1. କୃଷି ଖବର

ବଙ୍ଗୋପସାଗରରେ ଲଘୁଚାପ,ଅତି ପ୍ରବଳ ବର୍ଷା ସମ୍ଭାବନା

ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧାରଣର ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ | ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଲାହାଣ୍ଡି, ବରଗଡ, ନୂଆପଡା, ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର ଏବଂ ସୁନ୍ଦରଗଡ ଏହି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |

Rajashree
Rajashree
Heavy rain in alert to odisha

Heavy rain in alert to odisha

ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା | ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା (Weather update)ଜାରି ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |

ଏହାସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସବୁ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧାରଣର ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (Heavy rain) ହୋଇପାରେ | ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଲାହାଣ୍ଡି, ବରଗଡ, ନୂଆପଡା, ବଲାଙ୍ଗିର, ଝାରସୁଗୁଡା, କେନ୍ଦୁଝର ଏବଂ ସୁନ୍ଦରଗଡ ଏହି ଜିଲ୍ଲା ମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |

ପ୍ରବଳ ବର୍ଷା (RAIN) ଯୋଗୁଁ ତଳିଆ ଅଞ୍ଚଳ ସହ ସମୁଦ୍ର ପାଶ୍ୱବର୍ତୀ ଉପକୂଳ ଅଂଚଳରେ ପାଣି ଜମିବାର ଆଶଙ୍କା ରହିଛି । ବିଭାଗ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି । ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି |

ବିଶେଷ ଭାବେ ଉତ୍ତର ଓ ଉପକୂଳ ଓଡ଼ିଶାରେ ଗତକାଲି ରାତିଠୁ ବର୍ଷାର( Rain update)ପରିମାଣ ବଢ଼ିଛି | ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ(bay of bengal) ସୃଷ୍ଟ ଲଘୁଚାପ ଯୋଗୁଁ ବର୍ଷା ହେଉଛି | ଏହାର ପ୍ରଭାବ ଆସନ୍ତାକାଲି ଯାଏଁ ରହିବ |

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଏବଂ କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ |

ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ ବର୍ଷା

ଏଥର କମ ରହିବ ମୌସୁମୀ ବର୍ଷା: ପାଣିପାଗ ବିଶେଷଜ୍ଞଙ୍କ ସୂଚନା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments