1. କୃଷି ଖବର

Today weather update: ୨୬ ଯାଏ ହାଲୁକା ବର୍ଷା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର କୋହଲା ପାଗ ଜାରି ରହିଥିବା ଦେଖିବାକୁ ମିଳିଥିଲା । ଦିନ ଓ ରାତି ତାପମାତ୍ରାରେ ଫରକ ଦେଖିବାକୁ ମିଳିନି ଗତକାଲି ।

Tanushree Mahapatra
Tanushree Mahapatra
୨୬ ଯାଏ ହାଲୁକା ବର୍ଷା  pic credit @pexel,@canva

୨୬ ଯାଏ ହାଲୁକା ବର୍ଷା pic credit @pexel,@canva

ଶୀତ ସହିତ ଘନ କୁହୁଡି ରାଜ୍ୟବାସୀଙ୍କୁ କଲବଲ କରୁଛି l ଗତକାଲି ବର୍ଷା ଯୋଗୁଁ ଦିନ ସାରା ଢାଙ୍କି ରହିଥିଲା ଘନ କୁହୁଡ଼ି । ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ କଟକରୁ ଅନୁଗୁଳ, ସବୁଠି ଲାଗି ରହିଥିବା ବର୍ଷା ଯୋଗୁଁ କୋହଲା ପାଗ। ସମ୍ପୂର୍ଣ୍ଣ ପରିବେଶ ଯେପରି ଧୂଆଁମୟ ହୋଇଥିଲା। କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା ଯାହା ପାଇଁ ରାଜ୍ୟ ହୋଇଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟର କୋହଲା ପାଗ ଜାରି ରହିଥିବା ଦେଖିବାକୁ ମିଳିଥିଲା ।

ଦିନ ଓ ରାତି ତାପମାତ୍ରାରେ ଫରକ ଦେଖିବାକୁ ମିଳିନି ଗତକାଲି । ବିଭଗ ସୂଚନା ଅନୁଯାୟୀ ଦିନ ସମୟରେ ବାଲେଶ୍ବରରେ ସର୍ବୋଚ୍ଚ ତାପମାତ୍ରା ୧୮.୨ ଡିଗ୍ରିକୁ ଖସି ଆସିଥିଲା ବୋଲି କୁହ ଯାଇଛି । ଭଦ୍ରକରେ ୧୯.୨, କେନ୍ଦୁଝରଗଡ଼ରେ ୧୯.୯, ବରଗଡ଼ରେ ୨୦.୬, ଅନୁଗୁଳରେ ୨୧, ଚାନ୍ଦବାଲିରେ ୨୧.୭ ଡିଗ୍ରି ତାପମାତ୍ର ରହିଥିବା ନେଉ କୁହାଯାଇଛି । ଗତକାଲି ରାତିର ସର୍ବନିମ୍ନ ତାପମାତ୍ରାଠାରୁ ୨ରୁ ୪ ଡିଗ୍ରି ଅଧିକ ରହିଥିବା କୁହାଯାଇଛି ।

ସେପଟେ ସକାଳ ୮ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଭଦ୍ରକରେ ୧୨ ମିମି, ବାଲେଶ୍ବରରେ ୧୦.୬ ମିମି, ସମ୍ବଲପୁରରେ ୫.୯, ବରଗଡ଼ରେ ୫.୨, ତାଳଚେରରେ ୪, କଟକରେ ୧.୨, ଅନୁଗୁଳ, ଦେବଗଡ଼ଖୋର୍ଦ୍ଧାରେ ୫ ଓ କେନ୍ଦ୍ରାପଡ଼ାରେ ୨, ବାରିପଦାରେ ୧.୬ ମିମି ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ୨୨ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନ୍ୟପଟେ ଝାରସୁଗୁଡ଼ାର ୧୨, ସୁନ୍ଦରଗଡ଼ ଜିଲ୍ଲାର ଟେନ୍‌ସାରେ ୧୧.୮, ଲେଫ୍ରିପଡ଼ାରେ ୧୧.୨ ମିମି ବର୍ଷା ହୋଇଛି ବୋଲି କହିଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏ ନେଇ କହିଛନ୍ତି ଯେ ଉପକୂଳ ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୨୫ ତାରିଖ ପର୍ଯ୍ୟନ୍ତ ପାଗ ଆଂଶିକ ମେଘୁଆ ସହ କିଛି ସ୍ଥାନରେ ହାଲୁକାରୁ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୨ ଓ ୨୩ ତାରିଖରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଏହି ସମୟରେ ଦିନର ତାପମାତ୍ରା ପ୍ରାୟତଃ ୨ ରୁ ୩ ଡିଗ୍ରି କମିବାକୁ ଥିବା ବେଳେ ରାତିର ତାପମାତ୍ରା ୨୩ ରୁ ୨୫ ତାରିଖ ମଧ୍ୟରେ ପ୍ରାୟ ୨ ଡିଗ୍ରି ବଢ଼ିବ ବୋଲି କୁହାଯାଇଛି । ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ କୁହୁଡ଼ି ସମ୍ଭାବନା ରହିଛି ରାଜ୍ୟରେ ।

ଅନ୍ୟପଟେ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ୨୧ ରୁ ୨୪ ତାରିଖ ମଧ୍ୟରେ ୪ ଡିଗ୍ରି କମିବା ହେତୁ ଶୀତ ସାମୟିକ ଭାବେ ବଢ଼ିବ ବୋଲି କୁହାଯାଇଛି । ତେବେ ୨୫ରୁ ପୁଣିଥରେ ଶୀତ ଲହରି କମିବ , ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ତେବେ ୨୬ ଓ ୨୭ରେ ସମସ୍ତ ଅଭ୍ୟନ୍ତରୀଣ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ସହ ହାଲୁକା ବର୍ଷା ଓ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ପାଗରେ ମୁଗ, ବିରି, ବାଦାମରେ ଜଉ ପୋକ ଏବଂ ସୋରିଷରେ ପାଉଁଶିଆ ପୋକ ଓ ଆମ୍ବରେ ଡାହାଣୀ ପୋକ ଲାଗିପାରନ୍ତି ବୋଲି ସୂଚନା ରହିଛି ।

Weather Update: ୧୧ ଜିଲ୍ଲାକୁ ଆଲର୍ଟ ଜାରି

Makhana farming: ଧାନ ବିଲରେ କରନ୍ତୁ ମଖାନା ଚାଷ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments