1. କୃଷି ଖବର

ଶୀତରେ ମାଡିଆସୁଛି ବର୍ଷା,ଆଗାମୀ ୨୪ ଘଣ୍ଟାରେ ଏହି ୬ଟି ରାଜ୍ୟରେ ଛେଚିବ ବର୍ଷା!

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଦ୍ରୁତ ଗତିରେ ବଦଳିବାକୁ ଯାଉଛି । ଯାହାରି ନେଇ ୬ ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆକଳନ କରିଛି ପାଣିପାଗ ବିଭାଗ ।

Sudesna Nayak
Sudesna Nayak
weather forecast next 24 hours rain alert for 6 state know

weather forecast next 24 hours rain alert for 6 state know

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗ ଦ୍ରୁତ ଗତିରେ ବଦଳିବାକୁ ଯାଉଛି । ଯାହାରି ନେଇ ୬ ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain)ଆକଳନ କରିଛି ପାଣିପାଗ ବିଭାଗ ।

ଖସୁଛି ପାରଦ ବଢୁଛି ଶୀତ (cold wave)। ମୟୂରରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ଶୀତର ଲହରୀ ସାଙ୍ଗକୁ ଆଖପାଖ ଅଞ୍ଚଳରେ ଧଳା କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ,ପ୍ରବଳ ବେଗରେ ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେବ । ଏଥିସହିତ କେତେକ ଅଞ୍ଚଳରେ ତୁଷାରପାତ ହେବ ଏବଂ ସେଠାରେ ଶୀତ ଲହରି ଆସିବା ନେଇ ମଧ୍ୟ ପାଣିପାଗ ବିଭାଗ କହିଛି ।ଗତ 2 ଦିନ ହେବ ରାଜ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ ଡିଗ୍ରୀ ରୁ ୩ ଡିଗ୍ରୀ ବୃଦ୍ଧି ହୋଇଥିଲା । ହେଲେ ଏବେ ପୁଣି ଥରେ ଶୀତ (cold)ର ପ୍ରକୋପ ଦେଖିବାକୁ ମିଳିବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ କର୍ଣ୍ଣାଟକ, ଆଣ୍ଡାମାନ-ନିକୋବର, ଆନ୍ଧ୍ରପ୍ରଦେଶର କିଛି ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ତାମିଲନାଡୁର ଉତ୍ତର ଭାଗରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା (Rain Alert) ହୋଇପାରେ । ଗୋଆ, ତେଲେଙ୍ଗାନା ଏବଂ ଲାକ୍ଷାଦ୍ୱୀପର କିଛି କିଛି ସ୍ଥାନରେ ବର୍ଷା (Rain)ହେବାର ହିଁ ସମ୍ଭାବନା ରହିଛି ।

ପ୍ରକାଶ ଥାଉ ଯେ, ଦକ୍ଷିଣ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୨୭ ତାରିଖ ଓ ୨୮ ତାରିଖ ୨ ଦିନରେ ପ୍ରାୟ ୨ ଡିଗ୍ରୀ ତାପମାତ୍ରା ବଢ଼ିବ । ଓଡ଼ିଶା (odisha)ରେ ପ୍ରବଳ ଶୀତ (winter weather) ପ୍ରକୋପରେ ଲୋକେ ଥରିବେ ବୋଲି ସୂଚନା ମିଳିଛି । ୨୬ ତାରିଖରୁ ଉଭୟ ଦିନ ଓ ରାତିର ତାପମାତ୍ରା ବଢ଼ିବା ସହିତ ଉପକୂଳରେ ଆର୍ଦ୍ରତା ବଢ଼ିବା ଯୋଗୁଁ ଫସଲରେ ରୋଗ ପୋକ ବଢ଼ିବାର ସମ୍ଭାବନା ରହିଛି ।

ରାଜ୍ୟରେ ଆଜି ଠୁ ବଢିବ ଶୀତ

ଥରିଲାଣି ଓଡ଼ିଶା! ଆଜିଠୁ ରାଜ୍ୟରେ ବଢିବ ଥଣ୍ଡା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments