1. କୃଷି ଖବର

ଓଡ଼ିଶାରେ ପ୍ରବଳ ଜାଡ଼, ଆଗାମୀ ୪୮ ଘଣ୍ଟା ହାଡ଼ଭଙ୍ଗା ଶୀତ

ରାଜ୍ୟକୁ ଫେରିଲା ଶୀତ । ଓଡ଼ିଶାରେ ପ୍ରବଳ ଜାଡ଼ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିଛି ପାରଦ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଅନୁଭୁତ ହେଉଛି ପ୍ରବଳ ଶୀତ । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର । ଏନେଇ ସତର୍କତା ଜାରି କରିଛି ।

Sudesna Nayak
Sudesna Nayak
cold wave in 48 hours ODISHA

cold wave in 48 hours ODISHA

ରାଜ୍ୟକୁ ଫେରିଲା ଶୀତ (cold wave) । ଓଡ଼ିଶା (ODISHA) ରେ ପ୍ରବଳ ଜାଡ଼ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ କମିଛି ପାରଦ । ପ୍ରଭାବରେ ଉପାନ୍ତରୁ ଉପକୂଳ ସବୁଠି ଅନୁଭୁତ ହେଉଛି ପ୍ରବଳ ଶୀତ (cold wave) । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଶୀତରୁ ମିଳିବନି ନିସ୍ତାର । ଏନେଇ ସତର୍କତା ଜାରି କରିଛି (IMD) ।

ସୂଚନା ଅନୁଯାୟୀ, ସମତଳ ଅପେକ୍ଷା ପାହାଡିଆ ଅଞ୍ଚଳରେ ଅଧିକ ଥଣ୍ଡା ପଡ଼ିବ । କେବଳ ଓଡ଼ିଶା (ODISHA)ରେ ନୁହେଁ ଉତ୍ତର ଭାରତରେ ମଧ୍ୟ ହାଡ଼ଭଙ୍ଗା ଶୀତ (cold wave)ଅନୁଭୁତ ହେବ ।

ଏଣିକି ରାଜ୍ୟରେ ହାଡ଼ ଭାଙ୍ଗୁଛି ଜାଡ଼ (cold wave)। ସମଗ୍ର ଓଡ଼ିଶା (ODISHA)ରେ ଶୀତର ଲହରୀ ଜାରୀ ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଶୀତ (cold wave)ର ପ୍ରକୋପରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଜନ ସାଧାରଣ ଲୋକ । ଶୀତରୁ ନିସ୍ତାର ମିଳୁନି ଲୋକମାନଙ୍କୁ । ତାପମାତ୍ରା ୮ ଡିଗ୍ରୀ ତଳେ ହିଁ ରହୁଛି ।

ଖସିବ ପାରଦ, ବଢିବ ଶୀତ (cold)। ୩ରୁ ୪ ଡିଗ୍ରୀ ଯାଏଁ ପାରଦ ଖସିବା ସହ ଅଧିକ ଶୀତ (cold) ଅନୁଭୂତ ହୋଇପାରେ । ଏନେଇ ପାଣିପାଗ (IMD) ବିଭାଗ ପୂର୍ବାନୁମାନ କରିଛି । । କିନ୍ତୁ ରାତି ତାପମାତ୍ରା କ୍ରମଶଃ ଖସିବ ।

ପ୍ରକାଶ ଥାଉ ଯେ, ଆସନ୍ତା ୭ ଓ ୮ ତାରିଖରେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ପୁଣି ହୋଇପାରେ ତୁଷାରପାତ । ଅନ୍ୟପଟେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ଜାଡ ସହ ଘନ କୁହୁଡି (FOG)ରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ବିଶେଷ କରି ବଲାଙ୍ଗୀର, ସମ୍ବଲପୁର, ବରଗଡ, ଅନୁଗୁଳ, ଢେଙ୍କାନାଳ, ଫୁଲବାଣୀରେ ଘନ କୁହୁଡି (FOG)ପାଇଁ ସତର୍କତା ଜାରି କରାଯାଇଛି ।

ରାଜ୍ୟରେ ଆଜି ଠୁ ବଢିବ ଶୀତ

ଥରିଲାଣି ଓଡ଼ିଶା! ଆଜିଠୁ ରାଜ୍ୟରେ ବଢିବ ଥଣ୍ଡା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments