
odisha weather update rainfall in many districts of odisha
ଘନୀଭୂତ ହେଉଛି ସୁଦୃଶଃ ଲଘୁଚାପ (low pressure)କ୍ଷେତ୍ର । ଆଗାମୀ କିଛି ଘଣ୍ଟା ମଧ୍ୟରେ ଅବପାତର ରୂପ ନେବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଓଡିଶା-ଛତିଶଗଡ ମଧ୍ୟ ଦେଇ ଗତି କରିବ । ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା (Rain)ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ରାଜ୍ୟର 3 ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ରାଜ୍ୟରେ ବଢିବ ବର୍ଷା (Rain)। ଆଗକୁ 2 ଦିନ ରାଜ୍ୟରେ କାଚିବ ବର୍ଷା (Rain)। ୧୦ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବ । କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ରହିଛି । ଏହାସହ ଅଗଷ୍ଟ 11 ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।
ଆଗାମୀ କିଛି ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବ ।
ପ୍ରକାଶ ଥାଉ ଯେ, ଆଜି ମଙ୍ଗଳବାର (Tuesday)ନୂଆପଡ଼ା, ବଲାଙ୍ଗୀର ଜିଲ୍ଲା, ବୌଦ୍ଧ ଜିଲ୍ଲା, ସୁବର୍ଣ୍ଣପୁର ଜିଲ୍ଲା, ଅନୁଗୋଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଯାଜପୁର ଜିଲ୍ଲା, କଟକ, ଜଗତସିଂହପୁର ଜିଲ୍ଲା, ରାଉରକେଲା, କଟକ ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଭାଗ ।
Share your comments