1. କୃଷି ଖବର

ପାଣିପାଗ ବିଭାଗର ସୂଚନା,ଦିନତମାମ୍‌ ଜାରି ରହିବ ବର୍ଷା

ଆଜି ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି | ସେହିଭଳି ବଲାଙ୍ଗୀର, ରାୟଗଡ଼ା, ନୟାଗଡ଼, ସୋନପୁର ଓ ବୌଦ୍ଧରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି |

Rajashree
Rajashree
Heavy rain alert to Cuttack nd Bhubaneswar

Heavy rain alert to Cuttack nd Bhubaneswar

ଗତକାଲି ରାଜ୍ୟର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନତମାମ୍‌ ବର୍ଷା(Heavy rain) ଜାରି ରହିଛି | ଆସନ୍ତା ୪ଦିନ ପର୍ଯ୍ୟନ୍ତ ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ପ୍ରବଳରୁ ଅତି ପ୍ରବଳ ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ (Rain alert) ଜାରି କରାଯାଇଛି |

ସୂଚନାଅନୁଯାୟୀ, ଆଜି ଗଞ୍ଜାମ, ଗଜପତି, କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (Heavy rain) ହେବାର ଆଶଙ୍କା ରହିଛି | ସେହିଭଳି ବଲାଙ୍ଗୀର, ରାୟଗଡ଼ା, ନୟାଗଡ଼, ସୋନପୁର ଓ ବୌଦ୍ଧରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି | ପ୍ରବଳ ବର୍ଷା (Heavy rain) ସମ୍ଭାବନା ଥିବା ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ‌ୟେଲୋୱାର୍ଣ୍ଣିଂ ଜାରି କରିଛି |

ସେହିଭଳି ୯ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, କନ୍ଧମାଳ, ବଲାଙ୍ଗୀର ଓ ରାୟଗଡ଼ା ଆଦି ଜିଲ୍ଲା ଏବଂ ୧୦ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା (Heavy rain) ହେବାର ସମ୍ଭାବନା ରହିଛି |

୧୧ ତାରିଖରେ ରାଜ୍ୟରେ ବର୍ଷାର ବିସ୍ତୃତି ଓ ପରିମାଣ ବଢିବାର ଆଶଙ୍କା କରାଯାଉଛି | ଅନୁଗୁଳ, ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ | ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, କଟକ, ସୋନପୁର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବା(Rainfall in odisha) ସହ ପାଗ ମେଘୁଆ ରହିବ | ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରି ଓ ସର୍ବନିମ୍ନ ୨୫ ଡିଗ୍ରି ମଧ୍ୟ‌ରେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି |

ଆଗାମୀ ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଚାଷୀଙ୍କ ପାଇଁ ବଡ ଖୁସି ଖବର, ଚଳିତ ବର୍ଷ ଅଧିକ ବର୍ଷା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments