"Artificial means is the cause of environmental degradation" - farmer Aptakam Das

Sunday, 04 November 2018 09:13 PM
Farmer Aptakam Das

Farmer Aptakam Das

ବାଲିଅନ୍ତା ବ୍ଲକ ସ୍ଥିତ ଅଟଳ ଗ୍ରାମ ର ଜଣେ ସ୍ୱାବଲମ୍ବୀ ଚାଷୀ ,ଯିଏ  ନିଜର କଠିନ ପରିଶ୍ରମ ଓ ଇଚ୍ଛାଶକ୍ତି ବଳରେ ୧୪ ଏକର ର ଅନୁର୍ବର ଜମି କୁ ଶସ୍ୟ ଶ୍ୟାମଳ ଓ ସମନ୍ୱିତ ଚାଷ ପ୍ରଣାଳୀ ର ଏକ ଉତ୍କୃଷ୍ଟ ଉଦ୍ଧାରଣ ରେ ପରିବର୍ତନ କରିପାରିଛନ୍ତି | ଏପରି ଏକ ନିଷ୍ଠାବାନ ବ୍ୟକ୍ତି , ଅପାତକାମ ଦାସଙ୍କର ଅଭିଜ୍ଞାତା କୁ ସ୍ୱାଗତ ଜଣାଇ,କୃଷି ଜାଗରଣ ଟିମ ତରଫରୁ ଏକ ସାକ୍ଷାତ୍କାର ର ଆୟୋଜନ କରାଯାଇଥିଲା |

)କୃଷି ଜାଗରଣ: ଆପଣଙ୍କର କେତେ ଜମି ଅଛି ? କଣ କଣ ଏଥିରେ ଚାଷ କରୁଛନ୍ତି ?

ଅପାତକାମ ଦାସ:ଜମି ମୋର ୧୪ ଏକର ଅଛି |ସେଥିରୁ ପ୍ରାୟେ ୪ ଏକର ଖାଲୁଆ ଜମି ୭-୮ ଏକର ମଝିଆଳା ଆଉ ବଳକା ଢିପ ଜମି |ମୁଁ ମୁଖ୍ୟତ ଧାନ ଚାଷ କରୁଛି |ପ୍ରାୟେ ୧ ଏକର ରେ ପନିପରିବା ଆଉ ଫଳ ଚାଷ କରେ |ପନିପରିବା ଋତୁଗତ ଭାବରେ ପୋଟଳ,ବାଇଗଣ,ଭେଣ୍ଡି,କାକୁଡି ,ଲାଉ ,କଖାରୁ ,କଲରା ଇତ୍ୟାଦି ଚାଷ ହୁଏ |ସେହିପରି ଫଳ ମଧ୍ୟରୁ କଦଳୀ ଓ ନଡ଼ିଆ ଚାଷ କରାଯାଏ | ତା ଛଡା ଆମର ଲିଚୁ,ଜାମୁ କୋଳି,ଡାଲଚିନି,ଅଳେଇଚ,ହଳଦୀ ଇତ୍ୟାଦି ରୁ ଗୋଟେ ଲେଖା ଗଛ ମଧ୍ୟ ବାଡ଼ି ରେ ଅଛି |

)କୃଷି ଜାଗରଣ :ଆପଣ ଚାଷ କେବେଠାରୁ ଆରମ୍ଭ କଲେ ?

ଅପାତକାମ ଦାସ:୧୯୯୪ ମସିହା ରୁ ମୁଁ ଚାଷ ଆରମ୍ଭ କଲି | ଦଶମ ଶ୍ରେଣୀ ପରେ ମୁଁ  ଘର ଛାଡି ଇସ୍କନ ଦୀକ୍ଷିତ ହୋଇଥିଲି | ମାତ୍ର ପେଟ ପୋଷିବା ଲାଗି ଏହି ସ୍ଥାନ ଟି ମତେ ଅନ୍ନ ଯୋଗାଇବା ବୋଲି ମୋର ବିଶ୍ୱାସ ଥିଲା |ତେବେ ସେ ସମୟରେ ଏହି ଜମି ଅନୁର୍ବର ଭାବେ ପଡିଆ ହୋଇ ପଡି ରହିଥିଲା |ଲୋକ ଏଠିକି ଆସିବାକୁ ମଧ୍ୟ ଭୟ କରୁଥିଲେ |ଆମେ ପ୍ରାଏ ୧୦ ଜଣ ମିଶି ଏଠି ପ୍ରଥମେ ଜମି ହଳ କଲୁ ଓ ତାପରେ ସମୟାନୁକ୍ରମେ ଏଠାରେ ଚାଷ ଆରମ୍ଭ ହେଲା |

)କୃଷି ଜାଗରଣ :ଆପଣଙ୍କର ଆଉ କଣ ସମ୍ବଳ ଅଛି ?

ଅପାତକାମ ଦାସ: ସମ୍ବଳ କହିଲେ ଓର ଆଉ ପ୍ରାଏ ୫୦ ଟି ଗାଈ ଅଛନ୍ତି |ସେଇଥିରୁ ୨୦ ଟିବାଛୁରୀ ,୨୮ ଟି ଗାଈ ଓ ୨ ଟି ଷଣ୍ଢ|ଆମର ଗାଈ ସବୁ ଭିନ୍ନ କିସମ ର ଯଥା ସିନ୍ଧି, ହରୟାନା ,ଗିରି,ଜର୍ସି,ଦେଶୀ,ଓ |ସେହିପରି ଷଣ୍ଢ ଗୋଟେ ଗିରି ଓ ଅନ୍ୟଟି ହରୟାନା କିସମ ର ଅଛି |

)କୃଷି ଜାଗରଣ :ଆପଣ ଏଠି ସମୁଦାୟ କେତେ ଜଣ ରହୁଛନ୍ତି ?

ଅପାତକାମ ଦାସ: ଆମେ ଏଠି ୫ ଜଣ ଚାକିରିଆ ସହ ସମୁଦାୟ ୧୦ ଜଣ ରହୁଛୁ|

)କୄହି ଜାଗରଣ:ଆପଣ ଅମଳ କେତେ ପାଉଛନ୍ତି ?

ଅପାତକାମ ଦାସ: ଧାନ ରୁ ପ୍ରାୟେ ଆମେ ଏକର ପିଛା ୧୭ କଇଂଟାଲ ଅମଳ ପାଉଛୁ |ଯାହାକୁ ସରକାରଙ୍କୁ ଏମ.ଏସ.ପି.ରେ ବିକ୍ରି କଲେ ବର୍ଷକୁ ପ୍ରାୟେ ୧,୫୦,୦୦୦ ତାଙ୍କ ରୋଜଗାର ହେଉଛି |ଏହିପରି ପନିପରିବା ଓ କଦଳୀ ଚାଷ ରୁ ମଧ୍ୟ ହାରାହାରି ୪-୫ ଟନ ଲେଖା ଅମଳ ଆସୁଛି |ଏହାକୁ ଆମେ ନିଜେ ଖାଇବା ଲାଗି ବ୍ୟବହାର କରୁ ,ବଜାରରେ ବିକ୍ରି କରୁ ନାହିଁ | ପ୍ରତିଦିନ ଗାଈ ୨ ଓଳି ଦୂଆଁ ହୁଏ ଓ ଦିନକୁ ପ୍ରାୟେ ୭ ଲିଟର ଲେଖା ଗୋଟେ ଗାଈ କ୍ଷୀର ଦିଏ|

)କୃଷି ଜାଗରଣ :ଆପଣଙ୍କର ମୋଟ କେତେ ଲାଭ ହେଉଛି ?

ଅପାତକାମ ଦାସ: ଲାଭ ତ ବେଶୀ ହଉ ନାହିଁ ମାତ୍ର ଯାହା ଉତ୍ତୋପାଦାନ ହେଉଛି ସେଥିରେ ଆମେ ସମସ୍ତେ ଖୁସିରେ ଦିନ ଅତିବାହିତ କରୁଛୁ | ଧାନ ଚାଷ ଲାଗି ଆମେ ଯେଉଁ ଚାଷ ଉପକରଣ ଓ ମୁଲିଆଙ୍କୁ ଭଡା ରେ ଆଣୁଛୁ ,ତାକୁ ଭିତ୍ତି କରି ମାତ୍ର ୫୦% ଲାଭ ମିଳୁଛି | ସେହିପରି କ୍ଷୀର ମଧ୍ୟ ଇସ୍କନ ମନ୍ଦିର କୁ ଦିଆ ହେଉଛି | ମାତ୍ର ସବୁଥିରୁ ଯଥେଷ୍ଟ ଅମଳ ଆସୁଛି |

)କୃଷି ଜାଗରଣ :ଏତେ ଦିନ ଚାଷ ପରେ ଆପଣଙ୍କର ଜମି ରେ ପ୍ରମୁଖ ଭାବେ କେଉଁ  ରୋଗ ପୋକ ଆକ୍ରମଣ କରୁଛନ୍ତି ?

ଅପାତକାମ ଦାସ: ଦେଖନ୍ତୁ ଆମେ କୌଣସି  ରାସାୟନିକ ସାର ଖତ ର ପ୍ରୟୋଗ କରୁ ନାହିଁ ଏବଂ ଭଗବାନ ଙ୍କ ଦୟା ରୁ ସେମିତି ବିଶେଷ କିଛି ରୋଗ ପୋକ ଆକ୍ରମଣ ହୁଏ ନାହିଁ |ନିୟମିତ ଭାବେ ଘାସ ସଫା କରୁଥିଲେ ,ଶୁଖିକି ଝଡ଼ିଯାଇଥିବା ପତ୍ର ବା ଡାଳ କୁ ବହିଷ୍କାର କଲେ ବହୁ ପ୍ରକାର ରୋଗ ପୋକ ରୁ ସୁରକ୍ଷା ମିଳେ |ପନିପରିବା ଚାଷ ରେ କେତେ ଥର ଅବହେଳା ହେତୁ କାଙ୍କେଡିୟା ପୋକ,ଫଳ ମାଛି ପରି କୀଟଙ୍କର ବୃଦ୍ଧି ହୋଇଛି ହେଲେ ପ୍ରମୁଖ ଭାବେ କୌଣସି ଆକ୍ରମଣ ଦେଖିବାକୁ ମିଳେନାହିଁ |ଆମେ ମୁଖ୍ୟତ ସାର ଭାବେ ଗୋବର ରୁ ତିଆରି ଵୋଇଥିବା ଖତ ର ନିୟମିତ ବ୍ୟବହାର କରୁ|

)କୃଷି ଜାଗରଣ : ଗାଈ ମାନଙ୍କର ଯତ୍ନ କେମିତି ନିୟନ୍ତି ?

 ଅପାତକାମ ଦାସ: ଗାଈ ମାନଙ୍କୁ ଚୋକଡ,କୁଣ୍ଡା,ଗୁଡ଼ ,ନଡା ଇତ୍ୟାଦି ଉନ୍ନତ ଧରଣର ଖାଦ୍ୟ ଦିନକୁ ୨ ଥର ଲେଖା ଦେୟ ଯାଏ |ପୂର୍ବରୁ ଆମେ କୁତ୍ରିମ ଭାବରେ ଗାଈ ମାନଙ୍କର ପ୍ରଜନନ ଈଂଜେକ୍ସନ ଦ୍ୱାରା କରୁଥିଲୁ ମାତ୍ର ଏବେ ପ୍ରାକୃତିକ ଭାବେ ଷଣ୍ଢ ସାହାଯ୍ୟ ରେ କରାଯାଉଛି |ମୋର ଅଭିଜ୍ଞତା କୁ ଯଦି ପ୍ରଶ୍ନ କରିବେ ତେବେ ମୁଁ କହିବେ ପ୍ରକୃତି ଉପାୟ ରେ ପ୍ରଜନନ କରାଇଲେ ବାଛୁରୀ ଟି ଅଧିକ ଉତ୍ତମ ଗୁଣ ର ହେବ ସହ ଅଧିକ ସୁସ୍ଥ ,ସବଳ ଓ ରୋଗମୁକ୍ତ ମଧ୍ୟ ରହୁଛି |

Farmer Aptakam Das

Farmer Aptakam Das

)କୃଷି ଜାଗରଣ :ଗାଈ ମାନଙ୍କୁ କଣ କଣ ରୋଗ ହେଉଛି ତାର କିପରି ଉପଚାର କରୁଛନ୍ତି ?  

 ଅପାତକାମ ଦାସ:ଗାଈ ମାନଙ୍କର ଉତ୍ତମ ସେବା ଓ ଯତ୍ନ ହେତୁ କୌଣସି ରୋଗ ବିଶେଷ ଆକ୍ରାନ୍ତ କରେନାହିଁ |ବାଛୁରୀ ମାନଙ୍କୁ କେବେ କେବେ କୃମି ଆକ୍ରନ୍ତ କରେ |ସେଥିଲାଗି ଆମେ ଏଲ.ଆଇ ଙ୍କୁ ପଚାରି ଔଷଧ ଦେଇ ଥାଉ  |ତା ଛଡା ଦରକାର ପଡିଲେ ଆମେ ଗାଈ ଙ୍କୁ ଭିଟାମିନ ମଧ୍ୟ ସାଲାଇନ ଭାବେ ଦଉ|

୧୦) କୃଷି ଜାଗରଣ :ଆଗାମୀ ସମୟରେ ଆଉ କଣ  ଉଦ୍ୟୋଗ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି ?

 ଅପାତକାମ ଦାସ:ମୁଁ ମୁଖ୍ୟତ ଗୋଖାଦ୍ୟ ହିସାବରେ ଘାସ ଚାଷ କରିବାକୁ ଯୋଜନା ରଖିଛି ସେଥିଲାଗି ମକା ସହ ଝୁଡ଼ଙ୍ଗ ଚାଷ ଖୁବ ଶୀଘ୍ର ଆରମ୍ଭ କରିବି ଯାହା ଫଳରେ ଗୋଖାଦ୍ୟ ର ଖର୍ଚ୍ଚ ହ୍ରାସ ପାଇବା |ଏବଂବଳକା ବର୍ଜ୍ୟ ସବୁଜ ଖତ  ଭାବେ  ବ୍ୟବହାର ହୋଇପାରିବ |

୧୧)କୃଷି ଜାଗରଣ :ସରକାରଙ୍କ ଠାରୁ କେଉଁ ପ୍ରକାର ସାହାଯ୍ୟ ଆଶା କରୁଛନ୍ତି ?

 ଅପାତକାମ ଦାସ:ସରକାର ଯଦି କିଛି ସବସିଡି ଯୋଗାଇ ପାରନ୍ତେ ତେବେ ଘାସ ଚାଷ ରେ ସାହାଯ୍ୟ ହୁଅନ୍ତା | ଅନ୍ୟ ପକ୍ଷେ ଯଦି ଚାଷ ଉପକରଣ ସବସିଡି ରେ ଉପଲବ୍ଧ ହେଇପାରନ୍ତା ତେବେ ଚାଷ ଲାଗି ମୂଳ ଖର୍ଚ୍ଚ  ହ୍ରାସ ହୁଅନ୍ତା |

୧୨)କୃଷି ଜାଗରଣ : ଓଡିଶା ଚାଷୀ ମାନଙ୍କ ଲାଗି ଆପଣ ଜଣେ ଉତ୍କୃଷ୍ଟ ପ୍ରେରଣା |ତେବେ ଆପଣ ସଂକ୍ଷେପ ରେ କଣ ବାର୍ତ୍ତା ଦେବାକୁ ଚାହିଁବେ ?

 ଅପାତକାମ ଦାସ:ଚାଷୀ ଭାଇ ମାନଙ୍କୁ ମୁଁ ଏତିକି କହିବି ଯେ  ନିଜ ଜମି ରେ ସବୁବେଳେ ନୂତନ ପ୍ରକଳ୍ପ ର ଯୋଜନା ରଖନ୍ତୁ ,ସମନ୍ୱିତ ଚାଷ କରନ୍ତୁ ମାତ୍ର ପ୍ରାକୃତିକ ରୁହନ୍ତୁ |କୁତ୍ରିମତା ର ଆଗମନ ରେ ସବୁବେଳେ ମୃତ୍ତିକା ଓ ପରିବେଶ କ୍ଷୟ ର ଭୟ ମଧ୍ୟ ଥାଏ |ପରିଵେଶ ରେ ଗଛ ଓ ପ୍ରକୃତି ପ୍ରତି ପ୍ରୀତି ର ଭାବ ରଖନ୍ତୁ ,ଅମଳ ନିଶ୍ଚିତ ଅଧିକ ପାଇବେ |

Share your comments