1. କୃଷି ଖବର

Weather Update: ୨୩ଟି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି

କାଲିଠୁ ପୁଣି ହିଟ୍ ୱେଭ ଜାରି ରହିବ । ୨୬ ତାରିଖ ଓ ୨୭ ତାରିଖରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହି୍ଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

Sudesna Nayak
Sudesna Nayak
weather update hot summer,image source - www.pexels.com

weather update hot summer,image source - www.pexels.com

ଏବେ ତାତିରେ ଲାଗୁନି ବ୍ରେକ୍ । ସକାଳୁ ମଧ୍ୟାହ୍ନ ଯାଏଁ ପ୍ରବଳ ତାତି (hot)ଆଉ ଅପରାହ୍ନ ସମୟରେ କାଳବୈଶାଖୀ ବର୍ଷା ହେଉଛି । ଭୁବନେଶ୍ୱର (bhubaneswar) ସମେତ ଅନେକ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି ।

ସୂଚନା ଥାଉ ଯେ, କାଲିଠୁ ପୁଣି ହିଟ୍ ୱେଭ (heat wave) ଜାରି ରହିବ । ୨୬ ତାରିଖ ଓ ୨୭ ତାରିଖରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହି୍ଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୨୬ ତାରିଖ ପାଇଁ ୨୩ଟି ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ (orange alert) ଜାରି କରାଯାଇଛି । କିନ୍ତୁ,କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ମଧ୍ଯ ହୋଇଛି । ବଡ଼ ବଡ଼ ଗଛ ସବୁ ଭାଙ୍ଗିପଡ଼ିଛି । ଜନଜୀବନ ପ୍ରଭାବିତ ହୋଇଥିଲା ।

ଏବେ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳୁନାହିଁ । କିଛି ଦିନ ହେଲା ଏମିତି ଲଗାତାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ରାଜ୍ୟବାସୀ । ଆଗକୁ ଏହା ଆହୁରି ଗରମ ଅନୁଭୂତ ହେବ ଓ ଗ୍ରୀଷ୍ମପ୍ରବାହ (heat wave) ସ୍ଥିତି ଉପୁଜିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରାଇଛି ।

ପ୍ରକାଶ ଥାଉ ଯେ, କାଳବୈଶାଖୀ ବର୍ଷା ସତ୍ତ୍ୱେ ରାଜ୍ୟରେ କମୁନି ତାତି (hot)। କାଲିଠୁ ପୁଣି ହିଟ୍ ୱେଭ (heat wave) ୱାର୍ଣ୍ଣ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବେ ରାଜ୍ୟବାସୀଙ୍କୁ କଲବଲ କରିବ ପ୍ରବଳ ଗରମ ।

MFOI, VVIF Kisan Bharat Yatra: କୃଷି ବୈଜ୍ଞାନିକଙ୍କ ମିଳିଲା ସମର୍ଥନ

MFOI, VVIF Kisan Bharat Yatra: ଚାଷ ଜଗତରେ ଆଣିବ ଉନ୍ନତିର ନୂଆ ଧାରା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments