1. କୃଷି ଖବର

Weather Update:ବଢୁଛି କୁହୁଡି଼,ଭିଜୁଛି ଓଡି଼ଶା

ପ୍ରବଳ ଘନ କୁହୁଡି଼ ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉନି । ଯାହାକୁ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Sudesna Nayak
Sudesna Nayak
weather update fog increase in odisha , image source - pexels.com,@mcbbsr

weather update fog increase in odisha , image source - pexels.com,@mcbbsr

ବର୍ତ୍ତମାନ ରାଜ୍ୟବାସୀଙ୍କୁ କଲବଲ କରୁଛି ଥଣ୍ତା । ଏବେ ଘରୁ ବାହାରିବା ଲୋକଙ୍କ ପାଇଁ ପୁରା ମୁସ୍କିଲ୍ ହୋଇପଡିଛି । ପ୍ରବଳ ଘନ କୁହୁଡି଼ (fog) ଯୋଗୁଁ ରାସ୍ତାଘାଟ କିଛି ଦେଖାଯାଉନି । ଯାହାକୁ ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar)।

ସୂଚନା ଅନୁଯାୟୀ, ଆଗାମୀ ୭ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ରାଜ୍ୟରେ । ଆଜି ଶୁକ୍ରବାର (friday)ଘନ କୁହୁଡ଼ି ପଡ଼଼ିବା ନେଇ ୧୬ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ (Meteorological Centre, Bhubaneswar)। ଘନ କୁହୁ଼ଡିର ମାତ୍ରା ଅଧିକ ରହୁଥିବାରୁ ରାସ୍ତାରେ ଯିବାଆସିବା ବେଳେ ବହୁ ଦୁର୍ଘଟଣା ମଧ୍ୟ ଘଟୁଛି ।

ଓଡ଼ିଶାର ବିଭିନ୍ନ ଜିଲ୍ଲା ତଥା କଟକ ଜିଲ୍ଲା,କୋରାପୁଟ ଜିଲ୍ଲା,ଜଗତସିଂହପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ଅନୁଗୁଳ ଜିଲ୍ଲା ,କନ୍ଧମାଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା,ରାୟଗଡା ଜିଲ୍ଲାରେ ଘନ କୁହୁଡି଼ (fog) ହେବାର ସମ୍ଭାବନା ରହିଥିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ପ୍ରକାଶ ଥାଉ ଯେ, ଅନେକ ଟ୍ରେନର କାର୍ଯ୍ୟସୂଚୀ ପଛରେ ଚାଲୁଛି ଘନ କୁହୁଡ଼ି (fog increase) ଯୋଗୁଁ । ସେହିପରି ଭବିଷ୍ୟତ ପାଇଁ ବିମାନ କାର୍ଯ୍ୟରେ ବିଳମ୍ବ ହୋଇପାରେ କିମ୍ବା ବିମାନ ବାତିଲ ମଧ୍ଯ ହୋଇପାରେ ବୋଲି ସୂଚନା ରହୁଛି ।

କଲବଲ କରୁଛି ରାଜ୍ୟବାସୀଙ୍କୁ ଘନ କୁହୁଡ଼ି

୬ରୁ ରାଜ୍ୟରେ ପୁଣି ଵର୍ଷା,ପାଣି ଘେରରେ ଚାଷଜମି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments