
heavy rainfall likely in various districts of odisha from tomorrow
ଏଥର ଫିକା ପଡ଼ିପାରେ ଶାରଦୀୟ ଦୁର୍ଗାପୂଜା (Dussehra)। ଆସନ୍ତାକାଲି ଠୁ ଅର୍ଥାତ୍ ଷଷ୍ଠୀ ଠୁ ମହାଷ୍ଟମୀ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain) ହେବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ମହାଷଷ୍ଠୀରେ ଭିଜିବ ଉତ୍ତର ଉପକୂଳ । ସପ୍ତମୀରେ ସମ୍ପର୍ଣ୍ଣ ଉପକୂଳ ଓଡ଼ିଶା (odisha)ରେ ବର୍ଷା (Rain)ହେବ । ଅଷ୍ଟମୀରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଅତିପ୍ରବଳ ବର୍ଷା (Rain)ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି ।
ଆଜି ଶୁକ୍ରବାର (Friday) ମଧ୍ୟ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain) ହୋଇପାରେ । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି, କନ୍ଧମାଳ, ଗଞ୍ଜାମ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (Rain) ହେବ ।
ପ୍ରକାଶ ଥାଉ ଯେ, ଅକ୍ଟୋବର (october)ପହିଲାରେ ଉତ୍ତର-ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବର୍ଷା (Rain) ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
Share your comments