1. କୃଷି ଖବର

ରାଜ୍ୟରେ ବଢିଲା ଶୀତ,ପନିପରିବା ଅମଳ ହେବ କମ୍‌

ରାଜ୍ୟରେ ଏବେ ଶୀତ ବଢିବାର ଲାଗିଛି । ତଳକୁ ଖସିଛି ରାତି ତାପମାତ୍ରା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ଶୀତ ଋତୁରେ ତାପମାତ୍ରା ଅଧିକ ସହ କିଛି ବର୍ଷା ଯୋଗୁଁ ଶୀତଦିନିଆ ଫସଲ, ପନିପରିବା ଅମଳ କମ୍‌ ହେବ ।

Sudesna Nayak
Sudesna Nayak
cold wave alert for odisha,pic credit: @mcbbsr,www.pexels.com

cold wave alert for odisha,pic credit: @mcbbsr,www.pexels.com

ରାଜ୍ୟରେ ଏବେ ଶୀତ (cold)ବଢିବାର ଲାଗିଛି । ତଳକୁ ଖସିଛି ରାତି ତାପମାତ୍ରା । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ । ବାତ୍ୟା ମିଗଜୋମ (Cyclone Michaung) ପ୍ରଭାବରେ ହୋଇଥିବା ବର୍ଷା (rain) ଛାଡିବା ପରେ ବର୍ତ୍ତମାନ ଶୀତ (cold) ବହୁତ ବଢିଯାଇଛି ।

ସୂଚନା ଅନୁଯାୟୀ, ଶୀତ ଏତେ ବଢିଯାଇଛି ଯେ, ଲୋକେ ନିଆଁ ଜାଳି ବସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାରେ ପ୍ରବଳ କୁହୁଡି ଯୋଗୁଁ ହିଁ ଗାଡି ଚଳାଚଳରେ ବାଧା ସୃଷ୍ଟି ଦେଖା ଦେଇଛି । ବର୍ଷା (rain) ପରେ ପରେ ଶୀତ ସହିତ ଘନ କୁହୁଡି ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି ।

କହିବାକୁ ଗଲେ,ଓଡିଶାର ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଲାଣି ।
ଏଥର ଓଡ଼ିଶାକୁ ଲଗାତାର ଭାବେ ବାତ୍ୟା (Cyclone) ରହିଥିଲା। ବର୍ତ୍ତମାନ ପଶ୍ଚିମା ବାୟୁ ପ୍ରବାହ ଆସୁଥିବାରୁ ଶୀତ ପଡ଼ିପାରେ । ଶୀତ ଋତୁରେ ତାପମାତ୍ରା ଅଧିକ ସହ କିଛି ବର୍ଷା ଯୋଗୁଁ ଶୀତଦିନିଆ ଫସଲ, ପନିପରିବା ଅମଳ କମ୍‌ ହେବ ।

ପ୍ରକାଶ ଥାଉ ଯେ, ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ବାଦଲ ପୁରା ହଟିବା ପରେ ୩ ରୁ ୫ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ ରାତିର ତାପମାତ୍ରା । ଯାହାକୁ ନେଇ ଜଣାପଡୁଛି ଯେ ରାତିର ତାପମାତ୍ରାର ସ୍ବାଭାବିକ ସ୍ଥିତିକୁ ଫେରିପାରେ ।

୨୪ ଘଣ୍ଟା ମଧ୍ୟରେ ହେବ ରାଜ୍ୟରେ ବଡ଼ ବର୍ଷା

ବଢ଼ୁଛି ହୀରାକୁଦର ଜଳସ୍ତର: ଏପଟେ ଅସ୍ତବ୍ୟସ୍ତ ଜନଜୀବନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments