
To be know Healthy drink lassi
ଖରାଦିନ ଆସିବା ମାତ୍ରେ ଲୋକମାନେ ଦହିକୁ ଅଧିକ ବ୍ୟବହାର କରିଥାନ୍ତି ଘରେ ଘରେ । ଆପଣମାନେ ଜାଣିଥିବେ ଦହି ଖାଇବା ଦ୍ୱାରା ଶରୀରରେ ଜଳୀୟାଂଶ ଅଭାବ ପରିଲକ୍ଷିତ ହୋଇନଥାଏ । ତେଣୁ ଖରା ଦିନେ ପେଟକୁ ଥଣ୍ଡା ରଖିବା ପାଇଁ ମଧ୍ୟ ଦହି ଖାଇଥାନ୍ତି ଲୋକେ l ଏହା ଶରୀରକୁ ମଧ୍ୟ ଥଣ୍ଡା ରଖିଥାଏ ଗରମ ଦିନରେ । ଏହି କାରଣରୁ ଲୋକମାନେ ଖରାଦିନେ ଦହିର ସରବତ ବନାଇ ପିଇଥା’ନ୍ତି ।
ତେବେ ଯଦି ଆପଣ ବି ଖରାଦିନେ ଦହିର କିଛି ପାନୀୟ ତିଆରି କରିବାକୁ ଚାହୁଁଥାନ୍ତି, ତେବେ ଦହିରେ ପ୍ରସ୍ତୁତ ଲସି ହେଉଛି ସବୁଠୁ ଭଲ ବିକଳ୍ପ । ଲସିରେ ଥିବା ଇଲେକ୍ଟ୍ରେଲାଇଟ୍ ଏବଂ ପାଣିର ମାତ୍ରା ଶରୀରର ନମନିୟତାକୁ ବଜାଇ ରଖିଥାଏ। ଯାହାଦ୍ୱାରା ଶରୀରର ତାପମାତ୍ରା ସମାନ୍ୟ ରହେ। ଦହି ଓଜନ ହ୍ରାସ ପାଇଁ ଏକ ଭଲ ଖାଦ୍ୟ ଭାବରେ ବିବେଚନା କରାଯାଏ | ଏହା ଶରୀର ପାଇଁ ସମସ୍ତ ପ୍ରକାରର ଲାଭଦାୟକ ଅଟେ | ଖରାଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିତ।ନ୍ତ ଆବଶ୍ୟକ । ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ଖରାଦିନରେ ବିଶେଷ କରି ଦହି ଲସି ଓ ସରବତ ପିଇବା ଖୁବ ଲାଭଦାୟକ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ ( healthy drink lassi ) ..
ଲୋକମାନେ ବିଶେଷ କରି ଖରାଦିନରେ ସେମାନଙ୍କ ଖାଦ୍ୟରେ ଦହି ନିହାତି ଅନ୍ତର୍ଭୁକ୍ତ କରିଥାନ୍ତି | ଯେମିତି କି ଲସି ଓ ଦହି ସରଵତ, ଏହି ଦୁଇଟି ସରଵତ ଦହି ରେ ପ୍ରସ୍ତୁତ ହୁଏ ଏବଂ ସମସ୍ତେ ଏହାକୁ ପସନ୍ଦ ମଧ୍ୟ କରନ୍ତି | ଜାଣିଛନ୍ତି କି , ଲସି ପିଇବା ଦ୍ଵାରା ପେଟ ସମସ୍ୟା କମ୍ ହେଇଥାଏ । ଏହା ପିଇବା ଦ୍ୱାରା ଏଥିରେ ତୁରନ୍ତ ଶକ୍ତି ମିଳେ ଏବଂ ପେଟ ବି ପୁରି ଥାଏ । ଲସି ବା ଦହି ସରଵତ ପିଇବା ଦ୍ଵାରା, କ୍ୟାଲସିୟମ୍, ଭିଟାମିନ୍ ବି 12, ଜିଂକ୍ ଓ ପ୍ରୋଟିନ ମିଳିଥାଏ ଶରୀର କୁ ଯାହା ଖୁବ ଭଲ । ଏହା ପାନ କରିବା ଦ୍ୱାରା ଏସିଡ଼ିଟି ଓ ହୃଦରୋଗ ଭଳି ସମସ୍ୟା ରୁ ମୁକ୍ତି ମିଳିଥାଏ ।
ଦହି ଏକ ଭଲ ପ୍ରୋବାୟୋଟିକ୍ ଯାହାକି ଭଲ ବ୍ୟାକ୍ଟେରିଆକୁ ବଢ଼ାଇଥାଏ ଆଉ ଏହାକୁ ଆମେ ପିଇବା ଦ୍ୱାରା ଶରୀର କୁ ଲାଭ ମିଳିଥାଏ । ଅଲଗା ଅଲଗା ପ୍ରକ୍ରିୟା ରେ ଦହି ର ରାଇତା, ଲସି ଏବଂ ଦହି ସରଵତ ଆକାରରେ ବିଭିନ୍ନ ଉପାୟରେ ଆମେ ଦହି ଖାଇବା ପାଇଁ ପସନ୍ଦ କରିଥାଉ| କିନ୍ତୁ ପ୍ରାୟତଃ ଲୋକଙ୍କ ମନରେ ଏହା ପ୍ରଶ୍ନ ଆସେ ଯେ ଓଜନ ହ୍ରାସ ପାଇଁ ଦହିରେ ତିଆରି ପ୍ରସ୍ତୁତ ହୋଇଥିବା ଦହି ସରଵତ ପିଇବା ଦରକାର ନା ଲସି । କେଉଁଟି ଠିକ ହୋଇଥାଏ ଶରୀର ପାଇଁ l
ଦହି ରେ ରହିଛି ଏନଏଲ ଲାଭଜନକ ପଦାର୍ଥ ଯାହା ଶରୀର ତଥା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ l ଖରାଦିନରେ ଦହି ପିଇବା ଦ୍ୱାରା ପେଟ ଥଣ୍ଡାସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ଯେଉଁମାନଙ୍କ ଅନିଦ୍ରା ଜନିତ ସମସ୍ୟା ରହିଛି, ସେମାନେ ଦହି ପିଇବା ଖୁବ ହିତକାରକ। ଦହିରେ ଉତ୍ତମ ବ୍ୟାକ୍ଟେରିଆ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଖାଦ୍ୟ ହଜମ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ। ଯେଉଁମାନଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହୁଛି, ସେମାନେ ଦହି ସହ ଜୁଆଣୀ ମିଶାଇ ପିଇବା ବେଶ ଲାଭଦାୟକ। ପେଟ ସଫା ରଖିବା ପାଇଁ ଦହି ସରବତରେ ପୁଦିନାପତ୍ର ମିଶାଇ ପିଅନ୍ତୁ l
ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି, ସେମାନେ ନିୟମିତ ଜିରାଗୁଣ୍ଡକୁ ଦହିରେ ମିଶାଇ ପିଅନ୍ତୁ। ନିୟମିତ ଖରାଦିନରେ ଗୋଟେ ଗ୍ଲାସ ଦହି ସରବତ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ। ଦହି ସରବତରେ ଭିଟାମିନ ସି, ଏ, ଇ ଓ ବି ରହିଛି। ଯାହା ଶାରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ। ନିୟମିତ ଦହିରେ ଅଳ୍ପ ପାଣି ମିଶାଇ ଏଥିରେ ଚିନି ପକାଇ ପେଷି ଦିଅନ୍ତୁ। ଏହାକୁ ନିମୟିତ ପିଇଲେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରକୁ ପର୍ୟ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ।
Share your comments