1. କୃଷି ଖବର

ଅଗଷ୍ଟ ୫ ପରେ ପୁଣି କାଚିବ ବର୍ଷା, ସୂଚନା ଦେଲେ ପାଣିପାଗ ବିଭାଗ

ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିଲା । ଆସନ୍ତା ୪ ଦିନ ବିଶେଷ ବର୍ଷାର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

Sudesna Nayak
Sudesna Nayak
Friday rain in odisha

Friday rain in odisha

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । ଆସନ୍ତା ୪ ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ (Mansoon) ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ (Mansoon)ବାୟୁ ଦୁର୍ବଳ ସ୍ଥିତିରେ ଅଛି । ଯାହାର ପ୍ରଭାବରେ ଦିନ ତାପମାତ୍ରାରେ ବୃଦ୍ଧି ସହ, ଜଳୀୟବାଷ୍ପ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କେତକ ଅଞ୍ଚଳରେ କାଁ ଭାଁ ବିଜୁଳି ଘଡଘଡି ସହ ବର୍ଷା (RAIN)ର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।

ଯାହାକୁ ନେଇ ଏହି ସବୁ ଜିଲ୍ଲାରେ ଯେମିତିକି ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ନୟାଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢ଼େଙ୍କାନାଳ ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା (RAIN) ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି ।

ପ୍ରକାଶ ଥାଉ ଯେ, ଏଥି ସହିତ ଏହା ମଧ୍ଯ ଜଣାପଡିଛି ଯେ, ଆସନ୍ତା ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା (RAIN)ହେବ । ୫ ତାରିଖ ପରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା (Odisha)ରେ ବର୍ଷା (RAIN)ବଢିବ ।

ଆସନ୍ତା ତିନି ଦିନ ଯାଏଁ ଘଡଘଡି ସହ ବର୍ଷା

ସପ୍ତାହେ ଯାଏଁ ହାଲୁକା ବର୍ଷା, ଅଗଷ୍ଟ ୨ରୁ ପୁଣି କାଚିବ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments