ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୧୦ ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ୮.୩୦ ପର୍ଯ୍ୟନ୍ତ ସତର୍କତା ଅବଲମ୍ୱନ କରିବାକୁ ବିଭାଗ ପରାମର୍ଶ ଦେଇଛି ।
ସୂଚନା ଅନୁଯାୟୀ, ଉତ୍ତର ଛତିଶଗଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) ।
ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, କନ୍ଧମାଳ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ବର ଜିଲ୍ଲା, କେଉଁଝର ଜିଲ୍ଲା ଜିଲ୍ଲାରେ ହାଲୁକା ବର୍ଷା (Rain) ସମ୍ଭାବନା ରହିଛି ।
ଏହାସହ ଆସନ୍ତାକାଲି ମଧ୍ୟ ଏସବୁ ଅଧିକାଂଶ ଜିଲ୍ଲାରେ ଘଡଘଡି ବର୍ଷା (Rain) ବଜ୍ରପାତ ହେବାର ଆଶଙ୍କା ରହିଛି । ଏହାପର ଦୁଇ ଦିନ ପାଗ ଶୁଖିଲା ରହିବା ପରେ ୧୦ ତାରିଖରେ ପୁଣି ଅଦିନିଆ ବର୍ଷା (Rain)ର ଆଗମନ ରହିଛି । ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡିଶାରେ ୨ ରୁ ୩ ଡିଗ୍ରୀ ଉଚ୍ଚା ତଥା ୪୦ ଡିଗ୍ରୀ ଉପରେ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ କେନ୍ଦ୍ର ।
ସେପଟେ ଏବର୍ଷର ପ୍ରଥମ କାଳ ବୈଶାଖୀ ସକ୍ରିୟ ରହିଛି । କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ ଏବଂ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ୫୦ କିମିରୁ ୬୦ କିମି ବେଗରେ ପବନ ସହ ବିଜୁଳି, ଘଡଘଡି ଏବଂ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି । ପ୍ରଭାବିତ ଅଞ୍ଚଳରେ ସତର୍କ ରହିବା ସହ ବିଜୁଳି ଘଡ଼ଘଡ଼ିରୁ ରକ୍ଷା ପାଇଁ ନିରାପଦ ସ୍ଥାନରେ ନିଜକୁ ସୁରକ୍ଷିତ କରିନିଅନ୍ତୁ ବୋଲି କେନ୍ଦ୍ର କହିଛି ।
ପ୍ରକାଶ ଥାଉ ଯେ, ସେହିପରି ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡା ଜିଲ୍ଲା ଏବଂ କୋରାପୁଟ ଅଞ୍ଚଳରେ ବିଜୁଳୁ ଘଡି ଘଡି ସହ ବର୍ଷା (Rainfall) ଲାଗି ରହିଛି । କେନ୍ଦୁଝର ଜିଲ୍ଲା, ମୟୁରଭଞ୍ଜ ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାରେ କିଛି ଅଞ୍ଚଳରେ ମଧ୍ୟ ବିଜୁଳି ଘଡଘଡି ସହ ବର୍ଷା (Rain) ଲାଗି ରହିଛି ବୋଲି କେନ୍ଦ୍ର ତରଫରୁ ସୂଚନା ମିଳିଛି ।
Share your comments