
weather update in odisha rainfall alert in several districts
ଆସନ୍ତାକାଲି ଠୁ ରାଜ୍ୟରେ କମିବ ବର୍ଷା (Rain)ର ପରିମାଣ । ଆଜି ସୋମବାର (MONDAY) କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (Rain)ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା (Rain) ଲାଗି ରହଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଘୂର୍ଣ୍ଣିବଳୟ ପ୍ରଭାବରେ 10 ତାରିଖରେ ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, ଯାଜପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, କଟକ ଜିଲ୍ଲା, ଜଗତସିଂହପୁର ଜିଲ୍ଲା, ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain) ସମ୍ଭାବନା ରହିଛି ।
ରାଜ୍ୟରେ ମଙ୍ଗଳବାର (Tuesday) ଠାରୁ ପାଗ ଶୁଖିଲା ରହିବ । 11 ତାରିଖରୁ 13 ତାରିଖ 3 ଦିନ ବିଶେଷ ବର୍ଷା (Rain) ହେବନି । କାଁ ଭାଁ ଜିଲ୍ଲାରେ ବର୍ଷା (Rain) ଛିଞ୍ଚିପାରେ ।
ପ୍ରକାଶ ଥାଉ ଯେ, ସୋମବାର (MONDAY) ଉପକୂଳ ଓଡ଼ିଶା (odisha)ର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା (Rain) ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି ।
Share your comments