
Soaked Raisins helped boost immunity power
ଆଜି ଆମେ ଆପଣମାନଙ୍କ ପାଇଁ ସୁସ୍ଥ ରହିବାର ଏକ ଏମିତି ଉପାୟ ନେଇ ଆସିଛୁ କି ଯାହାକୁ ସକାଳୁ ମାତ୍ର ଦୁଇଟି ଦାନା ଖାଇଲେ ମୋଟାପଣ, ସୁଗର (Sugar), କଲେଷ୍ଟ୍ରଲ (Cholesterol),କ୍ୟାନ୍ସର (Cancer)ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିପାରିବ । ତେବେ ଆମେ ଯେଉଁ ଚମତ୍କାରି ଜିନିଷ ବିଷୟରେ କଥା ହେଉଛେ ତାହା ହେଉଛି ଭିଜା କିସମିସ (Soaked Raisins)ଏବଂ ଏହାର ପାଣି । ତେବେ ଚାଲନ୍ତୁ ଜାଣିବା କିସମିସ ଖାଇବାର ଫାଇଦା କଣ କଣ ହୋଇଥାଏ...
କିସମିସ (Raisins)ରେ ଆଇରନ, କ୍ୟାଲସିୟମ, ଫାଇବରର ମାତ୍ରା ବହୁତ ଅଧିକ ରହିଥାଏ । ଏହା ଆମ ଶରୀର ପାଇଁ ବହୁତ ଉପକାରିତା ହୋଇଥାଏ । କିନ୍ତୁ କିସମିସ କୁ ଭିଜେଇ ଖାଇବା ଦ୍ବାରା ଏହାର ଫାଇଦା ଆମ ଶରୀର ପାଇଁ ଦୁଇଗୁଣ ଅଧିକ ବଢ଼ିଯାଇଥାଏ । ଏହା ବହୁତ ରୋଗ ଠାରୁ ଆମକୁ ଦୂରେଇ ରଖିଥାଏ ।
ମୋଟାପଣ
ଯେଉଁ ବ୍ୟକ୍ତି ମାନେ ନିଜର ଓଜନ ବା ମୋଟାପଣକୁ ନେଇ ଚିନ୍ତିତ ଅଛନ୍ତି ସେମାନେ ଏହି କିସମିସର ପାଣି (Soaked Raisins)ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ । ଏହି ପାଣିରେ ମେଟାବୋଲିଯିମ ରହିଛି ଯାହା ଦ୍ଵାରା ଶରୀରରେ ଫ୍ୟାଟ ଅଂଶ କମିଥାଏ । ଯାହା ଫଳରେ ମୋଟାପଣ ମଧ୍ୟ ଦୂର ହୋଇଥାଏ ।
ବ୍ଲଡପ୍ରେସର
ଯଦି ଆପଣ ଉଚ୍ଚ ରକ୍ତଚାପ (Blood Pressure)କୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି କିସମିସ କୁ ପ୍ରତିଦିନ ଭିଜେଇ ସକାଳୁ ଖାଆନ୍ତୁ । ଏହା ଆପଣଙ୍କ ପାଇଁ ଔଷଧ ପରି କାମ କରିବ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବ ଏହି ଭିଜା କିସମିସ । ଆପଣ ମଧ୍ୟ ସୁସ୍ଥ ରହିବେ ।
ଲିଭର
ଯେଉଁ ବ୍ୟକ୍ତି ନିଜର ଲିଭର ଜନିତ ସମସ୍ୟା ପାଇଁ ଚିନ୍ତିତ ଅଛନ୍ତି ସେହି ବ୍ୟକ୍ତି ପ୍ରତିଦିନ ୧୦ ରୁ ୧୫ ଟି କିସମିସ ଭିଜେଇ ଖାଆନ୍ତୁ । ଭିଜା କିସମିସ (Soaked Raisins)କୁ ଭଲ ଭାବରେ ଚୋବେଇ ଚୋବେଇ ଖାଆନ୍ତୁ । ଏହା ଆପଣଙ୍କ ଲିଭର ଜନିତ ସମସ୍ତ ସମସ୍ୟା ହିଁ ଦୂର ହୋଇଯିବ ।
କବଚ ବା କଷ୍ଟକଠିନ
ଯଦି ଆପଣଙ୍କ ପେଟ ସଫା ହେଉନାହିଁ । ଆପଣ ବାଥରୁମରେ ଘଣ୍ଟା ଘଣ୍ଟା ଧରି ବସିବାପରେ ମଧ୍ୟ ଆପଣଙ୍କ ପେଟ ସଫା ହେଉନାହିଁ ତେବେ ଆପଣ ପ୍ରତିଦିନ ଭିଜା କିସମିସ (Soaked Raisins) ର ପାଣିକୁ ହିଁ ପିଅନ୍ତୁ ଆପଣଙ୍କ ଏହି ସମସ୍ୟା ମଧ୍ୟ ଦୂର ହେବ ।
ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଭିଜା କିସମିସ (Soaked Raisins) ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।
ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।
ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଏହି ପାଣି, ମୂଳରୁ ଶେଷ ହୋଇଯିବ 10ଟି ବଡ ରୋଗ
Share your comments