1. କୃଷି ଖବର

ପୁଣି ବେହାଲ କରୋନା ସ୍ଥିତି, ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି

‘ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି | ରାଜ୍ୟରେ ସକ୍ରିୟ ମାମଲା ପ୍ରାୟ ୩୨୦୦ ରହିଛି | ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ସହ କଟକଣାକୁ କଡ଼ାକଡ଼ି କରାଯାଇଛି |

Rajashree
Rajashree

ରାଜ୍ୟରେ ଥମିବାରେ ନାଁ ଧରୁନି କରୋନା | ଆଜି ରାଜ୍ୟରେ କରୋନା ସ୍ଥିତିକୁ(Covid situation) ନେଇ ନିଜର ମତ ରଖିଛନ୍ତି ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ | ଶ୍ରୀଯୁକ୍ତ ଧଳାଙ୍କ ରିପୋର୍ଟ ଅନୁଯାୟୀ ‘ଭୁବନେଶ୍ୱର, କଟକ, ରାଉରକେଲା ଓ ପୁରୀରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି |

ରାଜ୍ୟରେ ସକ୍ରିୟ ମାମଲା ପ୍ରାୟ ୩୨୦୦ ରହିଛି | ମାତ୍ର ୧ ପ୍ରତି‌ଶତ ଲୋକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି | ମାସେ ତଳେ ୧୦ ହଜାର ଟେଷ୍ଟିଂ ହେଉଥିବା ବେଳେ ଏବେ ୧୫ ହଜାର ହୋଇଛି |

ପୂର୍ବରୁ ଦ୍ଵିତୀୟ ଓ ତୃତୀୟ ଡୋଜ (Covid vaccine) ଭିତରେ ୯ ମାସର ବ୍ୟବଧାନ ରହୁ ଥିଲା | ଏବେ ଏହାର ସମୟ ସୀମା ୬ ମାସ କରାଯାଇଛି | ଏହି ସପ୍ତାହରେ ଆମ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ ସ୍ତରୀୟ ବୈଠକ ଅଛି। ସେଠି ଆଲୋଚନା କରିବୁ। ଦରକାର ପଡିଲେ ତୃତୀୟ ଡୋଜ ମାଗଣା ଦେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବୁ।

ଅନ୍ୟପକ୍ଷେ, ରାଜଧାନୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯିବ ସହ କଟକଣାକୁ କଡ଼ାକଡ଼ି କରାଯାଇଛି |

ବିଏମସି (BMC Guideline)ପକ୍ଷରୁ ଜାରି କରାଯାଇଥିବା ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଠେଲା ଜଳଖିଆ, ଚା, ଲସି ଓ ଗୁପଚୁପ୍ ଆଦି ଦୋକାନୀଙ୍କୁ ଭିଡ଼ କରିବା ମନା | ଦୋକାନୀ ଭିଡ଼ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି | କୌଣସି ସପିଙ୍ଗ ମଲ୍ ଓ ଦୋକାନରେ ଭିଡ଼ ନ କରିବାକୁ ମଧ୍ୟ କଡ଼ା ତାଗିଦ୍ କରାଯାଇଛି | ସିନେମା ହଲ୍, ଅଡିଟୋରିଅମ ଓ ଥିଏଟରରେ ପ୍ରତ୍ୟେକ ଲୋକ ଯେପରି ମୁହଁରେ ମାସ୍କ ପିନ୍ଧି ପ୍ରବେଶ କରିବେ ସେଥିପ୍ରତି ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି |

| ସେଲୁନ୍ ଓ ସ୍ପାରେ ମଧ୍ୟ କରୋନା ନିୟମ ପାଳନ କରିବାକୁ ନିର୍ଦ୍ଦେଶ( BMC Guideline)ଦିଆଯାଇଛି | ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ ଓ ସପିଂ ମଲରେ ସାମାଜିକ ଦୂରତା ରକ୍ଷା କରିବାକୁ ବିଏମସି ପକ୍ଷରୁ ସୂଚନା ଜାରି କରାଯାଇଛି | ଏସବୁ ନିୟମ ଭଙ୍ଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶନାମାରେ(BMC Guideline) ଜାରି କରାଯାଇଛି |

କରୋନା ମହାମାରୀର ଫଳ ଏବଂ ପନିପରିବାର ମୂଲ୍ୟ ଉପରେ ପ୍ରଭାବ, ଆସନ୍ତୁ ଜାଣିବା !!

କରୋନା ସମୟରେ ଏହି ବ୍ୟବସାୟରେ ଘଟିଛି ବୃଦ୍ଧି, ଆପଣ ଜାଣନ୍ତି କି ?

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments