ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ନିକଟରେ ଏକ ଘୋଷଣାନାମାରେ ପ୍ରକାଶ କରିଛି ଯେ, ହରଡ଼ ଏବଂ ମୁଗ ଡାଲିର ଆମଦାନୀ କୋଟାର ଆବଣ୍ଟନ ନିମନ୍ତେ ଆସନ୍ତା ଆର୍ଥିକ ବର୍ଷରେ ଆଲଗୋରିଦିମଭିତିକ ଲଟେରୀ ବ୍ୟବସ୍ଥା କରାଯିବ l ଏ ସମ୍ପର୍କରେ ଡିଜିଏଫଟି ମାର୍ଚ୍ଚ ୧୯ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ଜଣାଇଛି ଯେ, ଆସନ୍ତା ଆର୍ଥିକ ବର୍ଷରେ ୪ ଲକ୍ଷ ଟନ ହରଡ଼ ଏବଂ ୧.୫ ଲକ୍ଷ ଟନ ମୁଗ ଡାଲି ଆମଦାନୀ କରାଯିବ l ଡିଜିଏଫଟି ସୂତ୍ରରୁ ଜଣାପଡିଛି ଯେ, ଆଲଗୋରିଦିମଭିତିକ ଲଟେରୀ ଭିତିରେ ପୂର୍ବନିର୍ଦ୍ଧାରିତ ଆବେଦନକାରୀମାନଙ୍କୁ ସମାନ ଭାବରେ କୋଟା ବଣ୍ଟନ କରାଯିବ l ଶ୍ରୀଯୁକ୍ତ ଜିତୁ ଭେଡା, ଚେୟାରମ୍ୟାନ୍, ଇଣ୍ଡିଆ ପଲ୍ସେସ୍ ଆଣ୍ଡ ଗ୍ରେନ୍ସ ଆସୋସିଏସନ୍ (ଆଇପିଜିଏ), ଏ ସମ୍ପର୍କରେ ନିଜର ମତାମତ ଦେଇ କୁହନ୍ତି...
୧. ହରଡ଼ ଏବଂ ମୁଗ ଡାଲି ପାଇଁ ଆଲଗୋରିଦିମଭିତିକ ଲଟେରୀ ନିମନ୍ତେ ଆଇପିଜିଏ ପ୍ରସ୍ତାବ ଦେଇଥିଲା ଏବଂ ତାହା ଡିଜିଏଫଟି ନିଷ୍ପତି ଦ୍ୱାରା ସ୍ୱାଗତ କରାଯାଇଛି, ଏହା କିପରି ଭାବରେ ଡାଲି ବ୍ୟବସାୟୀମାନଙ୍କୁ ସାହାଯ୍ୟ କରିବ ସେ ବିଷୟରେ ଆମକୁ କିଛି କୁହନ୍ତୁ l
ଆମେ ବହୁତ ଖୁସି ଯେ ବାଣିଜ୍ୟ ବିଭାଗ ଏବଂ ଡିଜିଏଫଟି ଆମର ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ବ୍ୟବସାୟୀ ଏବଂ ମିଲର୍ସମାନଙ୍କୁ ଓ ରିଫାଇନରମାନଙ୍କୁ ହରଡ଼ ଏବଂ ମୁଗ ଡାଲି ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି l ଆଲଗୋରିଦିମଭିତିକ ଲଟେରୀ ଭିତିରେ ପୂର୍ବନିର୍ଦ୍ଧାରିତ ଆବେଦନକାରୀମାନଙ୍କୁ ସମାନ ଭାବରେ କୋଟା ବଣ୍ଟନ ନିମନ୍ତେ ହୋଇଥିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ କରିଛନ୍ତି l
ଏହି ବ୍ୟବସ୍ଥା ଦ୍ୱାରା ଡାଲି ବ୍ୟବସାୟୀମାନେ ହରଡ଼ ଓ ମୁଗ ଡାଲି ଆମଦାନୀ କରିବାକୁ ଅନୁମତି ଦେବ ଏବଂ ଏହା ଦ୍ୱାରା ବାଣିଜ୍ୟ ବ୍ୟବସାୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିପାରିବ l
୨. ଡାଲିଜାତୀୟ ଫସଲ କରୁଥିବା ଲୋକମାନଙ୍କ ପାଇଁ ଏହା କିପରି ଲାଭଦାୟକ ହେବ ?
ସ୍ୱଳ୍ପ ଯୋଗାଣ ରହିଥିବା ଡାଲି କିସମଗୁଡ଼ିକର ଆମଦାନୀ ପାଇଁ ସରକାର ଅନୁମତି ପ୍ରଦାନ କରୁଛନ୍ତି l ଏହି ପଦକ୍ଷେପ କୌଣସି ପ୍ରକାରରେ ଡାଲିଜାତୀୟ ଫସଲ କରୁଥିବା ଲୋକମାନଙ୍କ ଉପରେ ଖରାପ ପ୍ରଭାବ ପକାଇବ ନାହିଁ, କାରଣ ଏହା ଦ୍ୱାରା ଉପଭୋକ୍ତାମାନଙ୍କର ଚାହିଦା ପୂରଣ କରାଯିବ l
୩. ଭାରତ ଡାଲିଜାତୀୟ ଫସଲ ଉତ୍ପାଦନରେ ପାଖାପାଖି ଆତ୍ମନିର୍ଭର ହୋଇସାରିଲାଣି, ହିସାବ ଅନୁସାରେ ୨୦୨୦-୨୧ରେ ୨୪୪.୨ ଲକ୍ଷ ଟନ ଉତ୍ପାଦନ ହୋଇଛି l ଆମର ଏମିତି ଡାଲି ଆମଦାନୀ କରିବା ହୁଏ ତ ଦରକାର ନାହିଁ l ତେଣୁ, ଏହି ଆଲଗୋରିଦିମଭିତିକ ସିଷ୍ଟମ କେତେ ମାତ୍ରାରେ ଉପଯୁକ୍ତ ଅଟେ ?
ଡାଲିଜାତୀୟ ଫସଲ ଉତ୍ପାଦନରେ ଆମେ ପାଖାପାଖି ଆତ୍ମନିର୍ଭର ହୋଇସାରିଲାଣି, କିନ୍ତୁ କେତେକ କିସମର ବେଳେ ବେଳେ ସ୍ୱଳ୍ପତା ଦେଖାଦେଉଛି l ଉଦାହରଣ ସ୍ୱରୂପ, ଚଳିତ ବର୍ଷ ଆମେ ହରଡ଼ ଓ କାନ୍ଦୁଲ ଫସଲରେ ଆଶାନୁରୂପ ଉତ୍ପାଦନ ପାଇଲେ ନାହିଁ, ତେଣୁ କରି ଆମଦାନୀ କରିବା ବ୍ୟତୀତ ସରକାରଙ୍କ ନିକଟରେ କୌଣସି ଉପାୟ ନାହିଁ l
୪. କେତେକ ବ୍ୟବସାୟୀ ଏହାକୁ ଏକ ପ୍ରକାରର ଜୁଆ ବୋଲି କହୁଛନ୍ତି l ଏ ସମ୍ପର୍କରେ ଆପଣଙ୍କର ମତ କଣ ?
କେତେକ ବ୍ୟବସାୟୀ ଏହାକୁ ଏକ ପ୍ରକାରର ଜୁଆ ବୋଲି କହୁଛନ୍ତି, କିନ୍ତୁ ଏହା ହେଉଛି ଏକ ଧାରଣା ମାତ୍ର l ଏହା ହେଉଛି ଷ୍ଟକ ମାର୍କେଟରେ ଆଇପିଓ ପାଇଁ ଆବେଦନ କରିବା ଭଳି ବିଷୟ; ଏଥିରେ ମଧ୍ୟ ସମାନ ପଦ୍ଧତି ରହିଛି l ତେଣୁକରି ମୁଁ ଏହାକୁ ଜୁଆ ଭାବରେ ଦେଖେ ନାହିଁ l ଅନ୍ୟ ପକ୍ଷରେ, ସମସ୍ତ ଅଂଶୀଦାରମାନଙ୍କ ପାଇଁ ଏହା ଏକ ସମାନ ସୁଯୋଗ ବୋଲି ମୁଁ ଏହାକୁ ବିଚାର କରେ l
5. ଆଲଗୋରିଦିମ ସିଷ୍ଟମଟି ହେଉଛି ଏକ ସଫ୍ଟୱେରଭିତିକ ସିଷ୍ଟମ l ଆବେଦନକାରୀମାନଙ୍କୁ ବାଛିବାର ମାନଦଣ୍ଡ କଣ ?
ସେ ବିଷୟରେ ମୁଁ କିଛି କହିବି ନାହିଁ l
୬. କେତେକ ବିଶେଷଜ୍ଞ ପୁନଃ-ରପ୍ତାନୀ ସମସ୍ୟା ସମ୍ପର୍କରେ ଭୟ କରନ୍ତି, ସେ ବିଷୟରେ ଆପଣ କଣ ମତାମତ ଦେବେ ? ବନ୍ଦରଗୁଡ଼ିକରେ ରହିଥିବା ମାଲକୁ SEZଗୁଡ଼ିକୁ ରପ୍ତାନୀ କରାଯିବ ଏବଂ ପୁନଶ୍ଚ ଭାରତକୁ ଆମଦାନୀ କରାଯିବ l
କେତେକ ସାମଗ୍ରୀ ଉପରେ କଟକଣା ରହିଛି, ଯେମିତିକି ୟେଲୋ ମଟର, ବର୍ତ୍ତମାନ ଏହା କାର୍ଗୋର ୯୦% ଅଟେ, ଏହା ଫ୍ରି ଟ୍ରେଡ଼ ଜୋନଗୁଡ଼ିକରେ ରହିଛି l ଅବଶ୍ୟ ଯେହେତୁ ସେଗୁଡ଼ିକ ଉପରେ କଟକଣା ରହିଛି ସେଗୁଡ଼ିକ ଫେରିବ ନାହିଁ ତେଣୁ ସେଗୁଡ଼ିକର ପୁନଃ-ରପ୍ତାନୀ ଦରକାର l ଠିକ ସେହିପରି ହରଡ଼ ଏବଂ କାନ୍ଦୁଲ ପାଇଁ ହେବ l
୭. ଏହା ହେଉଛି ଆମଦାନୀ ବିଷୟରେ l ଭାରତରେ ଯେପରି ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି ପାଉଛି ଆମେ ରପ୍ତାନୀ କରିବା ପାଇଁ ମଧ୍ୟ ନିଶ୍ଚିତ କିଛି ରଖିବା ଦରକାର ବୋଲି ଆପଣ ଭାବୁନାହାଁନ୍ତି କି ?
ଯେ ପର୍ଯ୍ୟନ୍ତ ସରକାର କୌଣସି ପ୍ରକାରର ପ୍ରୋତ୍ସାହନ ରାଶି ପ୍ରଦାନ ନ କରିଛି ଏହା ବହୁତ କଷ୍ଟକର ହେବ, କାରଣ ଆନ୍ତର୍ଜାତୀୟ ଦର ତୁଳନାରେ ଆମର MSP ବହୁତ ଉଚ୍ଚ ରହିଛି l ରପ୍ତାନୀ ସମାନତା ନିମନ୍ତେ ସରକାରଙ୍କ ଠାରୁ ଆମର କିଛି ପ୍ରୋତ୍ସାହନ ରାଶି ରହିବା ଦରକାର l