1. କୃଷି ଖବର

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା,ଭକ୍ତମୟ ବଡଦାଣ୍ଡ

ଜନ୍ମବେଦୀକୁ ଗମନ କରୁଛନ୍ତି ମହାବାହୁ | ରଥାରୁଢ଼ ମହାପ୍ରଭୁଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତ, ଗହଳି ଶ୍ରୀକ୍ଷେତ୍ର |

Rajashree
Rajashree
Today is world famous rathayatra2022

Today is world famous rathayatra2022

ଆଜି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା | ଘୋଷଯାତ୍ରା (Rathayatra)ପାଇଁ ଭକ୍ତିମୟ ସମ୍ପୂର୍ଣ ବଡଦାଣ୍ଡ | ଦୁଇବର୍ଷ ପରେ ଆଜିର ପବିତ୍ର ଦିନରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ | ଜନ୍ମବେଦୀକୁ ଗମନ କରୁଛନ୍ତି ମହାବାହୁ | ରଥାରୁଢ଼ ମହାପ୍ରଭୁଙ୍କୁ ଦେଖିବାକୁ ବ୍ୟାକୁଳ ଭକ୍ତ, ଗହଳି ଶ୍ରୀକ୍ଷେତ୍ର | ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି କୋଳାହଳରେ ପୂରିଉଠୁଛି । ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେଉଛନ୍ତି | ପାଖରୁ ଦର୍ଶନ କରି କାଳିଆ ସାଆନ୍ତଙ୍କ ସ୍ପର୍ଶ ଲଭୁଛନ୍ତି ଲକ୍ଷ ଲକ୍ଷ ଭକ୍ତ |

ରଥଯାତ୍ରା (Rathayatra2022) ପାଇଁ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ସକାଳୁ ମଙ୍ଗଳ ଆଳତି ସହ ଅନ୍ୟାନ୍ୟ ନୀତି ବଢ଼ିବା ପରେ ସାଢ଼େ ୯ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଅରାମହ ହୋଇଛି | ତିନିରଥରେ ଶ୍ରୀଜିଉଙ୍କ ରୁନ୍ଧା ସହ ଚାରମାଳ ଫିଟା ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ | ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ସକାଳ ୬ଟାରେ ମଙ୍ଗଳଆଳତି ପରେ ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ତଡ଼ପଲାଗି ଓ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ, ୮ଟାରୁ ୯ଟା ଖେଚୁଡ଼ି ଭୋଗ ହୋଇଥିଲା | ପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରୁ ପହଣ୍ଡି ଆରମ୍ଭ ହୋଇ ସାଢ଼େ ୧୨ଟାରେ ପହଣ୍ଡି ଶେଷ ହୋଇଛି | ଅପରାହ୍ନ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ କରିଛନ୍ତି | ସାଢ଼େ ୧ଟାରୁ ୨ଟା ଭିତରେ ଚିତା ଲାଗି, ସାଢ଼େ ୧ଟାରୁ ସାଢ଼େ ୨ଟା ଭିତରେ ବେଶ ଶେଷପରେ ସାଢ଼େ ୨ଟାରୁ ଛେରା ପହଁରା ଆରମ୍ଭ ହେବ| ସାଢ଼େ ୩ଟା ସୁଦ୍ଧା ଛେରା ପହଁରା ସରିବା ପରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗି ୩ଟାରୁ ୪ଟା ଭିତରେ ଶେଷପରେ ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ |

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବା ପରେ ରଥ (Rathayatra2022 )ଉପରେ ନୀତିକାନ୍ତି ଅନୁଷ୍ଠିତ ହେବ | ପରଦିନ ଶ୍ରୀଜିଉଙ୍କ ଶ୍ରୀଗୁଣ୍ଡିଚା ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ | ଅପରପକ୍ଷେ ଶୁକ୍ରବାର ରଥଯାତ୍ରା ପାଇଁ ପ୍ରସ୍ତୁତି ପୂର୍ବକ ସନ୍ଧ୍ୟା ୬ଟାରେପହୁଡ଼ ଆଳତି ହୋଇଛି | ପରେ ଶ୍ରୀମୁଖ ଖଣ୍ଡୁଆ, ବାହୁଟ କଣ୍ଟ ନୀତି ସମ୍ପନ୍ନ ହୋଇଛି | ରାତି ସାଢ଼େ ୮ଟାରେ ଆସନ୍ତାକାଲି ସକାଳ ପହଣ୍ଡି ପାଇଁ ସେନାପଟା ଲାଗି ଆରମ୍ଭ ହୋଇଛି | ବିଳମ୍ବିତ ରାତିରେ ସେନାପଟା ଲାଗି ପରେ ଶ୍ରୀଗୁଣ୍ଡିଚା ନୀତିକାନ୍ତି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି |

ସେପଟେ ଦୁଇବର୍ଷ ଧରି ଭକ୍ତଙ୍କ ରଥଯାତ୍ରା (Rathayatra) ଦର୍ଶନରୁ ବଞ୍ଚିତ ଥିବାରୁ ଚଳିତବର୍ଷ ୧୫ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିବା ଅନୁମାନ (Rathayatra puri )କରାଯାଇଛି। ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ସୁରକ୍ଷା ଦୃଷ୍ଟିରୁ ପୁରୀ (Rathayatra puri) ବଡ଼ଦାଣ୍ଡ ସମେତ ସହରର ଅନ୍ୟ ସ୍ଥାନରେ ୧୦୦୦ ଅଧିକାରୀଙ୍କ ବ୍ୟତୀତ ୧୮୦ ପ୍ଲାଟୁନ୍‌ ପୁଲିସ ମୁତୟନ ହୋଇଛନ୍ତି | ବଡ଼ଦାଣ୍ଡ ସମେତ ସହରର ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ସିସିଟିଭି ନଜର ରଖିଛି | ପୁରୀ ସମେତ ଓଡିଶାର ବିଭିନ୍ନ ସ୍ଥାନରେ ରଥଟଣା ଜାରି ରହିଛି |

ରଥ ଯା ଗଡି ଯା….

ସିସିଟିଭି ନଜର ରେ ପୁରୀ ସହର

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments