
heavy Heat wave stroked in inter odisha
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat Wave) । ଗତ କିଛିଦିନ ହେବ ପାରଦ ବଢିବାରେ ଲାଗିଛି । ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ସାଧାରଣ ଜୀବନ । ସକାଳ ୧୦ଟା ହେଲେ ବାହାରକୁ ବାହାରିବା ମୁସ୍କିଲ ହୋଇ ଗଲାଣି ।
ସୂଚନା ଅନୁଯାୟୀ, ସୋମବାର (Monday)ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ସେହିଭଳି ୫ ସହରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହାକୁ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଭୁବନଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
କେଉଁ ଦିନ ତାତିରେ ଟିଟିଲାଗଡ ରେକର୍ଡ କାଟୁଛି ତ ଆଉ କେଉଁ ଦିନ ସୋନପୁର । ତେବେ ସୋମବାର ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଆଜି ପାରଦ ୪୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବିଶେଷ କରି ପଶ୍ଚିମ ଓଡ଼ିଶା (ODISHA)ରେ ତତଲା କଡ଼େଇରେ ପରିଣତ ହୋଇଛି ।
ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟର ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ତାପମାତ୍ରା ୪୨.୫ ଡିଗ୍ରୀ, ଝାରସୁଗୁଡା ଜିଲ୍ଲାରେ ୪୨.୪, ସୋନପୁର ଜିଲ୍ଲାରେ ୪୨.୧, ବୌଦ୍ଧ ଜିଲ୍ଲାରେ ୪୨, ଅନୁଗୁଳ ଜିଲ୍ଲାରେ ୪୧.୯, ଟିଟିଲାଗଡରେ ୪୧.୬, ସମ୍ବଲପୁର ଜିଲ୍ଲାରେ ୪୧.୪ ଡିଗ୍ରୀ, ସୁନ୍ଦରଗଡ ଜିଲ୍ଲାରେ ୪୧, ହୀରାକୁଦରେ ୪୦.୯, ଭବାନୀପାଟଣାରେ ୪୦.୮ ଏବଂ ତାଳଚେରରେ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି ।
ସେହିପରି ରାଜଧାନୀ ଭୁବନେଶ୍ଵର (BHUBANESWAR)ରେ ପାରଦ ୩୭ ଡିଗ୍ରୀ ଏବଂ କଟକରେ ତାପମାତ୍ରା ୩୬.୧ ଡିଗ୍ରୀ ସେଲସିୟସ ରହିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ଅନୁଗୋଳ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ସ୍ବଳ୍ପ ବର୍ଷା (RAIN) ରେକର୍ଡ କରାଯାଇଛି ।
ପ୍ରକାଶ ଥାଉ ଯେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମୟୂରଭଞ୍ଜ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା (RAIN)ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
Share your comments