1. କୃଷି ଖବର

ପତ୍ର ଏକ,ଉପଚାର ଅନେକ

ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ କାରଣ ଏହା ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର | ଆଜି ଆସନ୍ତୁ ଜାଣିବା ଧନିଆର ଉପକାରିତା ବିଷୟରେ |

Rajashree
Rajashree
Surprising Health Benefits of coriander leaves

Surprising Health Benefits of coriander leaves

ରୋଷେଇର ସ୍ୱାଦ ଦ୍ବିଗୁଣିତ କରିବା ପାଇଁ ଧନିଆର(coriander leaves) ବ୍ୟବହାର କରାଯାଇଥାଏ | । ସେଥିପାଇଁ ସମସ୍ତଙ୍କ ରୋଷେଇ ଘରେ ଧନିଆ ପତ୍ର (coriander leaves)ଓ ଧନିଆର ବ୍ୟବହାର କରାଯାଏ | ଆୟୁର୍ବେଦରେ ଧନିଆ ପତ୍ରକୁ ଗୋଟିଏ ଔଷଧ ଭାବରେ ବ୍ୟବହାର କରାଯାଏ କାରଣ ଏହା ଧନିଆ ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର | ଆଜି ଆସନ୍ତୁ ଜାଣିବା ଧନିଆର ଉପକାରିତା ବିଷୟରେ |

ସାଧାରଣତଃ ମଧ୍ୟପ୍ରଦେଶ, କେରଳ, ଓଡ଼ିଶାରେ ଧନିଆର ଚାଷ ଅନ୍ୟ ରାଜ୍ୟ ଅପେକ୍ଷା ଅଧିକାଂଶରେ ଚାଷ କରାଯାଇଥାଏ | ପ୍ରତି ଶହେ ଗ୍ରାମ ଧନିଆରେ (coriander leaves)ଶ୍ଵେତସାର ୫୦ ଗ୍ରାମ, ପୃଷ୍ଟିସାର ୧୫ ଗ୍ରାମ, ସ୍ନେହସାର, ୨୦ ଗ୍ରାମ, କ୍ୟାଲସିୟମ ୭୦%, ଲୌହ ୧୫.୮ ମିଲିଗ୍ରାମ ରହିଥାଏ |

- ଧନିଆ ପତ୍ରର ବ୍ୟବହାର ଓଜନ କମେଇବେ ସାହାଯ୍ୟ କରିଥାଏ | ଏକ ଅଧ୍ୟାୟନରୁ ଜଣାପଡିଛି ଯେ ଧନିଆ ପତ୍ରରେ (coriander leaves)କ୍ୱେରସେଟିନ ନାମକ ଫ୍ଲେବନୋଏଡ ମିଳିଥାଏ ଯାହା ଫ୍ଲେବନୋଏଡରେ ଆଣ୍ଟିଓ଼ବେସିଟି ଗୁଣ ରହିଛି ଯାହା ଓଜନ କମାଇବାରେ ସାହାଯ୍ୟ କରେ | ଧନିଆ ପତ୍ରକୁ ଆପଣ ଆପଣଙ୍କ ଡାଏଟରେ ମଧ୍ୟ ମିଶାଇ ପାରିବେ |

- ସଂକ୍ରମଣରୁ ଶରୀରକୁ ରକ୍ଷା କରେ ଧନିଆ ପତ୍ର(coriander leaves) | ଧନିଆ ପତ୍ର ବ୍ୟବହାର ଦ୍ୱାରା ସଂକ୍ରମଣକୁ କିଛି ମାତ୍ରାରେ ଦୂର କରାଯାଇ ପାରିବ | ଖାଦ୍ୟ ବିଶେଷଜ୍ଞଙ୍କ ଅନୁସାରେ ଧନିଆ ପତ୍ରର ତେଲରୁ ବିଭିନ୍ନ ପ୍ରକାର ସଂକ୍ରମଣକୁ ରୋକାଯାଇ ପାରିବ | ଧନିଆ ତେଲକୁ ଗରମ ପାଣି ଲୁଣରେ ପକାଇ କୁଳି କରିଲେ ତଣ୍ଟିରେ ସଂକ୍ରମଣ ଦୂର ହୁଏ |

- ଆଖିରୁ ବାରମ୍ବାର ପାଣି ବାହାରୁଥିଲେ ଧନିଆ ପତ୍ରର (coriander leaves) ବ୍ୟବହାର କରନ୍ତୁ | ପ୍ରଥମେ ଧନିଆ ପତ୍ରକୁ ଛୋଟଛୋଟ କାଟି ଏକ ଗ୍ଲାସ ପାଣିରେ ଫୁଟାଇ ନିଅନ୍ତୁ ପରେ ଏହି ପାଣିକୁ ଛାଣି ସେହି ପାଣିରେ ଗୋଟିଏ ସଫା କପଡା ଦ୍ୱାରା ଆଖିକୁ ସେକାନ୍ତୁ ଏହା କରିବା ଦ୍ୱାରା ଆଖିରୁ ପାଣି ବାହାରିବା ବନ୍ଦ ହେବ ସହିତ ଆଖି କୁଣ୍ଡେଇ ହେବା ମଧ୍ୟ ଅନେକ ପରିମାଣରେ କମିଯାଇଥାଏ |

- ଧନିଆ ପତ୍ର (coriander benefits)ପରି ଏହାର ମଞ୍ଜିରେ ଆଣ୍ଟିଅକ୍ସିଡେଣ୍ଟ ଥିବାରୁ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ | ଏଥିରେ ଓମେଗା ୬ ଥିବାରୁ ଖାଦ୍ୟ ହଜମ କରିବାରେ ମଧ୍ୟ ଏହା ସାହାଯ୍ୟ କରେ |

- ଧନିଆ ମଞ୍ଜିରେ ଜୀବସାର ଥିବାରୁ ଶରୀର ପାଇଁ ହିତକାରକ ଅଟେ |

- ପ୍ରତିଦିନ ଅଧ ଚାମଚ ଦୈନିକ ଧନିଆ ପତ୍ର (coriander leaves benefits)କୋଷ୍ଠକାଠିନ୍ୟ ପାଇଁ ଅତ୍ୟନ୍ତ ଲାଭକାରୀ | ୨୦ ଗ୍ରାମ ଧନିଆ ପତ୍ରକୁ ନେଇ ୧୨୦ ଗ୍ରାମ ପାଣିରେ ଛୋଟଛୋଟ କାଟି ମିଶାଇ ରାତିସାରା ଏହାକୁ ଘୋଡାଇ ରଖି ଦିଅନ୍ତୁ , ପରଦିନ ସକାଳେ ଏଥିରେ କିଛି ଜିରା ଗୁଣ୍ଡ ମିଶାଇ ପିଅନ୍ତୁ ଏହା କୋଷ୍ଠକାଠିନ୍ୟକୁ ଦୂର କରିଥାଏ |

ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ଧନିଆ ପତ୍ର

ଉଚ୍ଚ ରକ୍ତ ଚାପ ପାଇଁ ଚିନ୍ତିତ କି,ପିଅନ୍ତୁ ଏହି ପତ୍ର ରସ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments