1. କୃଷି ଖବର

ଜୁଲାଇ ପ୍ରଥମ ୧୦ ଦିନ ଭୀଷଣ ବର୍ଷିବ

ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍‌ । ତେବେ ଜୁଲାଇ ଆରମ୍ଭରୁ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀସକ୍ରିୟ ହେବ ଓ ୧୦ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

Sudesna Nayak
Sudesna Nayak
june ended in less rain

june ended in less rain

ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍‌ (june) । ତେବେ ଜୁଲାଇ (JULY) ଆରମ୍ଭରୁ ରାଜ୍ୟରେ ପୁଣି ଦକ୍ଷିଣ-ପଶ୍ଚିମ ମୌସୁମୀ (Monsoon)ସକ୍ରିୟ ହେବ ଓ ୧୦ ତାରିଖ ପର୍ଯ୍ୟନ୍ତ ଭଲ ବର୍ଷା (RAIN) ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ସୂଚନା ଅନୁଯାୟୀ, ଖାଲି ରାଜ୍ୟରେ ନୁହେଁ, ଦେଶରେ ବି ୮% ନିଅଣ୍ଟିଆ ବର୍ଷା (RAIN)ହୋଇଛି । ୧୮ଟି ରାଜ୍ୟ ଓ ୫୫% ଜିଲ୍ଲାରେ ନିଅଣ୍ଟିଆ ବର୍ଷା (RAIN)ର ସ୍ଥିତି ରହିଥିବା ବେଳେ ୧୨ଟି ରାଜ୍ୟ ଓ ୨୨% ଜିଲ୍ଲାରେ ବର୍ଷା (RAIN) ସ୍ବାଭାବିକ ରହିଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆଜି ଶୁକ୍ରବାର (FRIDAY)ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା (RAIN)ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା (RAIN) ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ସୁନ୍ଦରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ବରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ବୌଦ୍ଧ ଜିଲ୍ଲା ଓ କନ୍ଧମାଳ ଜିଲ୍ଲା ଆଦି ଜିଲ୍ଲାରେ ପ୍ରବଳ ବର୍ଷା (RAIN)ହୋଇପାରେ ।

ସେହିଭଳି ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ବାଲେଶ୍ବର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ବରଗଡ଼ ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ ବୌଦ୍ଧ ଜିଲ୍ଲା ଆଦି ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା (RAIN) ହେବ । ୪ ତାରିଖ ଯାଏଁ ବହୁ ଜିଲ୍ଲାରେ ପ୍ରବଳ ବର୍ଷା (RAIN) ସମ୍ଭାବନା ଥିବାରୁ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ।

ପ୍ରକାଶ ଥାଉ ଯେ, ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତ ବର୍ଷ ରାଜ୍ୟରେ ଜୁନ୍‌ ମାସରେ ବର୍ଷା ନିଅଣ୍ଟିଆ ରହିଲା । ଜୁଲାଇ (JULY) ଆରମ୍ଭରୁ ମୌସୁମୀ (Monsoon) ପୁଣି ସକ୍ରିୟ ହୋଇଯିବ । ଆକଳନ କରାଯାଉଛି, ଜୁଲାଇ ପହିଲା ଅର୍ଥାତ୍‌ ରଥଯାତ୍ରାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା (RAIN)(୧୫ ମିମି ପର୍ଯ୍ୟନ୍ତ) ହେବ । ପାଗ ମୁଖ୍ୟତଃ ମେଘୁଆ ରହିବ । ପୁରୀରେ ସକାଳ ବେଳା ବର୍ଷା (RAIN) ହେବାର ସମ୍ଭାବନା ଅଧିକ । ଜୁଲାଇ ୧୦ ତାରିଖରେ ପ୍ରବଳ ବର୍ଷା (RAIN) ହେବାର ସମ୍ଭାବନା ଅଧିକ । ଏଣୁ ଏବର୍ଷ ରଥଯାତ୍ରା ‘ଧୁଳିଆ ଗୁଣ୍ଡିଚା, କାଦୁଆ ବାହୁଡ଼ା’ ହୋଇପାରେ ।

୪ରେ ଲଘୁଚାପ …

୫ ଦିନ ପ୍ରବଳ ବର୍ଷିବ! ୟେଲୋ ୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ