1. କୃଷି ଖବର

ଲୋକାର୍ପଣ ହେବ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି

ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ |

Rajashree
Rajashree
Netaji subhash chandra bose statue will inauguration

Netaji subhash chandra bose statue will inauguration

ଜୋର୍‌ସୋରରେ ଚାଲିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ | ନେତାଜୀଙ୍କ ପ୍ରତିମୂର୍ତ୍ତି ଅର୍ପଣ ପାଇଁ ଏହାର ନିର୍ମାଣ କାର୍ଯ୍ୟ ପାଇଁ ମହୀଶୂର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ‌ଯୋଗୀରାଜ କରୁଛନ୍ତି | ଇଣ୍ଡିଆ ଗେଟ୍‌ରେ(India gate) ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ | ଚଳିତ ବର୍ଷ ଜାନୁଆରି ୨୩ରେ ନେତାଜୀଙ୍କ ଜନ୍ମ ଦିନରେ ତାଙ୍କର ହଲୋଗ୍ରାମ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟ୍‌ରେ(India gate) ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ |

ସୂଚନାଅନୁସାରେ, ଏପ୍ରିଲ ୫ ,୨୦୨୨ରେ ସ୍ଥପତି ଶ୍ରୀ ଯୋଗିରାଜ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସାକ୍ଷାତ କରି ସେ ନିର୍ମାଣ କରିଥିବା ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଥିଲେ | ଶ୍ରୀ ମୋଦୀ ଅରୁଣଙ୍କ ପଥର ଖୋଦେଇ କାର୍ଯ୍ୟର ପ୍ରଶଂସା କରିବା ସହ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (pm office) ପକ୍ଷରୁ ଫଟୋକୁ ଟୁଇଟ୍‌ ମଧ୍ୟ କରାଯାଇଥିଲା |

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଅରୁଣଙ୍କୁ ଚୟନ କରାଯିବା ପରେ ଚଳିତ ମାସ ପ୍ରଥମ ସପ୍ତାହରେ ସେ ଦିଲ୍ଲୀରେ ପହଂଚିଥିଲେ | ଏନ୍‌ଜିଏମ୍‌ଏ ଟିମ୍‌ ସହ ସମନ୍ବୟ ପ୍ରତିଷ୍ଠା କରି ସେ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି | ତେଲେଙ୍ଗାନାର ଖନ୍ନାମ ଜିଲ୍ଲାରୁ ବିଶାଳ ଜେଟ୍‌ ବ୍ଲାକ ଗ୍ରାନାଇଟ (କଳା ମୁଗୁନି ପଥର)କୁ ସଡ଼କ ଯୋଗେ ଅଣାଯିବା ପରେ ଏହାର ନିର୍ମାଣ କାର୍ଯ୍ୟ ଗତ ଦୁଇ ମାସ ହେଲା ଆରମ୍ଭ ହୋଇଛି | ଦିଲ୍ଲୀର ଏନ୍‌ଜିଏମ୍‌ଏ ପରିସରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି |

 ୩୦ ଫୁଟ ଉଚ୍ଚତା ଓ ୬ ଫୁଟ ଓସାର ବିଶିଷ୍ଟ ନେତାଜୀଙ୍କ ପ୍ରତିମୂର୍ତ୍ତି (Netaji statue) ନିର୍ମାଣ କାର୍ଯ୍ୟରେ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ୪୦ ଜଣ ଗ୍ରାନାଇଟ୍‌ ଶିଳ୍ପୀ ତିନି ସିଫ୍ଟରେ କାର୍ଯ୍ୟ କରୁଛନ୍ତି | ଆସନ୍ତା ଅଗଷ୍ଟ ୧୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଆଶା ରଖାଯାଇଛି | ସ୍ବାଧୀନତା ଦିବସରେ ଇଣ୍ଡିଆ ଗେଟ୍‌ରେ(India gate) ଏହାକୁ ସ୍ଥାପନ କରାଯିବ। ଏକ ସାମିୟାନ | ତଳେ ଉକ୍ତ ପ୍ରତିମୂର୍ତ୍ତି ରହିବ। ପୂର୍ବରୁ ଉକ୍ତ ସାମିୟାନା ତଳେ ରାଜା ପଞ୍ଚମ ଜର୍ଜଙ୍କ ପ୍ରତିମୂର୍ତ୍ତି ରହିଥିଲା | ଯାହାକୁ କି ୧୯୬୮ରେ ହଟାଇ ଦିଆଯାଇଥିଲା। ଏହାର ନିର୍ମାଣ ଅଗ୍ରଗତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ତଦାରଖ କରାଯାଉଛି |

ଅଗଷ୍ଟ ମାସରେ କରନ୍ତୁ ଏହି ଔଷଧୀୟ ବୃକ୍ଷ ଚାଷ

କୃଷି ଅଧିକାରୀଙ୍କ ବାସଭବନ ଉପରକୁ ଗ୍ରେନେଡ ଆକ୍ରମଣ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments