1. କୃଷି ଖବର

‘ଆଭା’ ଆଇଡି ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ନଂ-୧

ଆୟୁଷମାନ ଭାରତ ହେଲଥ୍‍ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

Sudesna Nayak
Sudesna Nayak
odisha no 1 in ayushman bharat health account id creation

odisha no 1 in ayushman bharat health account id creation

ଆୟୁଷମାନ ଭାରତ ହେଲଥ୍‍ ଆକାଉଣ୍ଟ-ଆଭା ଆଇଡି ପଞ୍ଜିକରଣ କରିବା କ୍ଷେତ୍ରରେ ଓଡ଼ିଶା (odisha) ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ରାଜ୍ୟର ୧୦ଟି ଜିଲ୍ଲା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।

ଓଡ଼ିଶା (odisha)ରେ ସର୍ବାଧିକ ସଂଖ୍ୟକ ଆୟୁଷ୍ମାନ ଭାରତ ହେଲ୍‌ଥ ଆକାଉଣ୍ଟ (ayushman bharat health account) ବା ‘ଆଭା’ ଆଇଡି ଖୋଲାଯିବା ନେଇ ଓଡ଼ିଶାକୁ ପ୍ରଥମ ପୁରସ୍କାର ମିଳିଛି । ଆଜି ରବିବାର (SUNDAY)ବାରାଣାସୀରେ ସାର୍ବଜନୀନ ସ୍ବାସ୍ଥ୍ୟ କଭରେଜ୍ ଦିବସ ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟ ଜାତୀୟ ସ୍ବାସ୍ଥ୍ୟ ମିସନର ନିର୍ଦେଶିକା ଡା. ବୃନ୍ଦା.ଡିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାର (central government)୨୧.୯ ଲକ୍ଷ ‘ଆଭା’ ଆଇଡି ଖୋଲିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ଓଡ଼ିଶା (odisha)ରେ ୪୩,୬୧,୮୯୫ ଆକାଉଣ୍ଟ ଖୋଲାଯାଇଛି । ଏନ୍‌ସିଡି ପୋର୍ଟାଲ, ଆରସିଏଚ୍‌, ଇ-ସଞ୍ଜୀବନୀ, ପିଏମ୍‌ଏନ୍‌ଡିପି, ନିକ୍ଷୟ ପୋର୍ଟାଲ(ଏନ୍‌ଟିଇପି) ଜରିଆରେ ଏହି ଆକାଉଣ୍ଟ ଖୋଲାଯାଇଛି । ଯାହାଫଳରେ ଓଡ଼ିଶା (odisha)ଦେଶରେ ପ୍ରଥମ ସ୍ଥାନ ହାସଲ କରିଥିଲା ।

ଆଜି ରବିବାର (SUNDAY) ୟୁନିଭର୍ସାଲ ହେଲଥ୍‍ କନଭର୍ଞ୍ଜାନ୍ସ ଡେ’ ଅବସରରେ ବାରଣାସୀ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ପୁରସ୍କୃତ କରିଛନ୍ତି । ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm naveen patnaik) ଖୁସି ବ୍ୟକ୍ତ କରିବା ସହିତ ସ୍ୱାସ୍ଥ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ।

ବୈଷିୟକ କୌଶଳ ଉପଯୋଗରେ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ପାଇଛି ବୋଲି ଶ୍ରୀ ପଟ୍ଟନାୟକ (cm naveen patnaik) କହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନ୍‍ଏଚ୍‍ଏମ୍‍ ନିର୍ଦ୍ଦେଶକ ଡ ବୃନ୍ଦା ଡି କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ଚାଷୀଙ୍କ ସୁବିଧା ପାଇଁ ‘କୃଷକ ଓଡ଼ିଶା ପୋର୍ଟାଲ’

ଓଡିଶା ପାଳୁଛି mandia divas

Share your comments