
Weather Updates news rain in odisha
ରାଜ୍ୟ (Odisha)ରେ ପାଗ ଶୁଖିଲା ରହିବ । ତେବେ ଉପରବେଳା କିଛି ସ୍ଥାନରେ ହାଲୁକା ବର୍ଷା (Rain)ହେବାର ସମ୍ଭାବନା ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ଏଭଳି ପୂର୍ବାନୁମାନ କରି କହିଛନ୍ତି ।
ସୂଚନା ଅନୁଯାୟୀ, ଗୁରୁବାର (Thursday)ସନ୍ଧ୍ୟା ଓ ରାତିରେ ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ଯାଜପୁର ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା (Rain)ହେବାର ସମ୍ଭାବନା ରହିଛି ।
ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା (Rain)ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ଏହି ପୂର୍ବାନୁମାନ କରିଛନ୍ତି । ପଶ୍ଚିମା ବାୟୁ ପ୍ରବାହ ଯୋଗୁ ଏହି ବର୍ଷା (Rain)ହେବ । ତେବେ ପହରଦିନ ଉତ୍ତର ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା (Rain)ହେବାର ସମ୍ଭାବନା ରହିଛି । ତେବେ ପୂର୍ବ ଭଳି ବର୍ଷା (Rain)ନହୋଇ ସ୍ୱଳ୍ପ ବର୍ଷା ହେବ ବୋଲି ଶ୍ରୀ ଏଚ୍ ବିଶ୍ୱାସ ଆକଳନ କରିଛନ୍ତି ।
ପ୍ରକାଶ ଥାଉ ଯେ, ସେହିପରି କୃଷି ପାଣିପାଗ ବିଭାଗର ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ, ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ଓ ଖରାଟିଆ ରହିବ । ୧୦ ତାରିଖ ଓ ୧୧ ତାରିଖରେ ପାଗ ଆଂଶିକ ମେଘୁଆ ହୋଇପାରେ ।
ସେହିପରି କନ୍ଧମାଳ ଜିଲ୍ଲା, ନୟାଗଡ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ସୋନପୁର ଜିଲ୍ଲା, ପୁରୀ ଜିଲ୍ଲା, ବୌଦ୍ଧ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ବିଜୁଳି (lightning) ସହ କୁଆପଥର ବର୍ଷା (Rain) ହେବ ଆଶଙ୍କା କରି ଉକ୍ତ ଜିଲ୍ଲା ଗୁଡିକୁ ସତର୍କ କରି ୟେଲୋ ୱାର୍ଣ୍ଣିଂ ଜାରି (Yellow warning) କରାଯାଇଛି । ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ ବୋଲି ସୂଚନା ମିଳିଛି ।
Weather Updates : ଆଜି ଠୁ ଓଡିଶାରେ ଛେଚିବ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି
Share your comments