
Saturday rain in odisha low pressure news today
ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । କିନ୍ତୁ ଆସନ୍ତା ୪ ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ (Mansoon) ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।
ସୂଚନା ଅନୁଯାୟୀ, କିନ୍ତୁ ଅଗଷ୍ଟ ୬ ତାରିଖରେ ଓଡ଼ିଶା(Odisha) ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ (low pressure)ସୃଷ୍ଟି ହେବ । ଯାହାର ପ୍ରଭାବରେ ୬ ତାରିଖରୁ ୯ ତାରିଖ ଯାଏଁ ବର୍ଷା (RAIN) ଲାଗି ରହିବ । ଏଥିସହିତ ଧାନ ରୁଆ ପାଇଁ ବର୍ଷା (RAIN)ର ଅସୁବିଧା ଦୂର ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି ।
ଯାହାକୁ ନେଇ ଏହି ସବୁ ଜିଲ୍ଲାରେ ଯେମିତିକି ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା, ନୟାଗଡ଼ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢ଼େଙ୍କାନାଳ ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ଦେଓଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ବର୍ଷା (RAIN) ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛନ୍ତି ।
ପ୍ରକାଶ ଥାଉ ଯେ, ରାଜ୍ୟରେ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଁ ଭାଁ ବର୍ଷା (RAIN)ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଦିନ ବେଳେ ଟାଣ ଖରା ରହିବା ସହିତ ତାପମାତ୍ରା ବଢ଼ିବ । ସ୍ଥାନେ ସ୍ଥାନେ ଉପରବେଳା ବର୍ଷା (RAIN) ହୋଇପାରେ । ବଜ୍ରପାତର ମଧ୍ଯ ସମ୍ଭାବନା ରହିଛି ।
Share your comments