1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାଦିଷ୍ଟ ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ମିଠା ସାଧାରଣତଃ କିଛି ବିଶେଷ ଅବସରରେ ହିଁ ତିଆରି ହୋଇଥାଏ ଅଥବା ଘରକୁ ଅଣାଯାଇଥାଏ l ମିଠା ହେଉଛି ସମସ୍ତଙ୍କ ର ଏକ ପ୍ରିୟ ଖାଦ୍ୟ । କିନ୍ତୁ ଜିଲାପି ଏପରି ଏକ ମିଠା ଯାହାର ମଜା ନେବାକୁ କୌଣସି ଅବସରକୁ ଅପକ୍ଷା କରିବାକୁ ପଡିନଥାଏ ।

Tanushree Mahapatra
Tanushree Mahapatra
What happens when you eat jallepi

What happens when you eat jallepi

ମିଠା ସାଧାରଣତଃ କିଛି ବିଶେଷ ଅବସରରେ ହିଁ ତିଆରି ହୋଇଥାଏ ଅଥବା ଘରକୁ ଅଣାଯାଇଥାଏ l  ମିଠା ( sweets ) ହେଉଛି ସମସ୍ତଙ୍କ ର ଏକ ପ୍ରିୟ ଖାଦ୍ୟ  । କିନ୍ତୁ ଜିଲାପି ଏପରି ଏକ ମିଠା ଯାହାର ମଜା ନେବାକୁ କୌଣସି ଅବସରକୁ ଅପକ୍ଷା କରିବାକୁ ପଡିନଥାଏ । ପ୍ରାୟତଃ ଏହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି l   କିଏ ଏହି ଜିଲାପିକୁ ସାଧା ଖାଇବାକୁ ପସନ୍ଦ କରେ ତ କିଏ କ୍ଷୀର ବା ଦହି ସହ ଖାଇବାକୁ ପସନ୍ଦ କରେ ।

ଅଧିକାଶ ଲୋକେ ସକାଳେ ଜଳଖିଆରେ ମଧ୍ୟ ଜିଲାପି ( jalebi ) ଖାଇବାକୁ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ ।

ସାଧାରଣତଃ ଭାରତୀୟ ମିଠା ମଧ୍ୟରୁ ଜିଲାପି ହେଉଛି ଅନ୍ୟତମ । ଏହାକୁ କିଛି ଭଲ ପର୍ବପର୍ବାଣୀରେ ତିଆରି କରାଯାଇଥାଏ ଅଥବା ଘରେ ମଧ୍ୟ ଏହାକୁ ସାଧାରଣ ଦିନ ମାନଙ୍କରେ ତିଆରି କରାଯାଇଥାଏ  । ଏମିତି ଦେଖିବାକୁ ଗଲେ ଆମ ରାଜ୍ୟର ଛୋଟ ବା ବଡ଼ ଜଳଖିଆ ଦୋକାନରେ ମଧ୍ୟ ଜିଲାପି ବିକ୍ରି ହୋଇଥାଏ । ସେହିପରି କିଛି ଖାସ ଦୋକାନ ଅଛି ସେଠାରେ ଜିଲାପି ହିଁ ମିଳିଥାଏ । ଏହା ଖାଇବା ଦ୍ୱରା ଆମ ମାନସିକ କ୍ଷେତ୍ରରେ ମଧ୍ୟ ଅନେକ ଉପକାର ପଡିଥାଏ  । ତେବେ ଜାଣନ୍ତୁ ଏହାର  ଉପକାରିତା ।

ଅନେକ ଲୋକ ଏବେ ମଧ୍ୟ ପାରମ୍ପରିକ ଭାବେ ପିଲାଙ୍କୁ ପରୀକ୍ଷା ପୁର୍ବରୁ କିମ୍ବା କୌଣସି ଶୁଭ କାମରେ ଯିବା ପୂର୍ବରୁ କ୍ଷୀର ଜିଲାପି ଖୁଆଇ ଥାଆନ୍ତି । କିନ୍ତୁ କ୍ଷୀର ସହ ଜିଲାପି ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ବୋଲି  l  କ୍ଷୀର ସହ ଜିଲାପି ଏକ ସୁପର ଫୁଡ ସହ ସମାନ ହୋଇଥାଏ  । ଏହା ଷ୍ଟ୍ରେସ୍ ହର୍ମୋନ୍ କମ୍ କରିବାରେ ସହାଯ୍ୟ କରିଥାଏ ଜଣେ ସୁସ୍ଥ ବ୍ୟକ୍ତିଙ୍କର  । ଯାହା ଫଳରେ ଅବସାଦରୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା ଏକାଗ୍ରତା ବଢିଥାଏ ଓ ମୁଡ୍ ମଧ୍ୟ ଫ୍ରେଶ୍ ରହିଥାଏ ।

ମାଇଗ୍ରେନ୍ ପେନ୍ ଓ ଅଧାକପାଳି ଭଳି ମୁଣ୍ଡବିନ୍ଧା ସମସ୍ୟା ଦୂର କରିବାରେ ମଧ୍ୟ କ୍ଷୀର ସହିତ ଜିଲାପି ଭଲ କାମ ଦିଏ । ବିଶେଷଜ୍ଞଙ୍କ ଅନୁଯାୟୀ ସକାଳେ ଜଳଖିଆରେ କ୍ଷୀର ସହ ଜିଲାପି ଖାଇଲେ ମୁଣ୍ଡବିନ୍ଧା ସମସ୍ୟା ଦୂର ହୋଇଥାଏ ।

କ୍ଷୀର ଓ ଜିଲାପି ଓଜନ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଜିଲାପିରେ ବହୁ ମାତ୍ରାରେ କ୍ୟାଲୋରୀ ରହିଛି । ଯାହା ଫଳରେ ଜିଲାପି ଖାଇବା ଦ୍ୱାରା ଓଜନ ବଢିଥାଏ । ଯେଉଁମାନେ ବହୁତ ପତଳା ଓ ଓଜନ ବଢାଇବାକୁ ଚାହୁଁଛନ୍ତି ସେମାନେ ସକାଳେ ଜଳଖିଆରେ ଗୋଟିଏ ଗ୍ଲାସ୍ କ୍ଷୀର ସହ ଜିଲାପି ଖାଇପାରିବେ । ଏହା ଖାଇବା ଦ୍ୱାରା ତାଙ୍କ ଶରୀରରେ ଓଜନ ବଢିଥାଏ l  ଥଣ୍ଡା ଯୋଗୁଁ ନିଃଶ୍ୱାସ ନେବାରେ ସମସ୍ୟା ହୋଇଥାଏ । କ୍ଷୀର ସହ ଗରମ ଗରମ ଜିଲାପି ଖାଇଲେ ଥଣ୍ଡା ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ ।

ଏଥିପାଇଁ ପ୍ରତିଦିନ ଗୋଟିଏ ଜିଲାପି ଗରମ କ୍ଷୀରରେ ବୁଡାଇ ଖାଇପାରିବେ ।

ପ୍ରାୟତଃ ଲୋକେ ସୁଗାର କାରଣରୁ ଜିଲାପିକୁ ଖାଇବା ପାଇଁ ଭୟ କରନ୍ତି   । ହେଲେ ଏଥିରେ ସୁଗାର ସହ ଜଡ଼ିତ କୌଣସି ସମସ୍ୟା ନାହିଁ । ଶୀତଦିନେ ପ୍ରାୟତଃ ଥଣ୍ଡା ଜ୍ୱର ହୋଇଥାଏ । ଯଦି ଏହି ଥଣ୍ଡା ପାଗରେ ଗରମ ଗରମ ଜିଲାପି ଆଣି ଖାଇବେ ତେବେ ଏଥିରେ ଥାଣ୍ଡା କାଶରୁ ମୁକ୍ତି ପାଇ ପାରିବେ ।  ଏହା ବହୁ ଫାଇଦା ଦେଇଥାଏ ଶ୍ୱାସ ରୋଗୀଙ୍କ ପାଇଁ । କଥାରେ ଅଛି ଜଣ୍ଡିସ ପାଇଁ ଜିଲାପି ଅନେକ ଗୁଣମତ । ଜିଲାପି ଦ୍ୱାରା ଜଣ୍ଡିସର ସମସ୍ୟାକୁ କିଛି ମାତ୍ରାରେ କମ କରାଯାଇ ପାରିବ ।

ଓଜନ ହ୍ରାସ ଲାଗି ଖାଇପାରିବେ ଏହି ତେଲ !!

ଛତୁ ରୁ ତିଆରି ହେଉଥିବା କେତୋଟି ଚମତ୍କାରୀ ଖାଦ୍ୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments