
Odisha Weather Update news Thunderstorm alert for 15 districts
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ (Thunderstorm alert)ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା (RAIN)ହେବାର ସମ୍ଭାବନା ରହିଛି । ଏଥିଲାଗି ୧୫ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି ।
ସୂଚନା ଅନୁଯାୟୀ, ସତର୍କ ସୂଚନା ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା କେଉଁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ମାଲକାନଗିରି ଜିଲ୍ଲା,କୋରାପୁଟ ନଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, କଟକ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲା ।
ସେହିପରି ୨୪ ଘଣ୍ଟା ପରେ କେଉଁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାକୁ ଘଡଘଡି ସହ ବର୍ଷା (RAIN) ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରରେ ଏକ ଗୁରୁଚାପ ରହିଥିବାରୁ ଜଳୀୟ ବାଷ୍ପ ଭୂପୃଷ୍ଠକୁ ଆସିବା ସହ କାଳବୈଶାଖୀ କରାଉଛି ବୋଲି ପାଣିପାଗ ବିଭାଗ (IMD) କହିଛନ୍ତି ।
ପ୍ରକାଶ ଥାଉ ଯେ, ଅନ୍ୟପଟେ କେରଳ ଓ କର୍ଣ୍ଣାଟକରେ ଘୁର୍ଣ୍ଣିବଳୟ ପ୍ରଭାବରେ ବର୍ଷା (RAIN) ଜାରି ରହିଛି । ଯାହା କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ପ୍ରବେଶ କରାଇବାରେ ସହାୟକ ହେବ ବୋଲି ଆକଳନ କରାଯାଇଛି । ଫଳରେ ଆସନ୍ତା ଜୁନ ପ୍ରଥମ ସପ୍ତାହରୁ ରାଜ୍ୟର ଅନେକ ସ୍ଥାନରେ ପ୍ରାକ ମୋସୁମୀ ବର୍ଷା (RAIN)ଆରମ୍ଭ ହେବ ବୋଲି ପାଣିପାଗ ବିଭାଗ (IMD) କହିଛନ୍ତି ।
Share your comments