ୍କୁ ଦାନ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ | ଯନ୍ତ୍ରଣାଦାୟକ ଦାନ୍ତରେ ପିଆଜ ଖଣ୍ଡ ଲଗାଇଲେ ଯନ୍ତ୍ରଣା କମିଥାଏ |

- ଗୋଟିଏ ବା ଦୁଇଟି ରସୁଣ (Garlic)କୋଲା ଏବଂ ପଥର ଲୁଣକୁ ପେଷ୍ଟ ପ୍ରସ୍ତୁତ କରି ସକାଳେ ଓ ସଂଧ୍ୟାରେ ଦୁଇଥର ଯନ୍ତ୍ରଣାଦାୟକ ଦାନ୍ତରେ ଲଗାନ୍ତୁ। ଏହା ଦ୍ୱାରା ଯନ୍ତ୍ରଣା କମିଥାଏ।

- ଏକ ଚାମଚ ଲୁଣକୁ(Salt )ଏକ ଗ୍ଲାସ ଉଷୁମ ପାଣିରେ ଦିନକୁ ୨ ଥର କୁଳି କରନ୍ତୁ ଏହା କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା ଦୂର ହୁଏ |

- ଦାନ୍ତ ସମସ୍ୟା ପାଇଁ ସବୁଠୁ ଆରମ ଦାୟକ ହୋଇଥାଏ ପୁଦିନାର ବ୍ୟବହାର | ପୁଦିନା ପତ୍ରକୁ (Mint leaves) ପାଣିରେ ଫୁଟାନ୍ତୁ ଏବଂ ଥଣ୍ଡା କରି ​ସେହି​‌ ପାଣିରେ କୁଳି କରିବା ଦ୍ବାରା ଦାନ୍ତ ଯନ୍ତ୍ରଣାରୁ ଅତି କମ ସମୟରେ ଆରାମ ମିଳିଥାଏ |

- ଏକ ଚୁଟକି ଡାଲଚିନି ପାଉଡର ଏବଂ ମହୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏହି ପେଷ୍ଟକୁ ଦାନ୍ତରେ ଲଗାଇଲେ ଆପଣଙ୍କ ଦାନ୍ତ ଯନ୍ତ୍ରଣା(Toothache)ଦୂର ହେବ |

ଦାନ୍ତକାଠି ବ୍ୟବହାର କରନ୍ତୁ, ଦାନ୍ତକୁ ମଜବୁତ କରନ୍ତୁ !!

ହେଙ୍ଗୁ ର କରାମତି ..

 

 

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ