1. କୃଷି ଖବର

ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ପାଣିପାଗ ବିଭାଗର ସୂଚନା

ଗତ କିଛି ଦିନ ହେବ ସାରା ରାଜ୍ଯରେ ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ହେଉଛି ଗୁଳୁଗୁଳି ହେଉଛି । ଏହାରି ଭିତରେ ଏବେ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ ବର୍ଷା । କିନ୍ତୁ ଆଞ୍ଚଳିକ ପାଣିପାଗ ବିଭାଗର ମତ ଅନୁଯାୟୀ, କିଛି କିଛି ଜାଗାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

Sudesna Nayak
Sudesna Nayak
imd predicts heat wave at few places in odisha for next 3 days, Pic Credit: @mcbbsr

imd predicts heat wave at few places in odisha for next 3 days, Pic Credit: @mcbbsr

ଗତ କିଛି ଦିନ ହେବ ସାରା ରାଜ୍ଯରେ ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ହେଉଛି ଗୁଳୁଗୁଳି ହେଉଛି । ଏହାରି ଭିତରେ ଏବେ ଅସହ୍ୟ ତାତିରୁ ଆଶ୍ୱସ୍ତି ଦେଇଛି କାଳବୈଶାଖୀ (thunderstorm warning)ବର୍ଷା । କିନ୍ତୁ ଆଞ୍ଚଳିକ ପାଣିପାଗ ବିଭାଗର ମତ ଅନୁଯାୟୀ, କିଛି କିଛି ଜାଗାରେ କାଳବୈଶାଖୀ (thunderstorm) ହେବାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏବେ ୨୧ ତାରିଖ ପର୍ଯ୍ୟନ୍ତ ସିଝିବ ଅଧା ଓଡିଶା(odisha) । ରାଜ୍ୟରେ ଆହୁରି ୩ ଦିନ ପ୍ରବଳ ଖରା ହେବ । ଅଧିକାଂଶ ସହରର ତାପମାତ୍ରା 42 ଡିଗ୍ରୀ ଉପରେ ରହିପାରେ ବୋଲି ଜଣାପଡିଛି । ଏଥିସହିତ ଜାଣିରଖନ୍ତୁ ଯେ, ଏବେ ଅସହ୍ଯ ତାତି (heat wave) ବଢୁଥିବାରୁ ସକାଳ 11ଟା ସମୟରୁ ଅପରାହ୍ନ 3ଟା ସମୟ ଯାଏଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ରାଜ୍ୟର ଏହି ସବୁ ଜିଲ୍ଲା ବଲାଙ୍ଗୀର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ବୌଦ୍ଧ ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ନୂଆପଡା ଜିଲ୍ଲା, ଅନୁଗୁଳ ଜିଲ୍ଲାରେ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପ୍ରକାଶ ଥାଉ ଯେ, ଏଥର ବିଳମ୍ବରେ ଆସିବ ମୌସୁମୀ । ଚଳିତ ବର୍ଷ ଜୁନ୍ 4 ତାରିଖରେ ସାମାନ୍ୟ ବିଳମ୍ବରେ ମୌସୁମୀ କେରଳ ଛୁଇଁବ ବୋଲି ଅନୁମାନ କରାଯାଉଛି । ଏବେ ଅସହ୍ଯ ତାତି (heat wave) ବଢୁଥିବାରୁ ସକାଳ 11ଟା ସମୟରୁ ଅପରାହ୍ନ 3 ଟା ସମୟ ଯାଏଁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି ।

ରାଜ୍ୟରେ କାଳବୈଶାଖୀ ସମ୍ଭାବନା ; ଏହି ସବୁ ଜିଲ୍ଲାରେ ବର୍ଷା

ସଂଧ୍ୟା ସୁଦ୍ଧା ବାତ୍ୟା !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments