ରାଜ୍ୟରେ ଆଗାମୀ ଦୁଇ ଦିନ ଗ୍ରୀଷ୍ମ ଲହରୀ (Heat Wave)ବହିବ । ମଙ୍ଗଳବାର (Tuesday)ଓ ବୁଧବାର (Wednesday)ଅସମ୍ଭାଳ ତାତି ହେବ ।
ସୂଚନା ଅନୁୟାୟୀ, ବରଗଡ଼ ଜିଲ୍ଲା, ସୋନପୁର ଜିଲ୍ଲା, ବଲାଙ୍ଗୀର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ତାତି (HOT) ଅନୁଭୂତ ହେବ । ପାଣିପାଗ ବିଭାଗ (IMD)ର ଏଭଳି ପୂର୍ବାନୁମାନକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କ ସୂଚନା ଜାରି କରିଛନ୍ତି ।
ସେପଟେ ତାମିଲନାଡୁ ପାଖରେ ମୌସୁମୀ ଅଟକି ରହିଛି । ଏହା ସୁପ୍ତ ହୋଇରହିଛି । ଏବେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ମୌସୁମୀ ସକ୍ରିୟ ହେବାର ଆଶା ଦେଖାଦେଇଛି ।
ସୋମବାର (Monday)୧୩ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ଟିଟିଲାଗଡର ତାପମାତ୍ରା ସର୍ବାଧିକ ୪୪.୬ ଡିଗ୍ରୀ ରେକର୍ଡ ହୋଇଥିଲା ।
ମଙ୍ଗଳବାର (Tuesday)ବଲାଙ୍ଗୀର ଜିଲ୍ଲା, ବୌଦ୍ଧ ଜିଲ୍ଲା, ସୋନପୁର ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ତାତି (HOT) ହେବ ବୋଲି ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି । ଅସୁସ୍ଥ ଓ ବୃଦ୍ଧ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ବୁଧବାର (Wednesday) ମଧ୍ୟ ଗୀଷ୍ମ ଲହରୀ (Heat Wave) ଜାରି ରହିବ । ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ନେବାକୁ ଏହି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।
ପ୍ରକାଶ ଥାଉ ଯେ, ୭ ତାରିଖ ଓ ୮ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶା (ODISHA)ର କିଛି ସ୍ଥାନରେ ବର୍ଷା (RAIN)ହୋଇପାରେ । ଦେବଗଡ଼ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କନ୍ଧମାଳ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (RAIN) ହୋଇପାରେ । ରାଜ୍ୟରେ ମୌସୁମୀ ପହଞ୍ଚିବାକୁ ଆହୁରି ବିଳମ୍ବ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି ।
କମୁନି ଗରମ : ଚାରି ଜିଲ୍ଲାରେ ଗ୍ରୀଷ୍ମ ଲହରି, ଖରାକୁ ନ ବାହାରିବାକୁ ପରାମର୍ଶ
Share your comments