ଆଜିଠୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ(Odisha assembly) | ଅଧିବେଶନ ଆରମ୍ଭରେ ଦିବଙ୍ଗତ ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ | ଅଧିବେଶନ ପ୍ରାରମ୍ଭରୁ ପିଇବା ପାଣି ଓ ବିଜୁଳି ବିଲ୍ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପକ୍ଷରୁ ମୁଲତବି ନୋଟିସ୍ ଦିଆଯାଇଥିବା ବେଳେ ରାଜ୍ୟରେ ପାଣି ଓ ବିଜୁଳି ଯୋଗାଣରେ ଅବ୍ୟବସ୍ଥା କାରଣରୁ ଲୋକ ମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ବିରୋଧୀ |
ଅନ୍ୟପକ୍ଷେ, ନୂଆକରି ନିର୍ବାଚିତ ହୋଇଥିବା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ବାଚସ୍ପତି ଆସନ ଗ୍ରହଣ କରିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ମଧ୍ୟମରେ ଉପସ୍ଥିତ ରହିଛନ୍ତି(Monsoon session) |
ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ଲାଗି ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ | ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବସିବାକୁ ଥିବା ଏହି ଅଧିବେଶନରେ(Odisha assembly) ୨୪ଟି କାର୍ଯ୍ୟଦିବସ ରହିଛି |
ଅଧିକ ଆଲୋଚନା ଲାଗି ଚଳିତଥର ଦୈନିକ କାର୍ଯ୍ୟବିଧିରେ ୧ ଘଣ୍ଟା ବୃଦ୍ଧି କରାଯାଇଛି | ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଯାଏଁ ପ୍ରଶ୍ନକାଳ, ୧ ଘଣ୍ଟାର ଶୂନ୍ୟକାଳ ଓ ପରେ ମୂଲତବୀ ଆଲୋଚନା ଦେଢ଼ଘଣ୍ଟା ରହିବ | କରୋନା ପାଇଁ ପୂର୍ବରୁ ଅପରାହ୍ଣ ଅଧିବେଶନରେ(Odisha assembly) ୨ଘଣ୍ଟା କାର୍ଯ୍ୟବିଧି ରହିଥିଲା |
ମାତ୍ର ଚଳିତ ଥର ୩ ଘଣ୍ଟାକୁ ବୃଦ୍ଧି କରାଯାଇଛି | ଅଧିବେଶନ ସମୟରେ ଖର୍ଚ୍ଚ ଦାବି ଆଲୋଚନା ସହିତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟ ରହିଛି | ତେବେ ଏହି ଅଧିବେଶନ (Odisha assembly)କିଭଳି ସୁରୁଖୁରୁରେ ଚାଲିବ ସେଥିନେଇ ୨୯ରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ କରାଯାଇଥିଲା |
Share your comments