1. କୃଷି ଖବର

ଅମୃତଭଣ୍ଡା ଖାଉଛନ୍ତି କି ?ଜାଣିରଖନ୍ତୁ ଏହି ସବୁ କଥା

ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଅନୁଯାୟୀ, ଭାରତରେ ଅମୃତଭଣ୍ଡା ଅଧିକ ଉତ୍ପାଦନ (Papaya Farming)ହୋଇଥାଏ | ରିପୋର୍ଟ ଅନୁସାରେ 2013ରେ ଭାରତ 5 ନିୟୁତ ଟନ୍ରୁ ଅଧିକ ଅମୃତଭଣ୍ଡା ଉତ୍ପାଦନ କରିଥିଲା |

Rajashree
Rajashree
Which time we should eat papaya

Which time we should eat papaya

ସାଧାରଣତଃ , ପାଚିଲା ଅମୃତଭଣ୍ଡା (Papaya Fruit) ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ | ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରକୁ ଦରକାରୀ ପୋଷକତତ୍ୱ ଯୋଗାଇବା ସହ ଶରୀର ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ | ଆଜି ଆସନ୍ତୁ ଜାଣିବା ଭଣ୍ଡା ଖାଇବା ଦ୍ୱାରା ଆମ ଶରୀରର କେତେ ଲାଭ ଓ କ୍ଷତି ହୋଇଥାଏ |

ଅମୃତଭଣ୍ଡାକୁ ପ୍ରଥମେ ମେକ୍ସିକୋରେ ଆବିଷ୍କାର କରାଯାଇଥିଲା | କାରିବିଆନ୍ ଏବଂ ଫ୍ଲୋରିଡାରେ ମଧ୍ୟ ଏହା ଅଧିକ ପରିମାଣରେ ଦେଖାଯାଇଥାଏ | ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ଅନୁଯାୟୀ, ଭାରତରେ ଅମୃତଭଣ୍ଡା ଅଧିକ ଉତ୍ପାଦନ (Papaya Farming)ହୋଇଥାଏ | ରିପୋର୍ଟ ଅନୁସାରେ 2013ରେ ଭାରତ 5 ନିୟୁତ ଟନ୍ରୁ ଅଧିକ ଅମୃତଭଣ୍ଡା ଉତ୍ପାଦନ କରିଥିଲା |

ଅମୃତ ଭଣ୍ଡାର ଉପକାରିତା:(Papaya Benefits)

- ଯଦି ଆପଣ ପୁଷ୍ଟି ସାର ଖାଦ୍ୟ ଅଧିକ ପରିମାଣରେ ଖାଇବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ସକାଳୁ କିଛି ପରିମାଣରେ ଅମୃତଭଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ | ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାର୍ଯ୍ୟ କରିଥାଏ |

- ଅମୃତ ଭଣ୍ଡାରେ (Papaya Fruit)ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ ବିଟା-କାରୋଟିନ୍ ଶରୀରରୁ କର୍କଟ ରୋଗର ଆଶଙ୍କା କମାଇଥାଏ | କ୍ୟାନ୍ସର ଏପିଡେମୋଲୋଜି ଏବଂ ପ୍ରିଭେନସନ୍ ବାୟୋମାର୍କ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଅମୃତଭଣ୍ଡାରେ ବିଟା-କାରୋଟିନ ଭରପୂର ରହିଥାଏ ଯାହା କର୍କଟ ରୋଗରୁ ଶରୀରକୁ ରକ୍ଷା କରିଥାଏ |

- ଶରୀରରେ ଭିଟାମିନ୍ କେ ଅସ୍ଥିକୁ ମଜଭୁତ କରିଥାଏ | ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ କେ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ | ଅମୃତଭଣ୍ଡାରେ ଭିଟାମିନ କେର ମାତ୍ରା ଅଧିକ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ |

ଅମୃତଭଣ୍ଡାର ଅପକାରିତା:(Papaya Side Effects)

- ଯଦି ଆପଣଙ୍କର କିଡନୀରେ ଷ୍ଟୋନ୍‌ ସମସ୍ୟା ରହିଛି ତେବେ ଅଧିକ ମାତ୍ରାରେଭଣ୍ଡା ଖାଆନ୍ତୁ ନାହିଁ । ଅଧିକମାତ୍ରରେ ଭଣ୍ଡା ଖାଇବା ଦ୍ୱାରା ଶରୀରରେ କ୍ୟାଲସିଅନ୍‌ ଅକ୍ସଲେଟ୍‌ ଉତ୍ପନ୍ନ ହୁଏ, ଯାହାଦ୍ୱାରା କିଡନୀର ଷ୍ଟୋନ୍‌ ସମସ୍ୟା ବଢ଼ିପାରେ।

- ଯଦି ଜଣ୍ଡିସ କିମ୍ବା ଆସ୍ଥା ସମସ୍ୟା ଅଛି ତେବେ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବ ଦରକାର । ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ। ଭଣ୍ଡାରେ ଥିବା ପପାଇନ୍‌ ଏବଂ ବିଟା କ୍ୟାରୋଟିନ୍‌ ଏହି ଦୁଇଟି ରୋଗ ପାଇଁ ବିପଦ।

- ଭଣ୍ଡାରେ ଥିବା ଲାଟେକ୍ସ ଗର୍ଭାଶୟକୁ ସଙ୍କୁଚିତ କରିବା କାମ କରିଥାଏ। ଏଭଳି ସ୍ଥିତିରେ ଗର୍ଭପାତ ହେବା ସମ୍ଭାବନା ବଢ଼ିଯାଏ। ଏହା ବ୍ୟତୀତ ଭଣ୍ଡାରେ ଥିବା ପପେନ୍ ଗର୍ଭସ୍ଥ ଶିଶୁର ଝିଲ୍ଲି ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଗର୍ଭାବସ୍ଥାରେ ଭଣ୍ଡା ଖାଇବା ଠାରୁ ଦୂରେଇ ରହିବା ଉଚିତ|

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ କରେ ଅମୃତଭଣ୍ଡା,ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

ଅମୃତଭଣ୍ଡା ର ପତ୍ର!ଡେଙ୍ଗୁ ର ସହଜ ଉପଚାର !

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments