
weather update in odisha cloudy weather till kumarpurnima
ଗତ 2 ଦିନ ହେଲା ରାଜ୍ୟରେ ପାଗ ମେଘୁଆ ରହିଥିବା ବେଳେ ବର୍ଷା (Rain) ଜାରି ରହିଛି । କୁମାର ପୂର୍ଣ୍ଣିମା (kumarpurnima)9 ଅକ୍ଟୋବର ଯାଏଁ ରାଜ୍ୟରେ ଏହିଭଳି ପାଗ ଲାଗି ରହିବା ସହ ବର୍ଷା (Rain)ସମ୍ଭାବନା ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।
ସୂଚନା ଅନୁଯାୟୀ, ଆଜି(ସୋମବାର) ରାଜ୍ୟର ପାଖାପାଖି 16 ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା (Rain) ହେବ । ବିଶେଷ କରି କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କନ୍ଧମାଳ ଜିଲ୍ଲା, ନୟାଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, କଟକ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏମିତି ପାଗ ରହିବ । ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା (Rain) ହେବ । ଠାଏ ଠାଏ ପ୍ରବଳ ବର୍ଷା (Rain) ହୋଇପାରେ ।
କହିବାକୁ ଗଲେ, ବଙ୍ଗୋପସାଗରରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଟ୍ରଫ୍ ଲାଇନ୍, ଘୂର୍ଣ୍ଣିବଳୟ ଓ ଏକ ଲଘୁଚାପ (low pressure) ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ପାଗ ମେଘୁଆ ରହିବ। ଅଳ୍ପ ବହୁତ ବର୍ଷା (Rain) ହେବାର ମଧ୍ଯ ସମ୍ଭାବନା ରହିଛି ।
ପ୍ରକାଶ ଥାଉ ଯେ, 27 ତାରିଖ ଦିନ ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା (Rain)ହେବ । କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ପାଗ ମେଘୁଆ ରହିପାରେ ।
Share your comments