ଆଜି କୋଭିଡ ନେଇ ସତର୍କ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ | ପରିଚାଳନା ନେଇ କୋଭିଡ (covid situation) ନେଇ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର | ସେ କହିଛନ୍ତି, ଚଳିତ ମାସ ଶେଷ ଯାଏଁ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ |
ସେ ଯାଏଁ ସତର୍କ ରହିବାକୁ ପଡ଼ିବ। ଯେହେତୁ ନିକଟରେ ବଡ଼ ଧରଣର କଂଗ୍ରିଗେସନ ହୋଇଥିଲା, କୋଭିଡ (covid)କିଛି ମାତ୍ରାରେ ବଢ଼ିପାରେ | ତେଣୁ ମାସ ଶେଷ ଯାଏଁ ସମସ୍ତେ ସତର୍କ ରହିବା ଉଚିତ | ଆମ ରାଜ୍ୟରେ ସଂକ୍ରମଣ ବଢ଼ିଛି | କିନ୍ତୁ ଅଧିକ ବଢ଼ୁନି | ୩/୪ ଦିନ ହେଲା ୩୦୦ ପାଖାପାଖି ରହୁଛି ଦୈନିକ ସଂକ୍ରମଣ | କିନ୍ତୁ ଚିନ୍ତା କଲା ଭଳି କିଛି ନାହିଁ |
ସଂଖ୍ୟା ବଢ଼ୁଥିଲେ ମଧ୍ୟ ହସ୍ପିଟାଲାଇଜେସନ ରେଟ ବହୁତ କମ୍ ଅଛି | ଲକ୍ଷଣଯୁକ୍ତ ରୋଗୀଙ୍କ ସଂଖ୍ୟା ବହୁତ କମ୍ |
ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସୂଚନାଅନୁଯାୟୀ , କୋଭିଡ (covid)ମୁକାବିଲା ନେଇ ପୂର୍ବରୁ ଯେଉଁ ସବୁ ବ୍ୟବସ୍ଥା ହୋଇଥିଲା, ସବୁ ଷ୍ଟାଣ୍ଡବାଏ ମୋଡରେ ରହିଛି | ଭେଣ୍ଟିଲେଟର ଅଛି, ବେଡ ବି ମହଜୁଦ ଅଛି | ଯଦି ୫୦ ପ୍ରତିଶତ ଭିତ୍ତିଭୂମି ପୂରଣ ହୋଇଯିବ, ପୁଣି ଭିତ୍ତିଭୂମି ବଢ଼ାଯିବ |
ତେବେ ସାରା ଦେଶରେ କୋଭିଡ (covid)ସଂକ୍ରମଣ କମୁଛି | ମହାରାଷ୍ଟ୍ରରେ ସଂକ୍ରମଣ ବହୁତ କମିଲାଣି, ଦିଲ୍ଲୀରେ ବି କୋଭିଡ (covid) ସଂକ୍ରମଣ ଖସିବାରେ ଲାଗିଲାଣି | ଯେଉଁ ସବୁ ରାଜ୍ୟରେ ବଢ଼ୁଥିଲା, ଏବେ ସେଠି ଖସୁଛି, ବା ସ୍ଥିତି ସ୍ଥିର ଅଛି | ତେଣୁ କୋଭିଡକୁ ନେଇ ଭୟଭୀତ ହେବାର କିଛି ନାହିଁ |
Share your comments