1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଚା’ ପିଇ ସାରି ପାଣି ପିଉଥିଲେ ହୋଇଯାଆନ୍ତୁ ସାବଧାନ

ଅନେକ ଲୋକେ ଚା ପିଇବାକୁ ଖବ୍ ପସନ୍ଦ କରିଥାନ୍ତି l ଖାସ କରି ଶୀତ ଦିନରେ ଅଧିକାଶଂ ଲୋକେ ସକାଳେ ଏବଂ ସନ୍ଧ୍ୟାରେ ଚା’ ପିଅନ୍ତି । ତେବେ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ଚା’ ପିଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି ।

Tanushree Mahapatra
Tanushree Mahapatra
Side effects of drinking cold water after tea

Side effects of drinking cold water after tea

ଅନେକ ଲୋକେ ଚା ପିଇବାକୁ ଖବ୍ ପସନ୍ଦ କରିଥାନ୍ତି l ଖାସ କରି ଶୀତ ଦିନରେ ଅଧିକାଶଂ ଲୋକେ ସକାଳେ ଏବଂ ସନ୍ଧ୍ୟାରେ ଚା’ ପିଅନ୍ତି । ତେବେ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ ଚା’ ପିଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇଥାନ୍ତି । କିନ୍ତୁ  ଚା’ ପିଇ ସାରିବା ପରେ ( tea after drink water ) ପାଣି ପିଇବା ଶରୀର ପାଇଁ ବହୁତ କ୍ଷତି କାରକ ( harmfull ) ସାବ୍ୟସ୍ତ ହୋଇଥାଏ ।

ଫଳରେ ଜଣେ ସୁସ୍ଥ ମଣିଷ କୁ ଅନେକ  କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ପାଣି ପିଇବା ଶରୀର ପକ୍ଷେ ଖୁବ୍‌ ଜରୁରୀ ହୋଇଥାଏ ଆମେ ସମସ୍ତେ ଜାଣିଛେ ।

ଅଧିକାଂଶ ରୋଗର ନିରାକରଣ ରହିଛି ପାଣି  ( water ) ର ଉପକାରିତା । ତେବେ ଡାକ୍ତରମାନେ ପ୍ରାୟତଃ ଅଧିକରୁ ଅଧିକ ପାଣି ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । ମାତ୍ର ଏହି ପାଣି ପିଇବା ବେଳେ ବେଳେ ଶରୀର ପ୍ରତି କ୍ଷତିକାରକ ମଧ୍ୟ ପ୍ରମାଣିତ ହୋଇଥାଏ ।  ସେହିପରି ଚା’, କଫି, ହର୍ଲିକ୍ସ କିମ୍ବା ଗରମ ଖିର ପିଇ ସାରିବା ପରେ ପାଣି ପିଇବା ନେଇ ବାରଣ କରାଯାଏ  । ଅତି କମ୍‌ ରେ ଚା '  ପିଇବାର ୩୦ ରୁ ୧୫ ମିନିଟ୍‌ ପୂର୍ବରୁ ପାଣି ପିଅନ୍ତୁ କିନ୍ତୁ ଚା  ପି ସାରିବା ପରେ ପାଣି ଜମା ପିଇବା  ଠିକ ନୁହେଁ  । ଯେତେବେଳେ ଆପଣ ଚା’ କିମ୍ବା କଫି ପିଇବାର ପୂର୍ବରୁ ୧ ଗ୍ଲାସ ପାଣି ପିଉଛନ୍ତି ତାହାଲେ ଆପଣଙ୍କ ପେଟରେ ଗ୍ୟାସ, ଏସିଡିଟି, କ୍ୟାନ୍‌ସର ଓ ଅଲ୍‌ସର ହେବାର ଭୟ  କମ ଥାଏ ।

ତେବେ  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଚା’ ପିଇ ସାରି ପାଣି ପିଇବା ଦ୍ୱାରା ଦାନ୍ତ ଜନିତ ସମସ୍ୟା ଦେଖାଦେଇଥାଏ । କାରଣ ଦାନ୍ତରେ ଥିବା ଇନୋମେଲ ଗରମ ପରେ ତୁରନ୍ତ ଥଣ୍ଡା ବାଜିଲେ ଏହାକୁ  ପ୍ରଭାବିତ କରିଥାଏ । ଏଥିସହିତ ଗରମ ପରେ ଥଣ୍ଡା ବାଜିବା ଦ୍ୱାରା ଦାନ୍ତ ମୂଳ ମଧ୍ୟ ଖରାପ ହୋଇଥାଏ ଅନେକ କ୍ଷେତ୍ର ରେ  । ଯେଉଁ କାରଣରୁ ଦାନ୍ତର ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ତେଣୁ ଚା ପିଇ ସାରିବା ପରେ ଭୁଲରେ ବି ପାଣି ପିଅନ୍ତୁ ନାହିଁ ।

ଚା’ ପିଇବା ପରେ ପରେ ଯଦି ଆପଣ ପାଣି ପିଉଛନ୍ତି ତେବେ ଆପଣଙ୍କ ପେଟରେ ଅଲ୍‌ସର ତଥା ଘା ହେବାରେ ସମ୍ଭାବନା ଅଧିକ । ଏଥି ସହ ନାକରୁ ରକ୍ତ ବି ପଡ଼ିପାରେ । ଗରମ ଓ ଥଣ୍ଡା ମିଶ୍ରଣରେ ଆପଣଙ୍କୁ ସର୍ଦ୍ଦି ମଧ୍ୟ ହୋଇପାରେ । ଏହାଛଡ଼ା ଆପଣଙ୍କ ଗଳା ମଧ୍ୟ ବସିପାରେ । ସବୁଠୁ ବଡ଼ ମାରାତ୍ମକ ହେଉଛି ଏହାଦ୍ୱାରା ଆପଣଙ୍କୁ  ହାର୍ଟ ସମସ୍ୟା ମଧ୍ୟ ହୋଇପାରେ  ।

ବେଳେ ବେଳେ  ଗରମ ଦିନରେ କିଛି ବ୍ୟକ୍ତିଙ୍କ ନାକରୁ ରକ୍ତ ପଡିଥାଏ । ତେବେ ଏହା ଗରମ କାରଣରୁ ହୋଇନଥାଏ । ବରଂ ଗରମ ଏବଂ ଥଣ୍ଡାର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ କାରଣରୁ ହୋଇଥାଏ । ଯଦି ଚା ପରେ ଥଣ୍ଡା ପାଣି ପିଅନ୍ତି ତେବେ ନାକରୁ ରକ୍ତ ପଡିବା ପରି ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଚା ପିଇ ସାରିବା ପରେ ପାଣି ପିଇବା ଉଚିତ୍ ନୁହେଁ ।

ସେହିପରି ମୌସୁମୀ ପରିବର୍ତ୍ତନ କାରଣରୁ ଥଣ୍ଡା ହେବା ଏକ ସାଧାରଣ କଥା । କିନ୍ତୁ ଶରୀରର ତାପମାତ୍ରା ପରିବର୍ତ୍ତନ କାରଣରୁ ମଧ୍ୟ ଥଣ୍ଡା ଛିଙ୍କ ପରି ସମସ୍ୟା ଦେଖାଦେଇଥାଏ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଗରମ ଚା ପିଇ ସାରିବା ପରେ ପାଣି ପିଇବା ଦ୍ୱାରା ଏହା ଆମ ଶରୀରର ତାପମାତ୍ରାରେ ପରିବର୍ତ୍ତନ ଆଣିଥାଏ । ଫଳରେ ଥଣ୍ଡା ଛିଙ୍କ ପରି ସମସ୍ୟା ଦେଖାଦେଇଥାଏ ।

ଚା’ ପିଇ ସାରିବା ପରେ ପାଣି ପିଇବା ପାଚନ ତନ୍ତ୍ର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଯାହାଫଳରେ ଅଲସର ପରି ସମସ୍ୟା ଦେଖା ଦେଇଥାଏ । ଏଥି ସହିତ ଚା ପରେ ପାଣି ପିଇବା ଦ୍ୱାରା ଗ୍ୟାସ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ କେବେବି ଚା ପିଇ ସାରିବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତେ୍ ନୁହେଁ । ଏପରି ଅଭ୍ୟାସ ଥିଲେ ଏହାକୁ ତୁରନ୍ତ ବଦଳାନ୍ତୁ । ନଚେତ ଅଜାଣତ ରେ ଅନେକ ରୋଗର ଶିକାର ହୋପାରନ୍ତି ଆପଣ l

ବାସି ଚା’ଗରମ କରି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ ...

ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା'

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments