ବର୍ତ୍ତମାନ କାଳିଆ ଯୋଜନା (kalia yojana)କୁ ନେଇ ଆସିଲା କିଛି ବଡ଼ ଖବର । ଯାହାକି ଆପଣମାନଙ୍କୁ ମାର୍ଚ୍ଚ ମାସର ସବୁଯାକ କିସ୍ତିର ଟଙ୍କା ମିଳିବ । ଯଦି ଆପଣମାନଙ୍କୁ ଏହି କାଳିଆ ଯୋଜନା (kalia yojana)ର ଟଙ୍କା ମିଳି ନାହିଁ କିମ୍ବା ଯେଉଁମାନଙ୍କୁ କାଳିଆ ଯୋଜନାର ଟଙ୍କା ଥରେ କିମ୍ବା ଦୁଇ ଥର ମିଳିବା ପରେ ଆଉ ମିଳିବ ନାହିଁ ସେମାନଙ୍କ ପାଇଁ ଏହି କଥା ଜାଣିବା ନିହାତି ଜରୁରୀ । ଜାଣନ୍ତୁ ସମ୍ପୂର୍ଣ ଅପଡେଟ ।
ସୂଚନା ଅନୁଯାୟୀ, ଯଦି ଆପଣମାନଙ୍କ ବ୍ୟାଙ୍କ ଜନିତ ତ୍ରୁଟି କିମ୍ବା ଆଧାର ଜନିତ ତ୍ରୁଟି ଅଛି ସେଥିପାଇଁ ଆପଣମାନଙ୍କ ପାଖକୁ ଏହି କାଳିଆ ଯୋଜନା (kalia yojana)ର ଟଙ୍କା ଆସୁ ନାହିଁ ତେବେ ଆପଣମାନେ ଥରେ ବ୍ୟାଙ୍କକୁ ଯାଇ ଥରେ ଚେକ କରିଦିଅନ୍ତୁ । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟଟି ସଠିକ ଭାବରେ ଚାଲୁଚି କି ନାହିଁ ଆଉ ଏହା ସହିତ ଆପଣଙ୍କ ଆକାଉଣ୍ଟ ସହିତ ଆଧାର ସଂଯୋଗ ମଧ୍ୟ କରାଇ ଦିଅନ୍ତୁ ଓ ବ୍ୟାଙ୍କ କିମ୍ବା ଆଧାରରେ କୌଣସି ତ୍ରୁଟି ଅଛି ଶୀଘ୍ର ସଂଶୋଧନ କରାଇ ଦିଅନ୍ତୁ । ଏହି 25 ତାରିଖ ସୁଦ୍ଧା ଆପଣଙ୍କ ଯେକୌଣସି ତ୍ରୁଟି ସଂଶୋଧନ କରାଇ ଦିଅନ୍ତୁ ।
ତାହେଲେ ଏହି ମାର୍ଚ୍ଚ ମାସ 10 ତାରିଖ ଦିନ ଆପଣ ଆଗାମୀ କିସ୍ତିର ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ (cm naveen patnaik) ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବାକୁ ଯାଉଛନ୍ତି ।
ନିକଟରେ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ (cm naveen patnaik) ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ ‘କୃଷି ଓଡିଶା’ (krushi odisha-2023) ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା ଉପରେ ଗୁରୁତ୍ବ ଆରୋପ କରି ଚାଷୀ ମାନଙ୍କୁ ନୂଆ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବା ସହିତ ଅଧିକ ପରିମାଣରେ ଅଣଧାନ ଅର୍ଥକରୀ ଫସଲ ଚାଷ କରିବା ପାଇଁ ପରାମର୍ଶ ଦେଇଥିଲେ ।
ପ୍ରକାଶ ଥାଉ ଯେ, କୃଷି ଯାନ୍ତ୍ରିକରଣ ଓ ଫସଲ ବିବିଧତା ସହ ନୂତନ ବୈଷୟିକ ଜ୍ଞାନ ବ୍ୟବହାର କରି ଚାଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) କୃଷକମାନେ ଆହ୍ୱାନ ଦେଇଛନ୍ତି ।
କୃଷକମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ । ଖାଦ୍ୟଶସ୍ୟ ଉତ୍ପରେ ଓଡ଼ିଶା ଏକ ବଳକା ରାଜ୍ୟ ହୋଇ ସାରା ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଇ ପାରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପଣସ ମିଶନ, ଛତୁ ମିଶନ ଆଦି ସ୍ୱତନ୍ତ୍ର ମିଶନ ଜରିଆରେ ଚାଷୀଙ୍କ ରୋଜଗାର ସହିତ ପୁଷ୍ଟି ନିରାପତ୍ତା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଏହି ଚାଷୀଙ୍କୁ ମିଳିବନି PM Kisanର ପରବର୍ତ୍ତୀ କିସ୍ତି, ଜାଣନ୍ତୁ କାହିଁକି...
Share your comments