1. କୃଷି ଖବର

ଟଳିଲା ବାତ୍ୟା ବିପଦ, ଦୁର୍ବଳ ହେଲା ଅସାନି

‘ଅସାନି’ ଦୁର୍ବଳ ହେବା କାରଣରୁ ଓଡିଶା ଉପରୁ ବାତ୍ୟା ବିପଦ ଟଳିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

KJ Staff
KJ Staff
Cyclone Asani weakens into deep depression

Cyclone Asani weakens into deep depression

ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ଅସାନି’(Cyclone Asani)। ବାତ୍ୟାରୁ ଏହା ଗଭୀର ଅବପାତର ରୂପ ନେଇ ସାରିଛି । ଘଣ୍ଟା ପ୍ରତି 7 କିଲୋମିଟର ବେଗରେ ଆନ୍ଧ୍ରପ୍ରଦେଶର ସମୁଦ୍ର ଉପକୂଳ ଦେଇ ଗତି କରୁଛି ।

‘ଅସାନି’(Cyclone Asani) ଦୁର୍ବଳ ହେବା କାରଣରୁ ଓଡିଶା ଉପରୁ ବାତ୍ୟା ବିପଦ ଟଳିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ(Met Centre Bhubaneswar)ପକ୍ଷରୁ ସୂଚନା ଦିଆଯାଇଛି । ଓଡିଶଆରେ ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ବର୍ଷା ହେବା ନେଇ ଆଶଙ୍କା ରହିଛି । ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ନବରଙ୍ଗପୁର ଆଦି ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ବର୍ଷା ସମ୍ଭାବନା ରହିଛି । କେଉଁଝର, ମୟୁରଭଞ୍ଜ, ବାଲେଶ୍ଵର ଓ ପୁରୀରେ ମଧ୍ୟ ବର୍ଷା ହୋଇପାରେ କେଉଁଝର, ମୟୁରଭଞ୍ଜ, ବାଲେଶ୍ଵର ଓ ପୁରୀରେ ମଧ୍ୟ ବର୍ଷା ହୋଇପାରେ ।

 

ଆସାନି ମଚ୍ଛଲିପଟ୍ଟନମ୍‌ରୁ ନରସପୁର ମଧ୍ୟରେ ଉପକୂଳ ଦେଇ ଅତିକ୍ରମ କରୁଛି । ବାତ୍ୟାର ଅବଶିଷ୍ଠଂଶ ଗତକାଲି ଗଭୀର ଅବପାତରେ ପରିଣତ ହେବା ସହିତ ଆଜି ଆହୁରି ଦୁର୍ବଳ ହୋଇ ଗୋଟିଏ ଅବପାତ ରେ ପରିଣତ ହୋଇଛି । ଗତ 6 ଘଣ୍ଟା ମଧ୍ୟରେ ଏହା ସ୍ଥିର ରହିଥିବା ବେଳେ, ଆଗାମୀ 12 ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ରେ ପରିଣତ ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି ।

ଆନ୍ଧ୍ର ଉପକୂଳ ଛୁଇଁବା ଆଗରୁ ହିଁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଯାଇଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ଆନ୍ଧ୍ରରେ ଲଗାଣ ବର୍ଷା ହୋଇଥିବାବେଳେ ୫୫-୭୫ କିମି ବେଗରେ ପବନ ବି ହୋଇଛି । ହେଲେ ଓଡ଼ିଶାଠାରୁ ଢେର ଦୂରରେ ଥିବାରୁ ରାଜ୍ୟର ଏହାର ପ୍ରଭାବ ପରିଲକ୍ଷିତ ହୋଇନାହିଁ ।

ପାଣିପାଗ ବିଭାଗ ବିଭାଗ କହିଛି, ମଛଲିପଟନମ ଓ ନରସପୁର ଭିତରେ ଏହା ସ୍ଥଳଭାଗରେ ପ୍ରବେଶ କରିବା ପରେ ଉତ୍ତର-ଉତ୍ତର ପୂର୍ବରେ ସମୁଦ୍ର ଆଡ଼କୁ ଗତି କରୁଛି । ଗୁରୁବାର ସକାଳକୁ ଆହୁରି ଦୁର୍ବଳ ହୋଇ ଅବପାତ ଅବସ୍ଥାରେ ସମୁଦ୍ରରେ ଥିବ । ସେତେବେଳେ ଓଡ଼ିଶା ଉପକୂଳଠାରୁ ଆହୁରି ଦୂରେଇଯିବ ।

ଟଳିଲା ବାତ୍ୟା ବିପଦ, କେଉଁଠି ହେବ ଲ୍ୟାଣ୍ଡଫଲ୍?

ସ୍ଥଳଭାଗ ଛୁଇଁବନି ବାତ୍ୟା! ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ସମ୍ଭାବନା...

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments