
weather updates imd predicts rain and thunderstorm in 15 districts
ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ଅନୁସାରେ, ସମୋବାର ସକାଳ ଆଠଟାରୁ ମଙ୍ଗଳବାର ସକାଳ ଆଠଟା ମଧ୍ୟରେ ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ସୋମବାର ମଧ୍ୟ କାଳବୈଶାଖୀ ନେଇ ଅର୍ଦ୍ଧାଧିକ ଜିଲ୍ଲାକୁ ସତର୍କ କରାଯାଇଛି। ୧୫ଟି ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି ।
ସୂଚନା ଅନୁଯାୟୀ, ରବିବାର ଠାରୁ ରାଜ୍ୟରେ କାଳବୈଶାଖୀ ସକ୍ରିୟ ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାର ପ୍ରାୟ ୧୪ଟି ଜିଲ୍ଲାରେ ବର୍ଷା ହୋଇଛି। ବଜ୍ରପାତ ଯୋଗୁଁ କୋରାପୁଟପ ବୋରିଗୁମ୍ମା ବ୍ଲକରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୋମବାର ମଧ୍ୟ କାଳବୈଶାଖୀ ନେଇ ଅର୍ଦ୍ଧାଧିକ ଜିଲ୍ଲାକୁ ସତର୍କ କରାଯାଇଛି। ୧୫ଟି ଜିଲ୍ଲାରେ ଘଡଘଡି, ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାରେ ଝଡ଼ତୋଫାନ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ଅନୁସାରେ, ସମୋବାର ସକାଳ ଆଠଟାରୁ ମଙ୍ଗଳବାର ସକାଳ ଆଠଟା ମଧ୍ୟରେ ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ନୟାଗଡ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହି ସମୟରେ ପଶ୍ଚିମ ଓ ଉପକୂଳ ଓଡିଶାରେ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି।
କାଳବୈଶାଖୀ ପ୍ରଭାବରେ ହିଁ ଆଭ୍ୟନ୍ତରୀଣ ଓଡ଼ିଶା ( ODISHA) ର ଅନେକ ସ୍ଥାନରେ ଦିନ ତାପମାତ୍ରା (Tempratue) ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୬ ଲଘୁଚାପ କ୍ଷେତ୍ର (Low Pessure Zone) ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ସମୟରେ ପରବର୍ତ୍ତୀ ତୀବ୍ରତା ଏବଂ ଗତିପଥ ବିଷୟରେ କୌଣସି ଆକଳନ କରାଯାଇ ନାହିଁ ବୋଲି ପାଣିପଗ କେନ୍ଦ୍ର କହିଛି।
ପ୍ରକାଶ ଥାଉ ଯେ, ଅନ୍ୟପଟେ ଶ୍ରୀମନ୍ଦିରକୁ ସାମ୍ଭବ୍ୟ ବାତ୍ୟା (Cyclone) ବିପଦ ରହିଛି। ଯଦିଓ ଶହ ଶହ ବାତ୍ୟାକୁ ସମ୍ମୁଖୀନ କରିଥିବା ପୁରୀ ଶ୍ରୀମନ୍ଦିର ଅକ୍ଷୁର୍ଣ୍ଣ ରହିଛି, ହେଲେ ଏବେ ଯେଉଁ ପରିକ୍ରମା କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଚାଲିଛି ସେଥିପାଇଁ ଶ୍ରୀମନ୍ଦିର ଓ ଏହାର ମୂଳ ଢାଞ୍ଚା ବିପଦରେ ଅଛି। ପୁରୀରେ ବର୍ଷା ହେଲେ ବଡଦାଣ୍ଡରେ ଓ ମନ୍ଦିର ଆଗରେ ପ୍ରବଳ ପାଣି ଜମିବ। ପରିକ୍ରମା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ୪୦ ଫୁଟିଆ ଗଭୀର ଗର୍ତ୍ତରେ ବର୍ଷା ଜଳ ପୂର୍ଣ୍ଣ ହୋଇଯିବ। ଯଦି ୪୦ ଫୁଟ ଗଭୀର ଓ ଶହେ ଫୁଟ ଲମ୍ବ ଗର୍ତ୍ତରେ ପାଣି ଜମି ରୁହେ ତେବେ ଏହା ମାଟି ତଳକୁ ଭେଦିବ ଏବଂ ୨୦ ମିଟର ଦୂରରେ ଥିବା ତଥା ମେଘନାଦ ପ୍ରାଚୀରକୁ ଲାଗି କରିଥିବା ହଜାରେ ବର୍ଷ ପୁରୁଣା ଶ୍ରୀମନ୍ଦିର ମୂଳ ଢାଞ୍ଚା ଏବଂ ଏହାର ନିଅଁରେ ପାଣି ପଶିଯିବ।
Share your comments