1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ଷୀର ସହ ପିଅନ୍ତୁ ଲବଙ୍ଗ ,ହେବ ଏହି ସବୁ ସମସ୍ୟାର ସମାଧାନ

କ୍ଷୀରରେ ଲବଙ୍ଗ ମିଶାଇ ପିଇଲେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ | ଲବଙ୍ଗ ଓ କ୍ଷୀର ଦୁଇଟିରେ ପ୍ରଚୁର ପରିମାଣର ପୋଷକତତ୍ୱ ଭରପୁର ହୋଇ ରହିଥାଏ |

Rajashree
Rajashree
Know benefits of Clove and milk

Know benefits of Clove and milk

କ୍ଷୀର ସବୁବେଳେ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ | ଜ୍ୱର , ଥଣ୍ଡା ହେଉ କିମ୍ବା ଅନ୍ୟ କିଛି ରୋଗ କ୍ଷୀର ସବୁବେଳେ ହିତକର ହୋଇଥାଏ , ଏମିତିରେ ବି ଶୀତ ଦିନେ ଅଧିକାଂଶ ଲୋକ ଗରମ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି | କୁହାଯାଏ କ୍ଷୀର ପିଇଲେ ଭଲ ନିଦ ହେବା ସହ ହଜମ ଶକ୍ତି ମଧ୍ୟ ଭଲ ହୋଇଥାଏ | ଆପଣ ଜାଣିଛନ୍ତି କି , କ୍ଷୀରରେ ଲବଙ୍ଗ (Clove and milk ) ମିଶାଇ ପିଇଲେ ଏହା ଆମ ଶରୀରକୁ ବହୁତ ଲାଭ ଦେଇଥାଏ |

ଲବଙ୍ଗ ଓ କ୍ଷୀର (Clove and milk ) ଦୁଇଟିରେ ପ୍ରଚୁର ପରିମାଣର ପୋଷକତତ୍ୱ ଭରପୁର ହୋଇ ରହିଥାଏ | କ୍ଷୀରରେ ଫସଫରସ୍, ମ୍ୟାଗ୍ନେସିୟମ୍, ଆୟୋଡିନ୍, ଭରପୂର ମାତ୍ରାରେ ରହିଥିବା ବେଳେ ଲବଙ୍ଗରେ କାର୍ବୋହାଇଡ୍ରେଟ୍, ଆଇରନ୍, ସୋଡିୟମର ମାତ୍ରା ଢେର ଅଧିକ ଥାଏ |

ଶୋଇବା ପୂର୍ବରୁ ପ୍ରତିଦିନ କ୍ଷୀରରେ ଲବଙ୍ଗ (Clove and milk ) ମିଶାଇ ପିଅନ୍ତୁ | ଏହା କରିବା ଦ୍ୱାରା ଆପଣଙ୍କୁ ଏକ ଭଲ ସ୍ୱାଦ ମିଳିଥାଏ ଓ ଶରୀରରୁ ଥକ୍କା ପଣ ଦୂର ହୋଇଥାଏ | କ୍ଷୀର ସହ ଲବଙ୍ଗ ଆପଣ ଦିନର ଯେକୌଣସି ସମୟରେ ପି ପାରିବେ କିନ୍ତୁ ରାତିରେ ଏହାକୁ ପିଇଲେ ଭଲ ହୋଇଥାଏ |

କରି ପାଉଡର ତିଆରି କରି ଏକ କାଚ ଜାରରେ ରଖିଦିଅନ୍ତୁ ଏହା ପରେ କ୍ଷୀରକୁ ଭଲ ଭାବରେ ଗରମ କରନ୍ତୁ | ଏବେ ଏକ ଗ୍ଲାସ କ୍ଷୀରରେ ଲବଙ୍ଗ (Clove and milk ) ପାଉଡର ମିଶାନ୍ତୁ ତା’ପରେ ସେଥିରେ ଟିକେ ଗୁଡ ମିଶାଇ ଚା ପିଇଲା ପରି ତାକୁ ପିଅନ୍ତୁ ଏହା ମସ୍ଥ୍ୟ ପାଇଁ ହିତକର ହୋଇଥାଏ |

- ଶୀତ ଦିନେ ପ୍ରାୟତଃ ଲୋକ ଗଳା ଯନ୍ତ୍ରଣାର ଶିକାର ହୋଇଥାନ୍ତି ବେଳେବେଳେ କଫ ଆଦି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ | ଏଭଳି ସ୍ଥିତିରେ ଶୋଇବା ପୂର୍ବରୁ ରାତିରେ କ୍ଷୀର ସହ ଲବଙ୍ଗ (Clove and milk ) ମିଶାଇ ପିଇବା ଲାଭଦାୟୀ ହୋଇଥାଏ। ଏଥିରୁ ଗଳା ଯନ୍ତ୍ରଣା ଏବଂ କଫ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ |

- ଯଦି ଆପଣ ଦୁର୍ବଳ ଅନୁଭବ କରନ୍ତି ତେବେ କ୍ଷୀର ସହ ଲବଙ୍ଗ (Clove and milk ) ମିଶାଇ ପିଇବା ନିହାତି ଆବଶ୍ୟକ। କ୍ଷୀରରେ କ୍ୟାଲସିଅମ୍‌, ସୋଡିଅମ୍‌, ପୋଟାସିଆମ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଭରପୁର ଏନର୍ଜି ପ୍ରଦାନ କରିଥାଏ।


– କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶୋଇବା ପୂର୍ବରୁ ଲବଙ୍ଗ କ୍ଷୀର ପିଅନ୍ତୁ , ଏହା କରିବା ଦ୍ୱାରା କୋଷ୍ଠ କାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । ଏହାଦ୍ୱାରା ଏସିଡିଟି ଏବଂ କୋଷ୍ଟ କାଠିନ୍ୟ ସମସ୍ୟା ଦୂର ହୋଇଥାଏ। କେବଳ ସେତିକି ନୁହେଁ ଦାନ୍ତରେ ଯନ୍ତ୍ରଣା ସମସ୍ୟା ଥିଲେ ମଧ୍ୟ ଆପଣ ଏହି କ୍ଷୀରକୁ ପିଇ ପାରିବେ। ଏହା ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ।

– କିଛି ଲୋକଙ୍କ ମୁହଁରୁ ବେଳେ ବେଳେ ଦୁର୍ଗନ୍ଧ ବାହାରିବା ଭଳି ସମସ୍ୟା ରହିଥାଏ | ଏପରି ସ୍ଥିତିରେ ଲବଙ୍ଗ କ୍ଷୀର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ, କେବଳ ଲବଙ୍ଗ ଖାଇବା ଦ୍ୱାରା ବି ଏହି ସମସ୍ୟା ଦୂର ହୋଇଥାଏ |

କଞ୍ଚା କ୍ଷୀର ଓ ଏହାର ଉପାଦେୟତା :

କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବ ଲବଙ୍ଗ ମିଶା କ୍ଷୀର

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments