1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପ୍ରତିଦିନ ଏହାର 4 ଟି ପତ୍ର ଚୋବାଇ ଖାଆନ୍ତୁ : ସୁଗାର ପାଇଁ ଅମୃତ

Sudesna Nayak
Sudesna Nayak
Tulsi Leaves For Diabetes: How To Use Holy Basil To Manage Blood Sugar Levels

Tulsi Leaves For Diabetes: How To Use Holy Basil To Manage Blood Sugar Levels

ଶରୀରରେ ସୁଗାର (Sugar)ମାତ୍ରା ଅଧିକ ହେବା ଫଳରେ ଡାଇବେଟିସ (Diabetes) ରୋଗ ହୋଇଥାଏ । ତେଣୁ ସୁଗାର ମାତ୍ରା ନିୟନ୍ତ୍ରଣ ରଖିବା ନିହାତି ଜରୁରୀ ହୋଇଥାଏ । ଯଦି ଆପଣଙ୍କୁ ଡାଇବେଟିସ (Diabetes) ଏବଂ ଆପଣଙ୍କ ସୁଗାର ନିୟନ୍ତ୍ରଣ ହେଉ ନାହିଁ ତେବେ କୌଣସି ଚିନ୍ତାର କାରଣ ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ଏପରି ଏକ ଆୟୁର୍ବେଦିକ ଉପାୟ ଯାହା ସମ୍ପୂର୍ଣ ଭାବରେ ଆପଣଙ୍କ ସୁଗାରକୁ ନିୟନ୍ତ୍ରଣରେ ରଖିବ ।

ସୂଚନା ଅନୁଯାୟୀ, ତୁଳସୀ (Tulsi Leaves)ରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭରପୁର ରହିଥାଏ । ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା, ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଇମ୍ୟୁନିଟି ସିଷ୍ଟମକୁ ମଜବୁତ୍ କରିଥାଏ । ତୁଳସୀ ଆପଣଙ୍କ ବଢିଯାଇଥିବା ବ୍ଲଡ ସୁଗାର (Blood Sugar Levels)କୁ କମ କରିବାର କ୍ଷମତା ରଖେ ।

-ଡାଇବେଟିସ (Diabetes)ରୋଗୀଙ୍କ ପାଇଁ ସକାଳେ ଖାଲି ପେଟରେ ତୁଳସୀ ପତ୍ର ୨ରୁ ୩ଟି ସେବନ କରିଲେ ଏହା ନିୟନ୍ତ୍ରଣ ହୋଇଥାଏ । ଡାଇବେଟିସ (Diabetes) ପାଇଁ ତୁଳସୀ ପତ୍ର (Tulsi Leaves) ବହୁତ ଲାଭଦାୟକ ହୋଇଥାଏ ।

-ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ ଥିଲେ, ଏଥିପାଇଁ ତୁଳସୀ (Tulsi Leaves)ବ୍ୟବହାର କରି ପାରିବେ ।

-କର୍କଟ ରୋଗ ସହ ଲଢିବାରେ ସାହାଯ୍ୟ କରେ ତୁଳସୀ (Tulsi Leaves) ।

-ତୁଳସୀ ପତ୍ର (Tulsi Leaves)ସହ ଲବଙ୍ଗ ମିଶାଇ ଖାଇବା ଦ୍ୱାରା କାଶ ଦୂର ହୋଇଥାଏ।

-ଥଣ୍ଡା ସମୟରେ ତୁଳସୀ ପତ୍ର (Tulsi Leaves)ସହ ଅଦା, ଗୋଲମରିଚ ମିଶାଇ ଏହାକୁ ଫୁଟାଇ ପିଇଲେ ଆରାମ ଅନୁଭବ ହୋଇଥାଏ ।

-ତୁଳସୀ ପତ୍ର (Tulsi Leaves) ଶାରୀରିକ ଦୁର୍ବଳତା ଦୁର କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି ଘଟାଇ ଥାଏ ।

ଆପଣମାନଙ୍କ ଘରେ ଯଦି ଏହି ତୁଳସୀ (Tulsi Leaves) ଗଛ ଅଛି ତେବେ ଆପଣ ଏହାର 4ଟି ସତେଜ ପତ୍ର ନେଇଯାନ୍ତୁ ଏବଂ ସକାଳୁ ଉଠି ଖାଲି ପେଟରେ ଏହି 4ଟି ତୁଳସୀ ପତ୍ରକୁ ଆପଣ ଚୋବାଇ ଖାଆନ୍ତୁ । ଚୋବାଇ ସାରିବା ପରେ ଆପଣ ପାଣି ପିଅନ୍ତୁ । ନଚେତ ଆପଣ 4ଟି ତୁଳସୀ ପତ୍ର ନିଅନ୍ତୁ ଏବଂ ଏହାର କାଢା ପ୍ରସ୍ତୁତ କରି ଏହି କାଢାକୁ ପିଅନ୍ତୁ ।

ପ୍ରକାଶ ଥାଉ ଯେ, ତୁଳସୀ ଗଛ (Tulsi Leaves)ର ପତ୍ର, ଫୁଲ, ଚେର ଓ ଶାଖା ପ୍ରଶାଖାରେ ଔଷଧିୟ ଗୁଣ ଭରି ରହିଥାଏ । ତୁଳସୀ ପତ୍ର (Tulsi Leaves)କୁ ପାଦୁକ ଭାବେ ବ୍ୟବହାର କରାଯାଉଛି । ଏହା ପାଣିର ପୋଷକତତ୍ଵକୁ ବୃଦ୍ଧି କରିଥାଏ । ତେଣୁ ତମ୍ବା ପାତ୍ରରେ ତୁଳସୀ ପତ୍ର (Tulsi Leaves) ପକାଇ ପାଣି ରଖିଲେ ଏହାର ସେବନ ଦ୍ଵାରା ବହୁତ ଫାଇଦା ମିଳିଥାଏ ।

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

ରକ୍ତଚାପ ନିୟନ୍ତ୍ରଣ କରେ ଶୁଣ୍ଠୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments