Recipe of Millet Rasabali
ମାଣ୍ଡିଆ(Millet) ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ। ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା । ମାଣ୍ଡିଆ ପରି ଉପକାରୀ ଖାଦ୍ୟ ଆଉ କିଛି ନ ଥାଇପାରେ। ଦିନଥିଲା ମାଣ୍ଡିଆ ଗରିବଙ୍କ ଖାଦ୍ୟ ଭାବେ ଜଣାଶୁଣା ଥିଲା । ମାତ୍ର ଆଜି ଏହା ପ୍ରାୟ ସମ୍ଭ୍ରାନ୍ତ ପରିବାରରେ ସ୍ଥାନ ଅକ୍ତିଆର କରିଛି । ମାଣ୍ଡିଆ ପୋଷକ ତତ୍ତ୍ୱରେ ଭରପୂର। ଯେଉଁଥିରେ କ୍ୟାଲସିୟମ୍, ଭିଟାମିନ ଓ କାର୍ବୋ-ହାଇଡ୍ରେଟ୍ ଆଦି ରହିଛି। ଫାଇବରରେ ଭରା ମାଣ୍ଡିଆ କେବଳ ଓଜନକୁ ନିୟନ୍ତ୍ରଣ କରି ନଥାଏ, ବରଂ ପାଚନ ଶକ୍ତିକୁ ମଧ୍ୟ ତୀବ୍ର କରିଥାଏ ।
ଏବେ ମାଣ୍ଡିଆରେ ଏବେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବା ବନାଉଛନ୍ତି ଲୋକେ। ଆପଣ ଘରେ ମାଣ୍ଡିଆ ପିଠା,ମାଣ୍ଡିଆ ଜାଉ ବା ମାଣ୍ଡିଆ ଖିରୀ ବନେଇ ଖାଇଥିବେ। ହେଲେ କେବେ ମାଣ୍ଡିଆରେ ରସାବଳୀ (Millet Rasabali) ବନେଇ ଖାଇଛନ୍ତି କି? ଆଜି ଆମେ ସିଖେଇବୁ ମାଣ୍ଡିଆରେ ତିଆରି ଟେଷ୍ଟି ଓ ହେଲ୍ଦି ରସାବଳୀର ତିଆରୀ ପ୍ରଣାଳୀ ।
ମାଣ୍ଡିଆ ରସାବଳୀ ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ:-
- ମାଣ୍ଡିଆ ଚୂନା
 - କ୍ଷୀର
 - ସୁଜି
 - ଚିନି
 - ଗୁଜୁରାତି ଗୁଣ୍ଡ
 - ଲୁଣ
 - ଘିଅ
 
ଆସନ୍ତୁ ଜାଣିବା ମାଣ୍ଡିଆ ରସାବଳୀର ପ୍ରସ୍ତୁତୀ ପ୍ରଣାଳୀ:-
- ପ୍ରଥମେ ଗ୍ୟାସରେ ଆଳ୍ପ ଆଞ୍ଚରେ ୨ କପ୍ କ୍ଷୀର ନେଇ ତାକୁ ଫୁଟାଇ ଦିଅନ୍ତୁ ।
 - ଏବେ କ୍ଷୀରରେ ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ଫୁଟାଇ ରାବିଡ଼ି ପ୍ରସ୍ତୁତ କରନ୍ତୁ ।
 - ଏବେ ଆଉ ଏକ ବଡ଼ ପାତ୍ରକୁ ଆଞ୍ଚରେ ବସାଇ ସେଥିରେ ମାଣ୍ଡିଆ, ଚିନି, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଓ ଆବଶ୍ୟକ ମୁତାବକ ପାଣି ଦେଇ ଏକ ଆଣ ପ୍ରସ୍ତୁତ କରନ୍ତୁ ।
 - ଆଣ ପ୍ରସ୍ତୁତ ହୋଇଯିବା ପରେ ଏହାକୁ ଗୋଲ ଗୋଲ କରି ବରାର ଆକାର ଦିଅନ୍ତୁ ।
 
- ତା ପରେ ଏକ ପ୍ୟାନରେ ଘିଅ ଗରମ କରି ସେଗୁଡ଼ିକୁ ଧିରେ ଧିରେ ସେକନ୍ତୁ ।
 - ବର୍ତ୍ତମାନ ମାଣ୍ଡିଆ ପିଠାକୁ ଏକ ପାତ୍ରରେ ରଖି ସେଥିରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ରାବିଡ଼ି ପକାଇ ଦିଅନ୍ତୁ ।
 - ଏହାକୁ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ, ଏବେ ପ୍ରସ୍ତୁତ ହୋଇଗଲା ମାଣ୍ଡିଆ ରସାବଳୀ ।
 
                    
                    
                                        
Share your comments