1. କୃଷି ଖବର

ଚାଷୀମାନଙ୍କ ମଧ୍ୟରେ ଆଦୃତ ହୋଇଛି କୃଷକ ମେଳା-୨୦୨୩

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (OUAT) ଦ୍ୱାରା ଆୟୋଜିତ ହୋଇଥିବା କୃଷକ ମେଳା-୨୦୨୩(Farmer’s Fair-2023) ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି କୃଷକ ମେଳା ଖୁବ ପ୍ରଶଂସା ସାଉଣ୍ଟିବାରେ ଲାଗିଛି । ଗତ କାଲି ଅର୍ଥାତ ପ୍ରଥମ ଦିନରେ ଏହି କୃଷକ ମେଳା ଚାଷୀ ଭାଇ-ଭଉଣୀମାନଙ୍କ(Farmers) ମଧ୍ୟରେ ଖୁବ୍ ଆଦୃତ ହୋଇଥିବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପାଖାପାଖି ୫ଶହରୁ ଉର୍ଦ୍ଧ୍ୱ କୃଷକ ଭାଇ-ଭଉଣୀମାନେ ଏହି ମେଳାରେ ଯୋଗଦେଇଥିବା ଦେଖିବାକୁ ମିଳିଛି ।

Priyambada Rana
Priyambada Rana
Farmer’s Fair-2023 will be beneficial for farmers..

ଏହି ମେଳା ରାଜ୍ୟର ସବୁ ବର୍ଗର ଚଷା ଭାଇ-ଭଉଣୀମାନଙ୍କୁ କୃଷି ସମ୍ବନ୍ଧିତ ନୂଆ ନୂଆ ଜ୍ଞାନକୌଶଳକୁ ସିଖି ନିଜ ଆୟକୁ ଦ୍ୱିଗୁଣିତ(Doubling Income) କରି ଶସକ୍ତ ହେବାର ସୁଯୋଗ ଦେଇଛି । ଏଥି ସହିତ ମେଳା ଦ୍ୱାରା ଅନେକ କୃଷି ଉଦ୍ୟୋଗ ସଂସ୍ଥା, ଉଦ୍ୟୋଗୀ କୃଷକ ଓ ସ୍ୱୟଂ ସହାୟକ ଗୋଷ୍ଠିର ମାଆ-ଭଉଣୀମାନେ ବିଭିନ୍ନ ଷ୍ଟଲ ଦ୍ୱାରା ନିଜ ସାମଗ୍ରୀର ପ୍ରଦର୍ଶନର ମଧ୍ୟ ସୁଯୋଗ ପାଇଛନ୍ତି । ପ୍ରଥମ ଦିନରେ କୃଷକମାନେ ବିଭିନ୍ନ ଷ୍ଟଲ ବୁଲି ବୁଲି ଦେଖିବା ସହ ନୂଆ ନୂଆ ଚାଷ ପଦ୍ଧତି ସମ୍ପର୍କରେ ଜ୍ଞାନ ଆହରଣ, କୃଷି ଜାତ ଦ୍ରବ୍ୟର କ୍ରୟ ଓ ବିଭିନ୍ନ ବିଷୟ ଉପରେ ନୂଆ ନୂଆ ଶିକ୍ଷା ଗ୍ରହଣ କରି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ମେଳାରେ ବିଭିନ୍ନ ଷ୍ଟଲ ପ୍ରଦର୍ଶନ ସହିତ କୃଷକମାନଙ୍କୁ ଅଧିକ ଆକର୍ଷୀତ କରିଥିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିଲା ଏକ ଶିକ୍ଷାନୁମୂଳକ ସଭା ଓ ନିଆରା ଆଲୋଚନା ଚକ୍ର । ଆୟୋଜିତ ଏହି ସଭା ଜରିଆରେ କୃଷି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ନୂଆ ନୂଆ କୃଷି, ଆନୁସଙ୍ଗିକ କୃଷିଭିତ୍ତିକ ବ୍ୟବସାୟ, ବିଭିନ୍ନ ଉନ୍ନତ କୃଷି ପ୍ରଣାଳୀ ଓ କୃଷକଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ଲାଭ ଉଠାଇବାର ଉପାୟ ସମ୍ପର୍କରେ ଆଲୋଚନା କରିଥିଲା । ଯାହାକି କୃଷକ ଭାଇ-ଭଉଣୀମାନଙ୍କୁ ନୂଆ କିଛି ଶିକ୍ଷା ଅର୍ଜନ କରିବାର ସୁଯୋଗ ଯୋଗାଇଥିଲା ।

ଏଥି ସହିତ ଆୟୋଜିତ ହୋଇଥିଲା ଆଲୋଚନା ଚକ୍ରରେ ଅନେକ ଦକ୍ଷ ଓ ଅଭିଜ୍ଞ ସମ୍ପର୍ଣ୍ଣ କୃଷି ବିଶେଷଜ୍ଞ, ପୂର୍ବତନ ପ୍ରାଧ୍ୟାପକ, କୃଷି ବୈଜ୍ଞାନିକ ଅଂଶ ଗ୍ରହଣ କରି କୃଷକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।ଆମ କୃଷକ ଭାଇ-ଭଉଣୀମାନେ ସଭାରୁ ଗ୍ରହଣ କରିଥିବା ଶିକ୍ଷା, ଷ୍ଟଲରୁ ସିଖିଥିବା ନୂଆ କୃଷି ପଦ୍ଧତି, ଓ ବାସ୍ତବ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ପ୍ରଶ୍ନ ଓ ଜିଜ୍ଞାସାକୁ ଅଭିବ୍ୟକ୍ତ କରିଥିଲେ । ତେବେ ଆଜି ଦ୍ୱିତୀୟ ଦିନରେ ଠିକ୍ ଗତ କାଲି ଭଳି ସଫଳତା ସାଉଣ୍ଟି ସମ୍ପର୍ଣ୍ଣ ହେବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛି ।

କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ନେଇ ଚାଲିଛି ପ୍ରୟାସ, ଦୁଇ ଦିନିଆ କୃଷକ ମେଳା-୨୦୨୩

OUATର ନିଆରା ପ୍ରୟାସ, ସଫଳତାର ସହ ଚାଲିଛି କୃଷକ ମେଳା-୨୦୨୩

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments